କଟକରେ ମହିଳା ମୋର୍ଚ୍ଚାର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Published: Feb 12, 2023, 10:55 pm IST

କଟକ : ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ କଟକ ଜିଲ୍ଲା ବକ୍ସିବଜାର ସ୍ଥିତ ଟ୍ରିପଲ ସି ହୋଟେଲରେ ଆଜି ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇ କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଜନାକୁ ଗ୍ରାମପଂଚାୟତ ସ୍ତରରେ ମହିଳା ପାଖରେ ପଂହଚାଇବା ପାଇଁ “କମଲ୍ ଦୁତ୍‌” ଅଭିଯାନ ଫେବୃୟାରୀ ମାସରୁ ଶୁଭାରମ୍ଭ କରିବେ ବୋଲି ଘୋଷଣା କରାଯାଇଛି। ଏହି ଯୋଜନା ଦ୍ୱାରା ମହିଳା ହିତାଧିକାରୀମାନେ ସ୍ୱାବଲମ୍ବୀ ହେବାରେ ସହାୟକ ହେବ।

ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଭନଥୀ ଶ୍ରୀନିବାସନ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ଯୋଗଦେଇଥିଲେ।

ସେହିପରି ମହିଳାମୋର୍ଚ୍ଚା ପ୍ରଭାରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସୁଷମା ରାଣୀ ବିଶ୍ୱାଳ, ନିୟତି ଗିରି, କସ୍ତୁରି ମିଶ୍ର, ନିରୋଜ ନଳିନୀ ମହାଲ୍ଲିକ, ଅନୁ ଚୌଧୁରୀ, ମିଡିଆ ସଂଯୋଜିକା ସୁଚରିତା ଜେନାମଣି, ସୋସିଆଲ ମିଡିଆ ସଂଯୋଜିକା ସତରୂପା ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ସଭାନେତ୍ରୀ, ପଦାଧିକାରୀ ଓ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ।

Related posts