
ନୂଆଦିଲ୍ଲୀ: ଜମିୟତ୍ ଉଲେମା-ଇ-ହିନ୍ଦର ୩୪ ତମ ଅଧିବେଶନରେ ମହମୁଦ ମଦାନୀ ଏପରି ବିବୃତ୍ତି ଦେଇଛନ୍ତି ଯାହା ପରେ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି। ମଦାନୀ ଭାରତକୁ ଇସଲାମର ଜନ୍ମସ୍ଥାନ ବୋଲି ବର୍ଣ୍ଣନା କରିଥିଲେ। ଏହା ସହିତ ମଦାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଇସଲାମ ହେଉଛି ଭାରତର ସର୍ବ ପୁରାତନ ଧର୍ମ। ତେବେ ସେ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି।
ମହମୁଦ ମଦାନୀ ଆହୁରି କହିଛନ୍ତି ଯେ, “ମୋର ସର୍ବ ଧର୍ମ ସଂସଦକୁ ସମ୍ମାନ ଅଛି, ମୁଁ ବହୁତ ଦିନରୁ ଏହା ସହ ଜଡିତ ଅଛି। ଯଦି ଅଜାଣତରେ କାହାର ଭାବନାକୁ ଆଘାତ ଦେଇଛି, ମୁଁ ଏଥିପାଇଁ ୧୦୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି। ଯଦି ମୋର କୌଣସି ବିବୃତ୍ତି କାହାର ହୃଦୟକୁ ଆଘାତ କରିଛି, ତେବେ ଏହା ମୋତେ ଏବଂ ମୋର ଇସଲାମକୁ ଗ୍ରହଣୀୟ ନୁହେଁ।”
ମହମୁଦ ମଦାନୀ କ’ଣ କହିଥିଲେ:
ଉଲ୍ଲେଖନୀୟ କଥା ହେଉଛି, ଜମିୟତ୍ ଉଲାମା-ଇ-ହିନ୍ଦର ୩୪ ତମ ସାଧାରଣ ଅଧିବେଶନରେ ମୌଲାନା ମହମୁଦ ମଦାନୀ ଏକ ନୂତନ ବିତର୍କ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ଇସଲାମର ଜନ୍ମ ସ୍ଥାନ ଭାରତ ଏବଂ ଆରବ ନୁହେଁ … ଭାରତ ହେଉଛି ଇସଲାମର ଜନ୍ମ ସ୍ଥାନ। ଏହା ମୁସଲମାନମାନଙ୍କର ମାତୃଭୂମି ଅଟେ।” ଇସଲାମକୁ ବିଦେଶୀ ଧର୍ମ ଭାବରେ ବ୍ୟବହାର କରିବା ଐତିହାସିକ ଭୁଲ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ।”