ଆୟୁଷ୍ମାନଙ୍କ ଅଭିନୀତ ‘ଆର୍ଟିକିଲ୍‌-୧୫’ର ଟିଜର୍‌ ରିଲିଜ୍‌

Published: May 28, 2019, 11:42 am IST

ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍-୧୫’ ର ଟିଜର୍। ଏଥିରେ ଆୟୁଷ୍ମାନ ଜଣେ ପୁଲିସ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ଏହି ଫିଲ୍ମଟି  ତିଆରି ହୋଇଛି। ଏହି ଇନଭେଷ୍ଟିଗେଟିଭ୍ ଡ୍ରାମାର  ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଛନ୍ତି। ରିଲିଜ୍‌ ହୋଇଥିବା ଟିଜର୍‌ରେ ଆୟୁଷ୍ମାନଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଏହି ଟିଜର୍‌ରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସତ ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଇଶା ତଲଓ୍ୱାର୍ ଓ ସୟାନୀ ଗୁପ୍ତା ନଜର ଆସିବେ। ଏହି ଫିଲ୍ମଟି ଜୁନ୍ ୨୮ରେ ପରଦାକୁ ଆସିବ।

Related posts