Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନ୍‌ସର ଭଲ ହେବ: ବିଶେଷଜ୍ଞ
ଆଜିର ଖବର

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନ୍‌ସର ଭଲ ହେବ: ବିଶେଷଜ୍ଞ

February 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର (ଡାକ୍ତର) ସରୋଜ ପଣ୍ଡା କହିଛନ୍ତି।

ବଡ଼ମାନଙ୍କ ତୁଳନାରେ କ୍ୟାନ୍ସର ଚିକିତ୍ସା ସମୟରେ ଶିଶୁମାନଙ୍କ କ୍ଷେତ୍ରରେ ଖୁବ୍ କମ୍ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇଥାଏ ଏବଂ ସେମାନଙ୍କ ଚିକିତ୍ସା ଉତମ ଫଳ ଦେଇଥାଏ ବୋଲି ହସ୍ପିଟାଲ୍‌ରେ ଆନ୍ତର୍ଜାତୀୟ ଶିଶୁ କର୍କଟ ଦିବସ ପାଳନ ଅବସରରେ ପ୍ରଫେସର ପଣ୍ଡା ଏହା କହିଛନ୍ତି।

ଶିଶୁମାନଙ୍କ କ୍ଷେତ୍ରରେ ପ୍ରାୟତଃ ଲ୍ୟୁକେମିଆ ଅଥବା ରକ୍ତ କର୍କଟ ରୋଗ ଦେଖାଦେଇଥାଏ ଯାହାର କି ଚିକିତ୍ସା ସମ୍ଭବ ଅଟେ ବୋଲି ସେ କହିଛନ୍ତି।

ପ୍ରଫେସର ପଣ୍ଡା କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ୧୧୦୦ ଶିଶୁଙ୍କ ଶରୀରରେ କ୍ୟାନ୍ସର ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୦ ଜଣଙ୍କ କ୍ଷେତ୍ରରେ ମେଡିକାଲ୍ ଟିମ୍ ଦ୍ୱାରା ଚିକିତ୍ସା କରାଯାଇଛି। ଏହା ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ୪୫୦ ଟି ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହ ଚିକିତ୍ସା ହୋଇଥିବା ବେଳେ ୨୧୦ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି।

ଏହି ୪୫୦ ଜଣ ଶିଶୁ କ୍ୟାନ୍ସର ମୁକ୍ତ ହୋଇଥିବାରୁ ସେମାନେ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ସେ ପ୍ରକାଶ କରି କ୍ୟାନ୍ସର ରୋଗରେ ପୀଡ଼ିତ ସମୁଦାୟ ସଂଖ୍ୟା ମଧ୍ୟରୁ ୫ ପ୍ରତିଶତ ଶିଶୁ ଅଟନ୍ତି ବୋଲି କହିଛନ୍ତି।

ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଅନ୍ୟ କ୍ୟାନ୍ସରଗୁଡ଼ିକ ହେଲା ଲିମ୍ଫୋମା, ବ୍ରେନ୍ ଟ୍ୟୁମର, ବୋନ୍ ଟ୍ୟୁମର, କିଡ୍‌ନୀ ଓ ଲିଭର ଟ୍ୟୁମର ଏବଂ ରେଟିନୋବ୍ଲାଷ୍ଟୋମା (ଚକ୍ଷୁ ଟ୍ୟୁମର)। କେମୋଥେରାପି, ରେଡିଏସନ୍ ଥେରାପି ଏବଂ ସର୍ଜରୀ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ ବୋଲି ସେ କହିଛନ୍ତି।

ଥରେ ଚିକିତ୍ସା ଆରମ୍ଭ ହେଲେ ସୁସ୍ଥ ହେବା ନିମନ୍ତେ ଶିଶୁମାନଙ୍କୁ ୬ ମାସରୁ ୨ ବର୍ଷ ସମୟ ଲାଗିଥାଏ ଏବଂ ଏହାର ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦, ୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ଦେଶରେ ୨୫ ଜଣ ପ୍ରଶିକ୍ଷିତ ଶିଶୁ କ୍ୟାନ୍ସର ବିଶେଷଜ୍ଞ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ଏବଂ ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଶିଶୁ କ୍ୟାନ୍‌ସର ଚିକିତ୍ସା ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ ବୋଲି ସେ କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାନ୍ସର ମୁକ୍ତ ହୋଇଥିବା ଅଥବା ଚିକିତ୍ସା ଜାରି ରହିଥିବା ପ୍ରାୟ ୧୦୦ ଜଣ ଶିଶୁ ଏବଂ ସେମାନଙ୍କର ପିତାମାତା ସାମିଲ ହୋଇଥିଲେ। ପ୍ରସିଦ୍ଧ ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍ ଶିଶୁମାନଙ୍କୁ ନିଜ ଅଭିନୟ ମାଧ୍ୟମରେ ଉତ୍ସାହିତ କରିଥିବା ବେଳେ ଜୀବନ ମିଶ୍ର ମ୍ୟାଜିକ୍ ଶୋ ପ୍ରଦର୍ଶନ କରିଥିଲେ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି ଏବଂ ଇଥ୍ରୀ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତି ରିତୁ ମୋଦି ବକ୍ତବ୍ୟ ପ୍ରଦାନ କରିଥିଲେ। ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଇଥ୍ରୀ ଚାରିଟେବୁଲ୍ ଟ୍ରଷ୍ଟ ଏବଂ ସମ୍ ହସ୍ପିଟାଲ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କ୍ୟାନ୍‌ସର ଚିକିତ୍ସା ସ୍ୱାସ୍ଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.