ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି ? ତେବେ ମାନନ୍ତୁ ଏହି ନିୟମ

Published: Feb 16, 2023, 8:52 am IST

ଭୁବନେଶ୍ବର: ମହାଶିବରାତ୍ରି ହେଉ କିମ୍ବା ସୋମବାର, ସାଧାରଣତଃ ଦେବ ଦେବ ମହାଦେବଙ୍କୁ ବେଲପତ୍ର ପ୍ରଦାନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ସକାଳୁ ସକାଳୁ ବେଲଗଛରୁ ଏହି ପତ୍ର ତୋଳିଥାନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେ, ବେଲପତ୍ର ତୋଳିବା ବେଳେ ତାହାର କିଛି ନୀତି ନିୟମ ରହିଛି।

ବେଲପତ୍ର ତୋଳିବା ନିୟମ

ବେଲପତ୍ର ତୋଳିବା ପରେ ଆମେ ଗଛକୁ ମୁଣ୍ଡ ନୁଆଁଇ କ୍ଷମାପ୍ରାର୍ଥନା କରିବାର ଆବଶ୍ୟକ। କାରଣ ଗଛରର ଶରୀରରୁ ଯେତେବେଳେ ଗୋଟିଏ ପାଖୁଡା ଛିଣ୍ଡାଉଛନ୍ତି ତାହା ଗଛକୁ କଷ୍ଟ ଦେଇଥାଏ। ଏଥିସହିତ ଗଛକୁ ମନେ ମନେ ଧନ୍ୟବାଦ ଦେବା ଉଚିତ। ଯେତେଥର ତୋଳିବେ ସେତେଥର ମୁଣ୍ଡ ନୁଆଁଇ ଗଛକୁ ସମ୍ମାନ ଦେବା ଆବଶ୍ୟକ।

ସେହିପରି ବେଲପତ୍ର ତୋଳିବା ସମୟରେ ଭଗବାନ ଶିବଙ୍କୁ ସ୍ମରଣ କରି ତୋଳିବା ଉଚିତ। ମନେ ରଖନ୍ତୁ ବେଲପତ୍ର ତୋଳିବା ବେଳେ ପୁରା ଡାଳକୁ ଭିଡିବା ଅନୁଚିତ। ଅନେକ ଉପରୁ ଭଲ ପତ୍ର ତୋଳିବା ପାଇଁ ପୁରା ଡାଳଟିକୁ ତଳକୁ ଟାଣି ଆଣନ୍ତି। ଏପରି କରିବା ଅନୁଚିତ।

Related posts