Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଦେଲେ, ବିଏସକେୱାଇ ରେ ବୋନ୍-ମାରୋ ପ୍ରତିରୋପଣ
ଆଜିର ଖବର

ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଦେଲେ, ବିଏସକେୱାଇ ରେ ବୋନ୍-ମାରୋ ପ୍ରତିରୋପଣ

February 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BSKY1
ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଦେଲେ, ବିଏସକେୱାଇ ରେ ବୋନ୍-ମାରୋ ପ୍ରତିରୋପଣ

ଭୁବନେଶ୍ବର: ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”। ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର। ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ।

ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା। ଗୋଡ଼ ଭୀଷଣ ବିନ୍ଧୁଥିଲା। ସେ ସବୁବେଳେ ଅଥୟ ହେଉଥିଲେ। ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି। ପ୍ଲେଟଲେଟ୍ ମଧ୍ୟ କମୁଛି। ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ। ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି। ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ।

ଆମେ ଭାଇଭଉଣୀ ତିନିଜଣ, ମୁଁ ବଡ। ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି। କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା। ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା। ସେହି କାଉଣ୍ଟରକୁ ଗଲୁ। କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ। ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରୀୟଙ୍କା ସାମଲ ମା’ ଙ୍କୁ ଦେଖିଲେ। ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ। କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ। ପୁଣି ମା ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ। ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି ।
ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ। ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ। ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା। ବୋନମାରୋ ପ୍ରତିରୋପଣ ହେଲା। ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ।

ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି। ମା’ ସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ। ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ।

BSKY ବିଏସକେୱାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Latest News

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.