Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଏସକେୱାଇ ନବୀନ କାର୍ଡ ପଂଜୀକରଣ ସମୟ ବଢିଲା, ଜାଣନ୍ତୁ ଶେଷ ତାରିଖ କେବେ

ଭୁବନେଶ୍ବର: ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡର ପଂଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ଆଜି ଅର୍ଥାତ 16 ତାରିଖ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଅନେକ ଏହା ପୂରଣ କରିବାରେ ସମର୍ଥ ହୋଇ ନ ଥିବାରୁ ସରକାର ଏହାର ସମୟସୀମା ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହାର ସମୟ ବୃଦ୍ଧି କରାଯାଇଛି।

ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନା। ଯେଉଁଥିରେ ଗ୍ରାମାଞ୍ଚଳ ଲୋକେ ବିଏସକେୱାଇରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି।

ଏହି ଯୋଜନା ପାଇଁ ଯିଏ ଉପଯୁକ୍ତ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି ଉପାୟ ନଥିଲା। ମୁଁ ନିଜ ଉପରୁ ଆଶା ଛାଡିଦେଇଥିଲି।

ମୋର ଶେଷ ଅବସ୍ଥା ସମୟରେ ମୋ ପାଖରେ ଧନ ନଥିଲା। ଭାରି କଷ୍ଟ ଅନୁଭବ କରୁଥିଲି। ମୋତେ ବୁଦ୍ଧି ବାଟ ଦିଶୁ ନଥିଲା’’। ଗାଁ ରୁ ଶୁଣିବାକୁ ପାଇଲି ଯେ ବି ଏସ୍ କେ ୱାଇ କାର୍ଡ ଯୋଗେ ମାଗଣାରେ ଅପରେସନ ହେଉଛି। ମୋ କାର୍ଡ ନେଇ ନାଚୁଣୀରେ ଥିବା ଏକ ଘରୋଇ ହସ୍ପିଟାଲକୁ ଗଲି। ମୋତେ ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି ମାଗଣାରେ ପରୀକ୍ଷା, ନିରୀକ୍ଷା ଓ ଅପରେସନ ହେଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମୋତେ ନୂଆ ଜୀବନ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଆମ ଭଳି ଗରିବ ଲୋକ ବହୁ ଉପକାର ପାଉଛନ୍ତି।

ବାନମ୍ବର ଦାଶଙ୍କ ଝିଅ ଝରଣା ଦାଶ କହିଛନ୍ତି – ‘’ବିଜୁ ସ୍ଵାସ୍ଥ୍ୟ କାର୍ଡ ପାଇଁ ଆମେ ଆମ ବାପାଙ୍କୁ ଫେରିପାଇଛୁ’। ଆମେ ହେଉଛୁ ଗରିବ ପରିବାର। ବାପାଙ୍କୁ ଭଲ କରିବା ପାଇଁ ଆମ ପାଖରେ କିଛି ଉପାୟ ନଥିଲା। ଆମେ ଉପାୟ ଶୂନ୍ୟ ହୋଇଯାଇଥିଲୁ। ଗାଁରୁ ଶୁଣି ବାପାଙ୍କୁ ନାଚୁଣୀର ନନ୍ଦ ଟ୍ରିଟମେଣ୍ଟ ହସ୍ପିଟାଲ ଆଣିଲୁ। ସେଠାରେ ବି ଏସ୍ କେ ୱାଇ ସ୍ୱାସ୍ଥ୍ୟକର୍ମୀ ଆମକୁ ସାହାଯ୍ୟ କଲେ। ବାପାଙ୍କର ଭଲରେ ଭଲରେ ଅପରେସନ ହେଲା। ମୋ ବାପାଙ୍କ ଜୀବନ ବଞ୍ଚେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରଋଣୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ଗ୍ରାମାଞ୍ଚଳର ସମସ୍ତ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା, ଆଜିଠାରୁ ପଂଜୀକରଣ, ଜାଣନ୍ତୁ କେମିତି କରିବେ

ଭୁବନେଶ୍ବର: ଏଣିକି ସମସ୍ତ ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ରାଜ୍ୟ ସରକାର ଲାଗୁ କରିଛନ୍ତି ନବୀନ କାର୍ଡ। ଏହି ଯୋଜନାରେ ଯେଉଁମାନେ ବିଏସକେୱାଇ ରେ ସୁବିଧା ପାଇ ନାହାଁନ୍ତି ସେମାନେ ଏହି ନୂଆ କାର୍ଡରେ ସୁବିଧା ପାଇପାରିବେ।

ଏହି ନୂଆକାର୍ଡ ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହେଉଛି। ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଯେଉଁମାନେ ଆବେଦନ କରିବେ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ।

ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ବିଶାଖାପାଟଣାରେ ହେଲା ବି.ଏସ୍.କେ.ୱାଇ ରେ ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି। ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି।

ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହନ୍ତି ଯେ ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲା। ବିଭିନ୍ନ ଜାଗାରେ ଚିକିତ୍ସା କରାଯାଇଥିଲା। ବିଏସ୍ କେୱାଇ କାର୍ଡ ଦ୍ଵାରା ବିଶାଖାପାଟଣା ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବା ଜଣେ ମହିଳାଙ୍କ ଠାରୁ ଶୁଣି ଆମେ ସେଠାକୁ ଗଲୁ। ବିଏସ୍ କେୱାଇ ଟିମ ସହଯୋଗ କଲେ।

ହସ୍ପିଟାଲରେ ମୋ ଭଉଣୀର ମାଗଣା ଆଡମିସନ, ବିଭିନ୍ନ ପରୀକ୍ଷା, ଚିକିତ୍ସା ଓ ବୋନ୍ ମାରୋ ପ୍ରତିରୋପଣ ହେଲା। ବର୍ତ୍ତମାନ ମୋର ସାନ ଭଉଣୀ ସ୍ନେହା ସୁସ୍ଥ ଅଛି। ମୋର ଭଉଣୀ ଜୀବନ ବଞ୍ଚାଇଥିବାରୁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ହସପିଟାଲର ଡାକ୍ତରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛୁ।

ରାଜ୍ୟ ସରକାରଙ୍କ ବିଏସ୍ କେୱାଇ ଯୋଜନା ମାଧ୍ୟମରେ ଜଣେ ନାବାଳିକାର କ୍ୟାନସର ଚିକିତ୍ସା ସଫଳତାର ସହ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆରିକାଙ୍କୁ ମିଳିବ ବିଏସକେୱାଇ ସହାୟତା

ଭୁବନେଶ୍ୱର: ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରାଯାଇଛି। ଆଜି ଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନରୁ ସହାୟତା ପାଇବେ। ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ଜାଣିବା ମାତ୍ରେ ବି ଏସ କେ ୱାଇ ଟିମ୍ ତରଫରୁ ମିଶନ ମୋଡ ରେ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।

୫- ଟି ଆଧାରିତ ସମୟ ଉପଯୋଗୀ ସେବା ଯୋଗାଣ ନୀତି ଅନୁଯାୟୀ ଆରୀକାଙ୍କ ପରିବାରଙ୍କୁ ଠାବ କରାଯାଇ ଆଜି ଅପରାହ୍ନ ସୁଦ୍ଧା ଏହି ବାଳିକାଙ୍କୁ ବି ଏସ କେ ୱାଇ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କର କାର୍ଡ ନମ୍ବର ୩୦୨୦୩୬୧୧୨୫୨. ୱାର୍ଡ ନମ୍ବର -୨୧, ସୁନ୍ଦରଗଡ। ବର୍ତ୍ତମାନ ଆରୀକା ବି ଏସ କେ ୱାଈ ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ଘରୋଇ ହସ୍ପିଟାଲ୍ ରେ ମାଗଣା ଚିକିତ୍ସା ପାଇ ପାରିବେ।

ଗରିବ ବାଳିକାଟିର ଚିକିତ୍ସା ନିମନ୍ତେ ସରକାରଙ୍କ ଏତାଦୃଶ ତୁରନ୍ତ ପଦକ୍ଷେପ ପାଇଁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି। ବାଳିକାଙ୍କ ଦୁଃଖ କଥା ଦୃଷ୍ଟିକୁ ଆଣି ତାଙ୍କୁ ସହାୟତାରେ ସହଯୋଗ କରିଥିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଣମାଧ୍ୟମଙ୍କୁ ଧନ୍ୟବାଦ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଦେଲେ, ବିଏସକେୱାଇ ରେ ବୋନ୍-ମାରୋ ପ୍ରତିରୋପଣ

ଭୁବନେଶ୍ବର: ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋ ମା’ ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ”। ଏ ବିଷୟରେ ଅଧିକ ପଚାରିବାରୁ ସେ କହିଲେ – ଆମର ଛୋଟ ଚାଷ ବନ୍ଦି ପରିବାର। ସିଂଘପୁର ହାଟରେ ଛୋଟ ଜଳଖିଆ ଦୋକାନ କରି ବାପା ଓ ମୁଁ ଘର ଚଳାଉ।

ମୋ ମା’ ସ୍ନେହଲତା ସାହୁ (୫୨) ଙ୍କୁ ଲଗାତର ଜ୍ୱର ହେଉଥିଲା। ଗୋଡ଼ ଭୀଷଣ ବିନ୍ଧୁଥିଲା। ସେ ସବୁବେଳେ ଅଥୟ ହେଉଥିଲେ। ବିଭିନ୍ନ ପ୍ରାଥମିକ ପରୀକ୍ଷାରୁ ଜଣା ପଡ଼ିଲା ମା’ଙ୍କର ହିମଗ୍ଲୋବିନ୍ କମୁଛି। ପ୍ଲେଟଲେଟ୍ ମଧ୍ୟ କମୁଛି। ତା’ ପରେ ମେଡ଼ିସିନ୍ ସ୍ପେସାଲିଷ୍ଟଙ୍କୁ ଦେଖେଇଲୁ। ବିଭିନ୍ନ ପରୀକ୍ଷାରୁ ଜଣା ପଡ଼ିଲା ଯେ ମା’ଙ୍କର ବ୍ଲଡ୍ କ୍ୟାନସର ହୋଇଛି। ଏଥିରେ ବ୍ୟଥିତ ହୋଇ ବାପା ହାର୍ଟ-ଷ୍ଟ୍ରୋକରେ ୨୦୨୧ ମସିହା ଜାନୁଆରୀ ୧୭ ତାରିଖ ଦିନ ଆରପାରିକୁ ଚାଲିଗଲେ।

ଆମେ ଭାଇଭଉଣୀ ତିନିଜଣ, ମୁଁ ବଡ। ପାଠ ପଢୁଥିଲି ଓ ବାପାଙ୍କ ସାଙ୍ଗରେ କାମ କରୁଥିଲି। କ’ଣ କରିବୁ ବୁଦ୍ଧି ଦେଖାଗଲାନି । ଆମକୁ ବି.ଏସ୍.କେ.ୱାଇ. କାର୍ଡ଼ ସାହସ ଦେଲା। ଗାଁ ଲୋକଙ୍କୁ ପଚରା ପଚରି କରି ମା’ଙ୍କ ଚିକିତ୍ସା କଥା ବୁଝିଲୁ ଓ ତାଙ୍କୁ ନେଇ ସମ୍ ହସ୍ପିଟାଲ ଗଲୁ । ଗୋଟେ କାଉଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଥାଇ ବି.ଏସ୍.କେ.ୱାଇ. କାର୍ଡ଼ର ଏକ ଛବି ସେହି କାଉଣ୍ଟରରେ ମରାଯାଇଥିଲା। ସେହି କାଉଣ୍ଟରକୁ ଗଲୁ। କାଉଣ୍ଟର ପାଖରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାଯ୍ୟ କଲେ। ବି.ଏସ୍.କେ.ୱାଇ. କାର୍ଡ଼ରେ ଆଡ଼ମିଶନ୍ ହେଲା।

ହେମାଟୋଲୋଜୀ ବିଭାଗର ପ୍ରଫେସର ମାଡ଼ାମ୍ ପ୍ରୀୟଙ୍କା ସାମଲ ମା’ ଙ୍କୁ ଦେଖିଲେ। ପରୀକ୍ଷା ନିରୀକ୍ଷା କରୀ ଚିକିତ୍ସା କଲେ। କେମୋ ଥେରାପି ଓ ଔଷଧ ଆଦି ମାଗଣାରେ ଦେଲେ। ପୁଣି ମା ଙ୍କ ଅବସ୍ଥା ପରୀକ୍ଷା କରି ବୋନମାରୋ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ। ସେତେବେଳକୁ ବି.ଏସ୍.କେ.ୱାଇ. କାର୍ଡ଼ ର ୫ ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି ।
ବୋନମାରୋ ପ୍ରତିରୋପଣ ପାଇଁ କେଉଁଠୁ ଏତେ ଟଙ୍କା ଆଣିବୁ ବୋଲି ଆମେ ଭାଇ ଭଉଣୀ ଚିନ୍ତାରେ ପଡ଼ିଲୁ। ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟମିତ୍ରମାନେ ସାହାସ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଟଙ୍କା ପାଇଁ ହସ୍ପିଟାଲକୁ ଅନୁମୋଦନ ଦେଲେ। ସେହିଠାରେ ମା’ଙ୍କର ଚିକିତ୍ସା ଚାଲିଲା। ବୋନମାରୋ ପ୍ରତିରୋପଣ ହେଲା। ଡ଼ାକ୍ତର ମାଡ଼ାମ୍ ଏବଂ ନର୍ସମାନେ ମା’ ଙ୍କର ବହୁ ସେବା ଯତ୍ନ କଲେ।

ଏବେ ଆମେ ମା’ଙ୍କୁ ନେଇ ଘରକୁ ଆସିଲୁଣି। ମା’ ସୁସ୍ଥ ଅଛନ୍ତି। ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଓଡ଼ିଶା ସରକାର ବି.ଏସ୍.କେ.ୱାଇ. କାର୍ଡ଼ ମାଧ୍ୟମରେ ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋ ମା’ଙ୍କୁ ମରଣ ମୁହଁରୁ ବଞ୍ଚାଇଲେ। ଆମେ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେଉଁଟା ଭଲ? ଆୟୁଷ୍ମାନ ଭାରତ ନା ବିଏସକେୱାଇ ! କେନ୍ଦ୍ର ବଜେଟ ପରେ ବିଜେଡି ଦେଲା ପ୍ରମାଣ

ଭୁୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଯ୍ୟକାରୀ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭାବରେ ଜଣାଶୁଣା। ଓଡିଶା ବିଜେପି ପକ୍ଷରୁ ନିୟମିତ ଭାବେ ଆୟୁଷ୍ମାନ ଭାରତ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଭଲ ବୋଲି କୁହାଯାଉଛି। ତେବେ ଗତକାଲିର କେନ୍ଦ୍ର ବଜେଟରେ ଆୟୁଷ୍ମାନ ଯୋଜନା ଉପରେ ଓଡ଼ିଶା ବିଜେପିର ମିଥ୍ୟା ପ୍ରଚାର ଏବଂ ପ୍ରତାରଣା ପଦାରେ ପଡିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଗୌତମ ବୁଦ୍ଧ ଦାସ।

ଶ୍ରୀମତୀ ମିଶ୍ର ଓ ଶ୍ରୀ ଦାସ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୨୩-୨୪ କେନ୍ଦ୍ର ବଜେଟରେ ପ୍ରମୁଖ ଯୋଜନାଗୁଡିକ ମଧ୍ୟରୁ ୭ନମ୍ବର ସ୍ଥାନରେ ଥିବା ଆୟୁଷ୍ମାନ ଭାରତ ଯୋଜନା ପାଇଁ ମାତ୍ର ୭୨୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆମେ ଭାରତର ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ବିଚାରକୁ ନେଲେ ପ୍ରତି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଭାଗରେ ଆୟୁଷ୍ମାନ ଭାରତ ଯୋଜନାରେ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କା ପଡିବ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହାକି ଓଡିଶାର ଜିଲ୍ଲା ପିଛା ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା । କେନ୍ଦ୍ର ଦ୍ୱାରା ପ୍ରତିବର୍ଷ ଦିଆଯିବାକୁ ଥିବା ୨୦୦ କୋଟି ଟଙ୍କାର ଆୟୁଷ୍ମାନ ଯୋଜନା ଅର୍ଥ କେବଳ ଓଡିଶାର ଗୋଟିଏ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ।

ଓଡିଶାର ବାକି ୨୯ ଟି ଜିଲ୍ଲା କୁଆଡେ ଯିବେ? ଆୟୁଷ୍ମାନ ଭାରତ ଉପରେ ଓଡ଼ିଶା ବିଜେପିର ଫମ୍ପା ପ୍ରତିଶ୍ରୁତି ଏବଂ ମିଥ୍ୟା କାହାଣୀ ଏହାକୁ ଖୋଜୁଛି? ଓଡିଶାର ଲୋକମାନେ କିଭଳି ସୁବିଧା ପାଇବେ? ଏହାର ଉତ୍ତର ଦେବାକୁ ଓଡିଶା ବିଜେପି ନେତାମାନେ ସାହସ କରିବେ କି? ସେମାନେ ଜାଣନ୍ତି ନାହିଁ, ଏବଂ ସେମାନେ ଦେଇ ପାରିବେ ନାହିଁ ବୋଲି ବିଜେଡି ପ୍ରବକ୍ତା ଦ୍ୱୟ ଦୃଢ ଭାବେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢ ଭାବେ କହିଛନ୍ତି ଯେ ଆମେ ଓଡିଶାବାସୀଙ୍କର ସେବା କଥାରେ କରିବୁ ନାହିଁ। ଓଡ଼ିଶା ବିଜେପିର ମିଥ୍ୟା ପ୍ରଚାର ତୁଳନାରେ ସେ ଓଡିଶାବାସୀଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସେ ପ୍ରତିଶ୍ରୁତିବଦ୍ଧ। ଉଦାହରଣ ସ୍ୱରୂପ, ଆୟୁଷ୍ମାନରେ ଜଣେ ମହିଳା ମାତ୍ର ୫ ଲକ୍ଷ ଟଙ୍କାର ଚିକିତ୍ସା ପାଇପାରିବେ, ବିଏସ୍‍କେୱାଇରେ ସେ କିନ୍ତୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ପାଇବେ। ଏଥିରୁ ଜଣାପଡୁଛି ଓଡିଶା ବିଜେପି ନେତାମାନେ ଚାହୁଁଛନ୍ତି ଯେ ସେମାନଙ୍କର ରାଜନୈତିକ ଫାଇଦା ପାଇଁ ଓଡିଶାର ନାରୀ-ଶକ୍ତି ବିଏସ୍‍କେୱାଇରେ ୧୦ଲକ୍ଷ ଟଙ୍କାର ଲାଭ ନ ପାଇ ଆୟୁଷ୍ମାନରେ ଏହାର ଅଧା ଅର୍ଥାତ୍‍ ୫ ଲକ୍ଷ ଟଙ୍କାର ଲାଭ ପାଆନ୍ତୁ।

ଅନ୍ୟ ଏକ ଉଦାହରଣ ହେଉଛି ଅଙ୍ଗ ପ୍ରତିରୋପଣ। ଆୟୁଷ୍ମାନ ଅଧୀନରେ ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀ ୫ ଲକ୍ଷ ଟଙ୍କାର ସୀମା ଅତିକ୍ରମ କରିପାରିବ ନାହିଁ। କିନ୍ତୁ ବିଏସ୍‍କେୱାଇରେ ହିତାଧିକାରୀ ୫ ଲକ୍ଷ ସୀମା ଅତିକ୍ରମ କରି ଉପକୃତ ହୋଇପାରିବେ। ଓଡିଶା ବିଜେପି ନେତାମାନେ ଏହା ଜାଣିଛନ୍ତି କି? ଆମକୁ ସେପରି ଲାଗୁ ନାହିଁ ବୋଲି ବିଜେଡି ପ୍ରବକ୍ତା କହିଛନ୍ତି।

ଏହା ପରେ ମଧ୍ୟ ଯଦି ଓଡ଼ିଶା ବିଜେପି ନେତାମାନେ ଆୟୁଷ୍ମାନ ଏବଂ ବିଏସକେୱାଇ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ଆୟୁଷ୍ମାନଠାରୁ ଅଧିକ ଆଗରେ ଥିବା ବିଏସ୍‍କେୱାଇର ଲାଭ ବୁଝିବାରେ ସକ୍ଷମ ହୋଇ ନାହାଁନ୍ତି, ତେବେ ସେମାନେ ବୁଝିବା ପର୍ଯ୍ୟନ୍ତ ସେମାନଙ୍କୁ ବୁଝାଇ ବହୁତ ଖୁସି ହେବୁ। ତେଣୁ ଆମର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ବଜେଟ୍ ଟିପ୍ପଣୀରେ କହିଛନ୍ତି – ମୁଁ ଆଶା ରଖିବି ଯେ ଓଡିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍କାନ ଭାରତ ଯୋଜନା ନେଇ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରିବେ।

ଶ୍ରୀମତୀ ମିଶ୍ର ଏବଂ ଶ୍ରୀ ଦାସ ଲୋକଙ୍କୁ ବିଭ୍ରାନ୍ତ ନକରିବାକୁ ଓଡିଶା ବିଜେପିର ନେତାମାନଙ୍କୁ ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଯେତେବେଳେ ଆପଣ ଓଡିଶା ପାଇଁ ଭଲ କାର୍ଯ୍ୟ କରିବେ ସେତେବେଳେ ବିଜେଡି ପ୍ରଶଂସା କରିବ ଏବଂ ଯେତେବେଳେ ଆପଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବେ ସେତେବେଳେ ତାହା ଲୋକଙ୍କୁ ଜଣାଇ ଦେବ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଏସକେୱାଇ ରେ ଠକେଇ ହେଉଛି କି ? ଜାଣନ୍ତୁ କଣ କରିବେ କାହାକୁ ଫୋନ କରିବେ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟନ୍ବୟନ ନାମରେ କୈାଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବାପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ବି.ଏସ୍.କେ.ୱାଇ. ଟିମଙ୍କୁ ନିର୍ଦେଶ ଦେଇଛନ୍ତି।

ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ ବି.ଏସ୍.କେ.ୱାଇ. ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଧେଶ ଦେଇଛନ୍ତି।

ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ “ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ ବି.ଏସ୍.କେ.ୱାଇ. ଯୋଜନା ଚାଲୁରହିଛି। ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା ବି.ଏସ୍.କେ.ୱାଇ. ନାମରେ ଠକେଇକୁ କୈାଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ, ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ”

କାର୍ଡ଼ ବିଷୟରେ କୈାଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ-ଫ୍ରୀ ନମ୍ବର ବା ଜିଲ୍ଲା ସଂଯୋଜକଙ୍କ ସହ ଯୋଗଯୋଗ କରିବାକୁ ଶ୍ରୀମତୀ ପଣ୍ଡିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଯୋଜକମାନେ ସାଧାରଣତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଥାଆନ୍ତି।

ସ୍ବାସ୍ଥ୍ୟମିତ୍ରମାନେ ସାଧାରଣତଃ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ମାନଙ୍କରେ ବି.ଏସ୍.କେ.ୱାଇ. କାଉଣ୍ଟର ଠାରେ ଉପସ୍ଥିତ ରହି ସେବା ଯୋଗାଇ ଥାଆନ୍ତି।
ଯେଉଁ ପରିବାରଙ୍କର ବି.ଏସ୍.କେ.ୱାଇ. ସ୍ମାର୍ଟକାର୍ଡ଼ ଅଛି ବା ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇଁ ଯୋଗ୍ୟ। କାର୍ଡ଼ ସମ୍ବନ୍ଧିତ କୈାଣସି ସନ୍ଦେହ ବିଶୟ ୧୫୫୩୬୯ ଟୋଲ-ଫ୍ରୀ ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ସଠିକ ସମାଧାନ ଦେବ।

ଲୋକମାନେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍- ଯୋଗଯୋଗ କରି ବୁଝିପାରିବେ। ନହେଲେ ଜରୁରୀ ସ୍ଥିତିରେ ସିଧା ସଳଖ ହସ୍ପିଟାଲରେ ପହଂଚି ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ। ବି.ଏସ୍.କେ.ୱାଇ. ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫ କୁ ଜଣାଇ ପାରିବେ।

ଏହାଛଡ଼ା, ଟ୍ବିଟର ଆକାଉଣ୍ଟ @bskyodisha ବା ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡ଼ଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇ ପାରିବେ । ଏହି ସବୁ ନାଗରିକ-କୈନ୍ଦ୍ରୀକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମକୁ ନିର୍ଦେଶ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲୋକଙ୍କ ମାଗଣା ଚିକିତ୍ସା ପାଇଁ ବିଏସକେୱାଇ କୁ ନବୀନ ଦେଲେ ୧୩୮୯ କୋଟି ଟଙ୍କା

ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି। ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି। ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି।

ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇ ରେ ଚିକିତ୍ସା ସୁବିଧା ପାଇଛନ୍ତି। ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି। ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି।

ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି। ବି.ଏସ୍.କେ.ୱାଇ ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି। ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି।

ରାଜ୍ୟର ବିଭିନ୍ନ ଦୁରଦୁରାନ୍ତ ଅଂଚଳମାନଙ୍କରେ ବି.ଏସ୍.କେ.ୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ। ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୈାଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରୀ ନମ୍ବର ୧୦୪ କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଚନ୍ତି। ନିଜର ବି.ଏସ୍.କେ.ୱାଇ କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୈାଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରୀ ନମ୍ବରକୁ ଫୋନକରି ଜଣାଉଛନ୍ତି, ଏବଂ ସେ ସମସ୍ୟାର ସମାଧାନ କରାଯାଉଛି।

ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରୀ ନମ୍ବର ୧୪୫୪୫, ଟ୍ବିଟର୍ ଆକାଉଣ୍ଟ @bskyodisha ଓ ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ଜଣାଉଛନ୍ତି ଯାହାକୁକି ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି। ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ। ପୂର୍ଣସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି।

ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ, କଗଜାତ୍ ଓ ନିର୍ଦ୍ଧାରିତ ଦର ତାଲିକା କୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ।

ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ ମାନଙ୍କ ସହ ଭିଡିଓ କନ୍ଫରେନ୍ଚିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିତ୍କ ଶାସନ ସଚିବ ନୋଡାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଏସ୍ କେ ୱା ଇ ସଫ୍ଟ ଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା।

ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ ଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର। ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ।

ଏହାଛଡ଼ା ଇତି ମଧ୍ୟରେ ରାଜ୍ୟରେ ଥିବା ଆଉ ୨୯ ଟି ସ୍ପେଶାଲିଟି ହସ୍ପିଟାଲକୁ ତାଲିକା ଅନ୍ତର୍ଭକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି ପାଇବ।