Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
ରାଜ୍ୟ ଖବର

ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବି ଏସ୍ କେ ୱାଇ କାର୍ଡ ଶ୍ରମଜୀବୀ ବାନାମ୍ବରଙ୍କୁ ଦେଲା ନୂଆ ଜୀବନ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ) ଲୋକଙ୍କ ମନରେ ଆଣିଛି ବଞ୍ଚିବାର ନୂଆ ଆଶା ଓ ଭରସା। ଏହି କାର୍ଡ ବଳରେ ରାଜ୍ୟର ଦୂରଦୂରାନ୍ତ ଶ୍ରମଜୀବୀ, ଆର୍ଥିକ ଦୁର୍ବଳ ବର୍ଗ ଏବଂ ନିସହାୟ ଲୋକ ଘରୋଇ ସୂପରସ୍ପେସିଆଲିଟି ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇ ପାରୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡ଼ାଝରି ଗ୍ରାମବାସୀ ବାନାମ୍ବର ଦାଶ କୁହନ୍ତି – ” ସରକାର ବିଜୁ ସ୍ଵାସ୍ଥ୍ୟ କାର୍ଡ ଜରିଆରେ ମୋତେ ନୂଆ ଜୀବନ ଦେଲେ। ମୁଁ ଜଣେ ଦିନ ମଜୁରିଆ ଭାବେ କାମ କରେ। ମୋର ତିନି ଝିଅ। ଯାହା ରୋଜଗାର କରିଥିଲି ସେ ସବୁକୁ ଝିଅମାନଙ୍କ ଲାଳନ ପାଳନ ଓ ବାହାଘରରେ ଖର୍ଚ୍ଚ କରିଦେଇଥିଲି। ମୁଁ କିଛି ସଞ୍ଚୟ କରିପାରିନଥିଲି। ଆଉ ଏଇ ବୟସରେ ମଧ୍ୟ ମୁଁ କୋଉଠୁ ପଇସା ଯୋଗାଡ କରିପାରିନଥାନ୍ତି। ମୋ ପାଖରେ ଆଉ କିଛି ଉପାୟ ନଥିଲା। ମୁଁ ନିଜ ଉପରୁ ଆଶା ଛାଡିଦେଇଥିଲି।

ମୋର ଶେଷ ଅବସ୍ଥା ସମୟରେ ମୋ ପାଖରେ ଧନ ନଥିଲା। ଭାରି କଷ୍ଟ ଅନୁଭବ କରୁଥିଲି। ମୋତେ ବୁଦ୍ଧି ବାଟ ଦିଶୁ ନଥିଲା’’। ଗାଁ ରୁ ଶୁଣିବାକୁ ପାଇଲି ଯେ ବି ଏସ୍ କେ ୱାଇ କାର୍ଡ ଯୋଗେ ମାଗଣାରେ ଅପରେସନ ହେଉଛି। ମୋ କାର୍ଡ ନେଇ ନାଚୁଣୀରେ ଥିବା ଏକ ଘରୋଇ ହସ୍ପିଟାଲକୁ ଗଲି। ମୋତେ ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି ମାଗଣାରେ ପରୀକ୍ଷା, ନିରୀକ୍ଷା ଓ ଅପରେସନ ହେଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମୋତେ ନୂଆ ଜୀବନ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ଆମ ଭଳି ଗରିବ ଲୋକ ବହୁ ଉପକାର ପାଉଛନ୍ତି।

ବାନମ୍ବର ଦାଶଙ୍କ ଝିଅ ଝରଣା ଦାଶ କହିଛନ୍ତି – ‘’ବିଜୁ ସ୍ଵାସ୍ଥ୍ୟ କାର୍ଡ ପାଇଁ ଆମେ ଆମ ବାପାଙ୍କୁ ଫେରିପାଇଛୁ’। ଆମେ ହେଉଛୁ ଗରିବ ପରିବାର। ବାପାଙ୍କୁ ଭଲ କରିବା ପାଇଁ ଆମ ପାଖରେ କିଛି ଉପାୟ ନଥିଲା। ଆମେ ଉପାୟ ଶୂନ୍ୟ ହୋଇଯାଇଥିଲୁ। ଗାଁରୁ ଶୁଣି ବାପାଙ୍କୁ ନାଚୁଣୀର ନନ୍ଦ ଟ୍ରିଟମେଣ୍ଟ ହସ୍ପିଟାଲ ଆଣିଲୁ। ସେଠାରେ ବି ଏସ୍ କେ ୱାଇ ସ୍ୱାସ୍ଥ୍ୟକର୍ମୀ ଆମକୁ ସାହାଯ୍ୟ କଲେ। ବାପାଙ୍କର ଭଲରେ ଭଲରେ ଅପରେସନ ହେଲା। ମୋ ବାପାଙ୍କ ଜୀବନ ବଞ୍ଚେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିରଋଣୀ।

BSKY ବିଏସକେୱାଇ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026
Latest News

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.