Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ
ବିଶେଷ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ

January 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BSKY
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି।

ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭା ଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ, କଗଜାତ୍ ଓ ନିର୍ଦ୍ଧାରିତ ଦର ତାଲିକା କୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ।

ରାଜ୍ୟ ବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍ ମାନଙ୍କ ସହ ଭିଡିଓ କନ୍ଫରେନ୍ଚିଂ ଏବଂ ମୋବାଇଲ ଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିତ୍କ ଶାସନ ସଚିବ ନୋଡାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଏସ୍ କେ ୱା ଇ ସଫ୍ଟ ଓୟାର ନବୀକରଣ ଏବଂ ଚିକିତ୍ସା ବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା।

ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିତର ଓ ବାହାରର ୫୫୪ ଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର। ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ।

ଏହାଛଡ଼ା ଇତି ମଧ୍ୟରେ ରାଜ୍ୟରେ ଥିବା ଆଉ ୨୯ ଟି ସ୍ପେଶାଲିଟି ହସ୍ପିଟାଲକୁ ତାଲିକା ଅନ୍ତର୍ଭକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି ପାଇବ।

BSKY ବିଏସକେୱାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’

July 18, 2026

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026
Latest News

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୯ ତାରିଖରେ ଆଠଟି ରାଶି ଉପରେ ସୂର୍ଯ୍ୟଦେବତାଙ୍କ ରହିଛି କୃପା

July 19, 2026

ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’

July 18, 2026

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ: ଇତିହାସ ରଚିବାକୁ ପ୍ରସ୍ତୁତ ଟିମ ଇଣ୍ଡିଆ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.