କ୍ୟାପିଟାଲ ଥାନାରେ ଏତଲା ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

Published: Feb 17, 2023, 11:32 pm IST
BJP

ଭୁବନେଶ୍ୱର: ବିଜୁ ଜନତା ଦଳର ନେତା ଅରୂପ ପଟ୍ଟନାୟକ ଶହ ଶହ ଲୋକଙ୍କ ସମ୍ମୁଖରେ ବିଜୁ ଜନତା ଦଳ ସଭାରେ ବିଧାନସଭାର ବିରୋଧୀ ଦଳର ନେତାଙ୍କୁ ଅଶାଳୀନ ମନ୍ତବ୍ୟ ଓ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି। ଏନେଇ ବିଜେପି ତରଫରୁ ରାଜ୍ୟପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହା ପରେ ରାଜଭବନ ନିକଟରୁ ପଦଯାତ୍ରାରେ ବିଜେପି ବିଧାୟକମାନେ କ୍ୟାପିଟାଲ ଥାନାରେ ପଂହଚିଥିଲେ। ଏନେଇ କ୍ୟାପିଟାଲ ଥାନାରେ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଧାୟକ ମୁକେଶ ମହାଲିଙ୍ଗ ଏତଲା ରୁଜୁ କରି ଆଇନ ଅନୁଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Related posts