Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦରେ ରହିବେ ରାହୁଲ୍‌ ଗାନ୍ଧି !
ଆଜିର ଖବର

ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦରେ ରହିବେ ରାହୁଲ୍‌ ଗାନ୍ଧି !

May 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul gandhi
Rahul gandhi

ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍‌ ଧରିଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସ ନେତୃବୃନ୍ଦ। ମଙ୍ଗଳବାର ସକାଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ତାଙ୍କ ସହିତ ଭେଟ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏବେ ଦଳକୁ ବିକଳ୍ପ କେହି ମିଳିନାହାନ୍ତି। ଏବଂ ରାହୁଲଙ୍କୁ ନିଜ ଇଚ୍ଛା ମୁତାବକ ଦଳରେ ବଦଳାଇ ପାରିବେ, ବା ଦଳକୁ ଚଲାଇପାରିବେ ବୋଲି ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ ରାହୁଲ୍‌ କିଛି ସର୍ତ୍ତ ଅନୁସାରେ ଅଧ୍ୟକ୍ଷ ପଦଭାର ସମ୍ଭାଳିବେ। ବରିଷ୍ଠ ନେତା ଅହମ୍ମଦ ପଟେଲ୍‌, ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପରେ ଏହି କଥାରେ ରାହୁଲ୍‌ ସହମତି ପ୍ରକାଶ କରିଥିବା ଜଣାପଡିଛି। ଚଳିତ ଲୋକସଭାରେ କଂଗ୍ରେସର ବଡ଼ ହାର ପରେ ପଞ୍ଜାବ, ଓଡ଼ିଶା, ଝାରଖଣ୍ଡ, ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ପ୍ରଦେଶର ଅଧ୍ୟକ୍ଷ ତଥା କିଛି ବରିଷ୍ଠ ନେତୃବୃନ୍ଦ ଇସ୍ତଫା ଦେଇ ସାରିଛନ୍ତି। ରାହୁଲ୍‌ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଅଡି ବସିଥିଲେ, କିନ୍ତୁ ତାଙ୍କ ଇସ୍ତଫା ପ୍ରସ୍ତାବକୁ କଂଗ୍ରେସର କାର୍ଯ୍ୟକାରିଣୀ ଟିମ୍‌ ଅଗ୍ରାହ୍ୟ କରିଦେଇଥିଲେ। ତେବେ ତାଙ୍କୁ ବୁଝାଇବାରେ କଂଗ୍ରେସ ନେତୃବୃନ୍ଦ କେତେଦୂର ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ଆଜି ଅପରାହ୍ନ ୪ ଟା ସମୟରେ କଂଗ୍ରେସର ବୈଠକରେ ଏହା ସ୍ପଷ୍ଟ ରୂପେ ଜଣାପଡ଼ିବ ।

Congress continues president rahulgandhi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.