ଜଂକିଆ: କୂଅରେ ପଡି ୮ ବର୍ଷ ନାବାଳକର ମୃତ୍ୟୁ

Published: Feb 19, 2023, 11:57 am IST

ଜଂକିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡି ଜଣେ ୮ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଜଣଙ୍କ ଜଂକିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବେହେରା ବୋଲି ଜଣା ପଡିଛି।

ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ ରମାବିଲି ମନ୍ଦିରକୁ ଯାଇଥିଲେ। ବାଳକ ଜଣଙ୍କ ରାସ୍ତା ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡିଥିଲେ। ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ। ଖବର ପାଇ ମନ୍ଦିର ନିକଟ କୂଅରୁ ସ୍ଥାନୀୟ ଲୋକେ ନାବାଳକକୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ନାଵାଳକର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Related posts