Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ
ଆଜିର ଖବର

ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ

February 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Shivaji
ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତ ରକ୍ଷା ମଞ୍ଚ ପକ୍ଷରୁ ମହାନ ପରାକ୍ରମୀ ସାହସୀ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୩ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱର ମହାନଗରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଇଂ ମନୋଜ ଆଚାର୍ଯ୍ୟ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଭାରତ ମାତା ଓ ଶିବାଜୀ ମହାରାଜଙ୍କ ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶକ୍ତିଶଙ୍କର ମିଶ୍ର ଶିବାଜୀ ମହାରାଜଙ୍କ ବୀରତ୍ବର ଗାଥା ବ୍ୟାଖ୍ୟାନ କରିବା ସହ ଆଜିର ଯୁବସମାଜକୁ ସନାତନ ଧର୍ମର ସୁରକ୍ଷା ପାଇଁ ଶିବାଜୀଙ୍କର ପଥ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭାରତ ରକ୍ଷା ମଞ୍ଚର ମାର୍ଗଦର୍ଶକ ତଥା ପୁରାତତ୍ତ୍ୱ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୀଲ ଧୀର ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳନ କରିବା ସହ ଶ୍ରୀ ମନ୍ଦିର ର ପ୍ରତିଷ୍ଠାତା ତଥା ଓଡ଼ିଶାର ସୁନାମଧନ୍ୟ ରାଜାଧିରାଜ ଚୋଡ଼ଗଙ୍ଗଦେବଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ନୌସୈନିକ ଭେଟେରାନ୍ ବିଦ୍ୟାଧର ନାୟକ ଭାରତୀୟ ନୌସେନା ଉପରେ ଛତ୍ରପତି ଶିବାଜୀଙ୍କର ପ୍ରଭାବ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ। ଶିବାଜୀଙ୍କର ନାମାନୁସାରେ ଆଇ.ଏନ. ଏସ୍ ଶିବାଜୀ, ତାଙ୍କ ମାତାଙ୍କ ନାମ ଅନୁସାରେ ଭାରତୀୟ ତଟରକ୍ଷୀ ଜାହାଜ ଜିଜାବାଈ ଏବଂ ତାଙ୍କର ନୌସେନା କମାଣ୍ଡର କନୌଜୀ ଆଙ୍ଗ୍ରେ ଙ୍କ ନାମ ଅନୁସାରେ ଆଇ.ଏନ. ଏସ୍ ଆଙ୍ଗ୍ରେ ରଖା ଯାଇଛି ବୋଲି କହିଥିଲେ।

ଛତ୍ରପତି ଶିବାଜୀଙ୍କଠାରେ ମହାରାଣା ପ୍ରତାପ ଓ ଚାଣକ୍ୟଙ୍କ ଚରିତ୍ରର ସମନ୍ୱୟତା ଦେଖିବାକୁ ମିଳେ ବୋଲି କହିଥିଲେ। କୋଡ଼ିଏଟି ଯୁଦ୍ଧଜାହାଜ ସହ ପାଞ୍ଚ ହଜାର ନୌସୈନିକଙ୍କ ସାହାଯ୍ୟରେ ସମ୍ପୂର୍ଣ୍ଣ ପଶ୍ଚିମ ଉପକୂଳକୁ ଡଚ, ପର୍ତ୍ତୁଗୀଜ ଓ ବ୍ରିଟିଶଙ୍କ କବଳରୁ ରକ୍ଷା କରିଥିବା ସହିତ ମୋଗଲ ମାନଙ୍କୁ ସର୍ବଦା ପ୍ରତିହିତ କରିଥିଲେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ତଥା ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡା. ଅଶୋକ ଆଚାର୍ଯ୍ୟ ଶିବାଜୀଙ୍କର ଯୁଦ୍ଧଶୈଳୀ ସହିତ ତାଙ୍କର ଶାସନ ଦକ୍ଷତା ଏବଂ ଅର୍ଥନୀତି ସମ୍ପର୍କିତ ବିଜ୍ଞତାର ପରିଚୟ ପ୍ରଦାନ କରିଥିଲେ।

ଶିବାଜୀ ତାଙ୍କ ସେନାବାହିନୀରେ ସମସ୍ତ ଧର୍ମର ସୈନିକମାନଙ୍କୁ ସୁଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ମିଶ୍ର, ସୌମ୍ୟ ରଞ୍ଜନ ସାମଲ, ଦୀନବନ୍ଧୁ ଷଡ଼ଙ୍ଗୀ, ଭେଟେରାନ୍ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ମିଶ୍ର, ସୁଚିତ୍ରା ଜେନାମଣି, ପଦ୍ମଜା ଦେବତା ପ୍ରମୁଖ ଯୋଗ ଦେଇଥିଲେ।

ଛତ୍ରପତି ଶିବାଜୀ
Share. Facebook Twitter LinkedIn Email WhatsApp Copy Link

Related Posts

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026
Latest News

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.