ଆଗକୁ ରଥଯାତ୍ରା। ବ୍ୟାତା ପରେ ପୁରୀର ଅବସ୍ଥା ଧୀରେ ଧୀରେ ସଜାଡି ହେଉଥିବାବେଳେ ରଥଯାତ୍ରା ପାଇଁ ପୁରୀ ନିଜକୁ ପ୍ରସ୍ତୁତ କରୁଛି। ଶୃଙ୍ଖଳିତ ଭାବରେ ରଥଯାତ୍ରା ନେଇ ବିଶେଷ ପଦକ୍ଷେପ ନିଆଯାଉଛି। ଆଜି ଡିଜିପି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ପୁରୀରେ ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଙଛି। ଶୃଙ୍ଖଳିତ ଭାବରେ ରଥଯାତ୍ରା କିପରି ଭାବେ କରାଯିବ ତଥା ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯିବ ଏବଂ ସୂଚାରରୂପେ ସଂପାଦନ କରାଯିବ ନେଇ ଆଜି ଡିଜିପି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକ ପରେ ଡିଜିପି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଫନିରେ ପୁରୀ ବେଶ୍ ପ୍ରଭାବିତ ହୋଇଛି। ଏଥିପାଇଁ ଚଳିତ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ଡିଜିପି। ବାତ୍ୟାରେ ବହୁ ସିସିଟିଭି ନଷ୍ଟ ହୋଇଯାଇଛି, ଏଥିପାଇଁ ଅସ୍ଥାୟୀ ସିସିଟିଭି ଲାଗିବ। କଂଟ୍ରୋଲ ରୁମରୁ ସିସିଟିଭି ମନିଟରିଂ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦ୍ରୁଢ କରାଯିବ। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟାବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ସୂଚନା ଦେଇଛନ୍ତି ଡିଜିପି। ଏଥିସହିତ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦିଆଯିବ। ଖୁବ୍ଶୀଘ୍ର ଏଥିପାଇଁ ବିଏସଏଫ୍, ସିଆରପିଏଫ୍, କୋଷ୍ଟଗାର୍ଡଙ୍କୁ ନେଇ ସମନ୍ବୟ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ଡିଜିପି।