ଜମ୍ମୁ କାଶ୍ମୀରରେ ଅନନ୍ତନାଗର କୋକରନାଗରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ସୂଚନାଯୋଗ୍ୟ, ଅନନ୍ତନାଗର କୋକରନାଗରେ ଆତଙ୍କୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ସେନା, ସିଆରପିଏଫ ଏବଂ ଏସଓଜି ସଂଯୁକ୍ତ ଭାବରେ ସର୍ଚ୍ଚ ଅପରେସନ୍ କରିଥିଲା। ଆତଙ୍କୀଙ୍କ ତରଫରୁ ସୁରକ୍ଷା କର୍ମୀଙ୍କୁ ପ୍ରଥେମ ଆକ୍ରମଣ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।