Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ରେ ଫାଇଲେରିଆ ନିରାକରଣ ଅଭିଯାନ: ଗୋଟିଏ ଦିନରେ ୫୪୪ ବ୍ୟକ୍ତିଙ୍କ ବାତଜ୍ବର ଔଷଧ ସେବନ
ଆଜିର ଖବର

ଏମ୍‌ସ ରେ ଫାଇଲେରିଆ ନିରାକରଣ ଅଭିଯାନ: ଗୋଟିଏ ଦିନରେ ୫୪୪ ବ୍ୟକ୍ତିଙ୍କ ବାତଜ୍ବର ଔଷଧ ସେବନ

February 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ଏମ୍‌ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ସଫଳ ତଥା ସର୍ବବ୍ୟାପି କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିଥିଲେ। ଏଥିସହିତ ସମସ୍ତେ ଫାଇଲେରିଆ ନିରାକରଣ ଅଭିଯାନରେ ସାମିଲ ହୋଇ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିବାକୁ ଡ. ବିଶ୍ବାସ ଆହ୍ବାନ ଦେଇଥିଲେ। ନିଜେ ପ୍ରଥମେ ଏହି ଔଷଧ ସେବନ କରି ସମସ୍ତଙ୍କୁ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ।

ଭାରତ ସରକାରଙ୍କ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ଅଧୀନରେ, ଦେଶର ୨୫୬ ଫାଇଲେରିଆପ୍ରବଣ ଜିଲ୍ଲାରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ଷିକ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ର ଆବଶ୍ୟକ ମାତ୍ରା ଦିଆଯାଇଥାଏ। ଉପରୋକ୍ତ ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ଖୋର୍ଦ୍ଧା ସମେତ ୨୦ଟି ଏଣ୍ଡେମିକ୍ ଜିଲ୍ଲା ରହିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟ୍ୟାବଲେଟ୍‌ର ମାଗଣା ବଣ୍ଟନ ପାଇଁ ଓପିଡି ପରିସରରେ ଏକ ସ୍ବତନ୍ତ୍ର ସାର୍ବଜନୀନ ବାତଜ୍ବର ସେବନ କେନ୍ଦ୍ର (ଏମ୍‌ଡିଏ କର୍ଣ୍ଣର) ସ୍ଥାପନ କରାଯାଇଛି। ଏଥିସହିତ ଏମ୍‌ସର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଏହାର ପରିସରରେ ରହୁଥିବା ସମସ୍ତ ପରିବାରକୁ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଦଳ ଦ୍ୱାରା ଏହି ଔଷଧ ବିତରଣ କରାଯାଉଛି। ଆଜି ଗୋଟିଏ ଦିନରେ ଏମ୍‌ସ ଭୁବନେଶ୍ୱରରେ ୫୪୪ରୁ ଅଧିକ ବ୍ୟକ୍ତି ମାଗଣା ବାତଜ୍ବର ଔଷଧ ସେବନ କରିଛନ୍ତି।

ଆଜି ଅନୁଷ୍ଠିତ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମରେ ଡିନ୍‌ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍‌ (ଗବେଷଣା) ଡ. ବିନୋଦ ପାତ୍ର, ସିଏମ୍ଏଫ୍‌ଏମ୍‌ ବିଭାଗର ଅଧ୍ୟାପକ ଡ. ବିନୋଦ ବେହେରା ପ୍ରମୁଖ ଏହି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଔଷଧ ଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡିଏମ୍‌ଓ ଡ. ଆର୍ତ୍ତବନ୍ଧୁ ନାୟକ, ଡିଏମ୍‌ଓ ଡ. ଜୀବନ୍ତ କୁମାର ଆଚାରି, ଭିବିଡିଟି ଦୀପକ କୁମାର ନାୟକ, ସୁସ୍ମିତା ସାମନ୍ତରାୟ, ଜିଲ୍ଲା ଅଧିକାରୀ ପିସି ଜୋବକମସନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ୨୦୦୪ରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏନେଇ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଫାଇଲେରିଆ ନିରାକରଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟର ତିନିବର୍ଷ ପୂର୍ବ 2027 ସୁଦ୍ଧା ଭାରତକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟଯେ, ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗୁରୁତର ଅସୁସ୍ଥ ରୋଗୀ ଏହି ଔଷଧ ସେବନ ନକରିବାକୁ ପରାମର୍ଶ ଦିଆଯାଇଛି।

ଏମ୍ସ ଫାଇଲେରିଆ ନିରାକରଣ ଅଭିଯାନ ବାତଜ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026

ଆଜି ମାର୍ଚ୍ଚ ୨୮ ତାରିଖ ଶନିବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 28, 2026
Latest News

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.