ସୁର ରାଉତରାୟଙ୍କ ବଢିଲା ଚିନ୍ତା, ସାନ ପୁଅଙ୍କ ପରେ ବଡପୁଅ କହିଲେ ମୁଁ ମଧ୍ୟ ଛିଡା ହେବି

Published: Feb 23, 2023, 1:41 pm IST

ଭୁବନେଶ୍ବର: ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ଏକ ପାରିବାରିକ ବିବାଦ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି। କାରଣ ତାଙ୍କର ଦୁଇ ପୁଅ ମଧ୍ୟରୁ କିଏ ହେବ ଉତ୍ତରାଧିକାରୀ ସେ ନେଇ ବିବାଦ ସୃଷ୍ଟି ହୋଇଛି।

ଆଜି ସକାଳେ ସୁର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଲେ ଯେ ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ମୋର ବୟସ ହୋଇଗଲାଣି ଆଉ ମୁଁ ନିର୍ବାଚନ ଲଢେଇ କରିବି ନାହିଁ। ମୁଁ କଂଗ୍ରେସରେ ଅଛି , ମୋ ସାନ ପୁଅ ମଧ୍ୟ ସେହି କଂଗ୍ରେସରୁ ଜଟଣୀ ଆସନରେ ଛିଡା ହେବ।

ଏହି କଥା ଭୁବନେଶ୍ବରରେ ସେ କହିବା ପରେ ତାଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଘୋଷଣା କଲେ ଯେ, ମୁଁ ମଧ୍ୟ ନିର୍ବାଚନରେ ଲଢେଇ କରିବି। ଆସନ୍ତା ବିଧାନସଭାରେ ପ୍ରାର୍ଥୀ ହେବି। ହେଲେ ସେ କେଉଁ ଦଳରୁ ଛିଡା ହେବେ ଏବଂ କେଉଁଠାରୁ ଛିଡା ହେବେ ସେ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହିଁନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ହେଉଛନ୍ତି ସିଦ୍ଧାର୍ଥ ରାଉତରାୟ। ସେ ହେଉଛନ୍ତି ଏଭେରେଷ୍ଟ ଆରୋହୀ। ସେହିପରି ସାନ ପୁଅ ମନ୍ନଥ ରାଉତରାୟ ହେଉଛନ୍ତି ଜଣେ ପାଇଲଟ।

Related posts