Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଉରକେଲା ଏନଆଇଟି ଆୟୋଜନ କରିବ ଏକ ଭାରତ ଶ୍ରେଷ୍ଠ ଭାରତ– ଯୁବ ସଂଗମ କାର୍ଯ୍ୟକ୍ରମ
ଆଜିର ଖବର

ରାଉରକେଲା ଏନଆଇଟି ଆୟୋଜନ କରିବ ଏକ ଭାରତ ଶ୍ରେଷ୍ଠ ଭାରତ– ଯୁବ ସଂଗମ କାର୍ଯ୍ୟକ୍ରମ

February 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର/ରାଉରକେଲା: ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବ ସଂଗମ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପାଇଁ  ଏନଆଇଟି ରାଉରକେଲା ଓ ଏନଆଇଟି ସିକ୍କିମକୁ ନୋଡାଲ୍‌ ପ୍ରତିଷ୍ଠାନ ଭାବେ ଚୟନ କରାଯାଇଛି। ଏନଆଇଟି ରାଉରକେଲା ପକ୍ଷରୁ ସିକ୍କିମର ଯୁବକଯୁବତୀଙ୍କ ପାଇଁ ପାଞ୍ଚ ଦିନିଆ ଓଡ଼ିଶା ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ଜଣ ଅଧ୍ୟାପକ/କର୍ମଚାରୀ ଫେବୃଆରୀ ୨୫ ତାରିଖ ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଏନଆଇଟି ରାଉରକେଲାର ଏକ ଭାରତ ଶ୍ରେଷ୍ଠ ଭାରତ ସଂଯୋଜକମାନେ ସେମାନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖାଇବେ। ସିକ୍କିମର ଯୁବପ୍ରତିନିଧିମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ ସ୍ଥଳୀ, ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ପରିଦର୍ଶନ କରିବେ। ଏହାଛଡ଼ା ରାଉରକେଲା ଏନଆଇଟି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୮ରୁ ୩୦ ବର୍ଷ ବୟସ୍କ ୪୦ ଜଣ ଯୁବପ୍ରତିନିଧିଙ୍କୁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ଏନଏସଏସ/ଏନୱାଇକେଏସ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ଚାକିରି କରିଥିବା ଓ ସ୍ବାବଲମ୍ବୀ ଯୁବକଯୁବତୀ ସାମିଲ ରହିଛନ୍ତି। ଏମାନେ ମାର୍ଚ୍ଚ ପହିଲା ଠାରୁ ୭ ତାରିଖ ପର୍ଯ୍ୟନ୍ତ ସିକ୍କିମ ଗସ୍ତରେ ଯିବେ।

ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ନାଗରିକ ସମ୍ପର୍କ, ବିଶେଷ କରି ଉତ୍ତର ପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହାଦ୍ବାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ବରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ପରିଦର୍ଶନ ରାଜ୍ୟର ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ। ଗସ୍ତ ସମୟରେ ପରିଭ୍ରମଣକାରୀ ଯୁବ ପ୍ରତିନିଧିମାନେ ପାଞ୍ଚଟି ପ୍ରମୁଖ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକୀ ଓ ପରସ୍ପର ସମ୍ପର୍କକୁ ଉଜାଗର କରିପାରିବେ। ଭାରତ ସରକାରଙ୍କ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା, ସ୍ବରାଷ୍ଟ୍ର ବ୍ୟାପାର, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ବିଭାଗ ଏବଂ ଆଇଆରସିଟିସି ପ୍ରମୁଖ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବା ସଂଗମର ପାଇଲଟ୍‌ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୁବପିଢ଼ି ଅଂଶଗ୍ରହଣ କରିବେ। ଉତ୍ତର ପୂର୍ବ ଭାରତ ଏବଂ ଦେଶର ଅବଶିଷ୍ଟ ଭାଗର ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବା ଓ ସୁଦୃଢ଼ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ଉପାଦେୟ ସାବ୍ୟସ୍ତ ହେବ। ଭାରତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଭ୍ରମଣ,ରହଣି ଓ ଖାଦ୍ୟପାନୀୟ ବାବଦରେ ଛାତ୍ରଛାତ୍ରୀ କିମ୍ବା ଆୟୋଜକ ପ୍ରତିଷ୍ଠାନକୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଗସ୍ତ ସମୟରେ ଅଂଶଗ୍ରହଣକାରୀମାନେ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନ, କ୍ରୀଡ଼ା ଭିତ୍ତିଭୂମି, ଶିଳ୍ପ, ଧାର୍ମିକ କେନ୍ଦ୍ର, ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ଉତ୍ପାଦନରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିବେ। ସେମାନେ ମଧ୍ୟ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ଓ ରାଜ୍ୟର ସମୃଦ୍ଧ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ। ଏନଆଇଟି ରାଉରକେଲା କ୍ୟାମ୍ପସରେ ସେମାନେ ବିବିଧ ସାଂସ୍କୃତିକ ଜୀବନଶୈଳୀର ଲୋକମାନଙ୍କ ସହିତ ରହିବାର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କର ବୈଜ୍ଞାନିକ ଓ ଶିକ୍ଷାଗତ ଅନ୍ବେଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ।

ଯୁବା ସଂଗମ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା-ସିକ୍କିମର ନୋଡାଲ ଅଧିକାରୀ ଭାବେ ଏନଆଇଟି ରାଉରକେଲାର ପ୍ରଫେସର ୱିନୀ ରାଉତରାୟ ଏବଂ ଏନଆଇଟି ସିକ୍କିମର ଅତିରିକ୍ତ ରେଜିଷ୍ଟ୍ରାର ଶ୍ରୀ ରାମ ନେପାଲଙ୍କୁ ଦାୟିତ୍ବ ଦିଆଯାଇଛି।

କ ଭାରତ ଶ୍ରେଷ୍ଠ ଭାରତ ଯୁବ ସଂଗମ କାର୍ଯ୍ୟକ୍ରମ ରାଉରକେଲା ଏନଆଇଟି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.