ପ୍ରେମିକାଙ୍କୁ ଲୁଚିଛପି ସାକ୍ଷାତ କରୁଥିବା ବେଳେ ଧରା ହେଲେ ପ୍ରେମିକ, ଗ୍ରାମବାସୀ କରାଇଲେ ବିବାହ

Published: Feb 24, 2023, 8:57 pm IST

ଜଙ୍କିଆ: ପ୍ରେମୀ ଯୁଗଳଙ୍କ ମଧ୍ୟରେ ଦୀର୍ଘଦିନ ସମ୍ପର୍କ ପରେ ସମ୍ପର୍କୀୟଙ୍କ ହାତରେ ଧରାପଡ଼ିଛନ୍ତି। ଉଭୟଙ୍କ ମଧ୍ୟରେ ଲୁଚିଛପି ସାକ୍ଷାତ ହୋଇଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଧରାପଡ଼ିଛନ୍ତି। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ପ୍ରେମୀଯୁଗଳଙ୍କୁ ଆଜି ମନ୍ଦିରରେ ବିବାହ କରାଯାଇଛି। ଗ୍ରାମବାସୀ ଓ ଉଭୟ ପରିବାର ଲୋକଙ୍କ ଉପସ୍ଥିତରେ ବିଳମ୍ବିତ ରାତିରେ ମନ୍ଦିରର କର୍ପୁର ମାଳ ପକାଇ ଦୁହିଁଙ୍କୁ ବିବାହ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇଶାସନ ଗ୍ରାମପଞ୍ଚାୟତରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗୋଳବାଇ ଶାସନ ଗ୍ରାମର ଜୈନିକା ଯୁବତୀଙ୍କର ରାମେଶ୍ୱର ଗ୍ରାମପଞ୍ଚାୟତର କାଳୁ ନାମକ ଜଣେ ଯୁବଙ୍କ ସହିତ ପ୍ରେମ ସଂମ୍ପର୍କ ଥିଲା। ଅନେକ ସମୟରେ ଉଭୟ ପ୍ରେମୀ ଯୁଗଳ ପ୍ରେମିକାଙ୍କ ଘରେ ରାତିରେ ଭେଟ ହେଉଥିଲେ।

ବୁଧବାର ରାତି ଅଧରେ ପ୍ରେମିକ ଜଣଙ୍କ ପ୍ରେମିକା ପାଖକୁ ଦେଖାକରିବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ଉଭୟଙ୍କୁ ଧରିଥିଲେ। ଗ୍ରାମବାସୀମାନେ ଏକ ବୈଠକ କରି ପ୍ରେମିକ ଓ ପ୍ରେମିକାଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତରେ ମନ୍ଦିରରେ ବିଳମ୍ବିତ ରାତିରେ ବିବାହ କରିଥିଲେ। ଏହି ବିବାହର କେତେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ମୋବାଇଲରେ ଘୁରିବୁଲୁଛି।

Related posts