Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡାର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା
ଆଜିର ଖବର

କେନ୍ଦ୍ରାପଡାର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା

February 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘ମନ୍ କି ବାତ’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଖଇରାବାଦ ଅଞ୍ଚଳର କମଳା ମହାରଣାଙ୍କ ‘ଆବର୍ଜନାରୁ ସମ୍ପଦ’ର ସଫଳ ପ୍ରୟାସ ଉପରେ ଚର୍ଚ୍ଚା ସମସ୍ତଙ୍କୁ ପ୍ରେରିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କମଳା ମହାରଣାଙ୍କ ବର୍ଜ୍ୟବସ୍ତୁରୁ ଘରକରଣା ସାମଗ୍ରୀର ଉଦାହରଣ ଦେବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ସଚେତନତାର ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ। କମଳା ମହାରଣା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକରୁ ପେଡ଼ି, ପାଚିଆ, ମୋବାଇଲ ଷ୍ଟାଣ୍ଡ୍ ଭଳି ଉତ୍ପାଦ ପ୍ରସ୍ତୁତ କରି ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ତାଙ୍କର ପ୍ରଚେଷ୍ଟା ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରୁଛି।

ମନ୍ କି ବାତରେ ଆଜି ପ୍ରଧାନମନ୍ତ୍ରୀଙ୍କ ଠାରୁ ଦେଶକୁ ଆଗକୁ ନେବା ଦିଗରେ ଦେଶବାସୀଙ୍କୁ ପ୍ରେରଣାଦାୟୀ ପ୍ରଚେଷ୍ଟା ଏବଂ ସକାରାତ୍ମକ କାହାଣୀ ସମସ୍ତଙ୍କୁ ପ୍ରେରିତ କରିଛି। ଭାରତର ପାରମ୍ପରିକ କଳା, ସଂସ୍କୃତି, ସଂଗୀତ ଏବଂ କୌଶଳକୁ ଆଗକୁ ନେବାରେ ନାଗରିକଙ୍କ ସାମୂହିକ ପ୍ରୟାସ ହିଁ ସବୁଠୁ ବଡ ଭୂମିକା ନିର୍ବାହ କରୁଛି। ପାରମ୍ପରିକ ଖେଳ- ଖେଳନାକୁ ପ୍ରୋତ୍ସାହିତ କରିବା, ସାମାଜିକ ଚେତନାରେ ରାଷ୍ଟ୍ରୀୟ ଏକତାକୁ ଆଣିବା, ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା କିମ୍ବା ଡିଜିଟାଲ ଇଣ୍ଡିଆର ଗତିରେ ଦେଶକୁ ଯୋଡିବା ହେଉ, ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଶରେ ଜନଭାଗିଦାରୀ ଏବଂ ସାମାଜିକ ପରିବର୍ତ୍ତନର ସବୁଠୁ ବଡ ଉତ୍ସ ହୋଇଛି।

ଆଜି ୟୁପିଆଇର ଶକ୍ତି ଦୁନିଆ ଦେଖୁଛି। ଆଜିର କାର୍ଯ୍ୟକ୍ରମରେ ଦେଶବାସୀ ଡିଜିଟାଲ ଇଣ୍ଡିଆ ଦ୍ୱାରା ମେଡିକାଲ କ୍ଷେତ୍ରରେ ଆସୁଥିବା କ୍ରାନ୍ତିକୁ ଅନୁଭବ କରିଛନ୍ତି। ଆଜିର ପ୍ରୟାସରୁ ପ୍ରେରଣା ନେଇ ସମସ୍ତେ ଐତିହ୍ୟର ସଂରକ୍ଷଣ ଏବଂ ଭୋକାଲ ଫର୍ ଲୋକାଲ ପାଇଁ ଅଧିକ ପ୍ରୟାସରତ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

କମଳା ମହାରଣା ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆର ପରାଜୟରେ ଭାରତକୁ ଲାଭ: ଜାଣନ୍ତୁ ଡବ୍ଲୁଟିସି ୨୦୨୫-୨୭ ପଏଣ୍ଟ ଟେବୁଲ

December 27, 2025

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025
Latest News

ଅଷ୍ଟ୍ରେଲିଆର ପରାଜୟରେ ଭାରତକୁ ଲାଭ: ଜାଣନ୍ତୁ ଡବ୍ଲୁଟିସି ୨୦୨୫-୨୭ ପଏଣ୍ଟ ଟେବୁଲ

December 27, 2025

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.