Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶିଷ୍ଟ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ
ଆଜିର ଖବର

ବିଶିଷ୍ଟ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

February 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। କର୍କଟ ରୋଗରେ ପୀଡିତ ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

ସ୍ବର୍ଗତ ମହାନ୍ତି କଟକ କେଶରପୁରରେ ଜନ୍ମ ଗ୍ରହଣ କରିଥିଲେ। ଏକାଧାରାରେ ସେ ଥିଲେ ଜଣେ ପ୍ରାବନ୍ଧିକ, କବି ତଥା ସାମ୍ବାଦିକ। ‘ଧରିତ୍ରୀ’, ‘ସମୟ’, ‘ଅନୁପମ ଭାରତ’ ଓ ‘ଓଡ଼ିଶା ଭାସ୍କର’ ଓ ‘ଅମୃତ ଦୁନିଆ’ରେ ସେ ଦୀର୍ଘ ବର୍ଷ ସାମ୍ବାଦିକତା କରି ଅବସର ନେଇଥିଲେ। ସେ

କିଛି ପୁସ୍ତକ ରଚନା କରିଛନ୍ତି। ତାଙ୍କର କବିତା ପୁସ୍ତକ ଆ’-ଆଜି ନଈକୁ ଯିବା ଖୁବ ଅଦୃତିଲାଭ କରିଥିଲା। ଏଥି ସହ ତାଙ୍କର ପ୍ରବନ୍ଧଭିତ୍ତିକ ପୁସ୍ତକ ବି ରହିଛି। ତେବେ ପଢ଼ାପଢ଼ିରେ ପ୍ରବଳ ରୁଚି ଥିବା ସ୍ବର୍ଗତ ମହାନ୍ତିଙ୍କ ଆଧ୍ୟାତ୍ମକ ପୁସ୍ତକ ପ୍ରତି ଅଧିକ ଦୁର୍ବଳତା ଥିଲା। ହସ୍ପିଟାଲ ରୋଗ ଶଯ୍ୟାରେ ବି ସେ ପଢିବାକୁ ଚେଷ୍ଟା କରିଥିଲେ।

ସ୍ବର୍ଗତ ମହାନ୍ତି ଥିଲେ ସାର୍ବଜନୀନ ଭାଇ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ‘ଅଜିତ ଭାଇ’ ବୋଲି ସମ୍ବୋଧନ କରୁଥିଲେ। କାରଣ ସେ ଯେମିତି ଥିଲେ ସରଳ ଓ ସାଧାସିଧା, ସେମିତି ଥିଲେ ବନ୍ଧୁବତ୍ସଳ ଓ ମିଷ୍ଟଭାଷୀ ମଣିଷ। ତେଣୁ ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏମସରୁ ତାଙ୍କର ପାର୍ଥିବ ଶରୀର ୟୁନିଟ୍-୨ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ଅପେକ୍ଷାରତ ସାମ୍ବାଦିକମାନେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେହି ସାମ୍ବାଦିକମାନଙ୍କ ମଧ୍ୟରେ ଅଶୋକ ଦାସ, ଶ୍ରୀମୟ କର, ଗୋପାଳ ମହାପାତ୍ର, ବିପିନ ସିଂହ, ବିବେକ ଜେନା,ରମେଶ ସ୍ୱାଇଁ, ଦେବୀ ପଟ୍ଟନାୟକ,ପ୍ରଦ୍ୟୁମ୍ନ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ଅନିଲ ଦାସ,ସୁବାଶିଷ ମହାନ୍ତି, କିଶୋର ମଙ୍ଗରାଜ, ରମେଶ ମହାନ୍ତି ଓ ଦିଲୀପ ସାବତ ପ୍ରମୁଖ ଅନ୍ୟତମ ଥିଲେ। ଏହାପରେ ସ୍ବର୍ଗତ ମହାନ୍ତିଙ୍କ ମରଶରୀରକୁ ଖଣ୍ଡଗିରି ଇଣ୍ଟେଗ୍ରାଲ ସ୍କୁଲ ନିଆଯାଇ ଶେଷକୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା। ରାତିର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଆନନ୍ଦ ମହାନ୍ତି ମୁଖଗ୍ନୀ ଦେଇଛନ୍ତି।

କର୍କଟ ରୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.