Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ମେଳା-୨୦୨୩ ର ଆଜି ଶେଷ ଦିନ: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା
ଆଜିର ଖବର

ଆଦିବାସୀ ମେଳା-୨୦୨୩ ର ଆଜି ଶେଷ ଦିନ: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀର ଚାହିଦା

March 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀ ମେଳା ଆଜି ନବମ ଦିବସରେ ପହଞ୍ଚିଛି।

ଆଦିବାସୀ ମେଳାରେ ଦିନକୁ ଦିନ ଭୀଡ଼ ବଢ଼ିବାରେ ଲାଗିଛି। ଆଦିବାସୀ ହାଟ, ପ୍ରାଚୀନ ଜନଜାତି ଗାଁରେ ଘରର ସୁଦୃଶ ମଡେଲ୍‌, କଳାବସ୍ତୁ ପ୍ରଭାଗ, ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ, ଷ୍ଟ୍ରବେରୀ ଷ୍ଟଲ ସହିତ ମିଶନ ଶକ୍ତି, ଓର୍‌ମାସ, ମିଲେଟ୍‌ ମିଶନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକ ଆଗ୍ରହର ସହିତ ସାମଗ୍ରୀ କ୍ରୟ କରୁଛନ୍ତି। ମିଲେଟ୍‌ ମିଶନ ଷ୍ଟଲରେ ମାଣ୍ଡିଆର ବିସ୍କୁଟ, ମିକ୍ସଚର, କେକ୍‌, ସୁଆଁ ଚାଉଳ ଆଦି ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମିଳୁଥିବାବେଳେ ଅନ୍ୟାନ୍ୟ ଷ୍ଟଲଗୁଡ଼ିକରେ ଅଭଙ୍ଗା କେ„ଇ, ଜଙ୍ଗଲଜାତ ଦ୍ରବ୍ୟ, ଝାଡ଼ୁ, ଝୁଣା, ହଳଦୀ, ଚାଉଳ, ସବାଇ ଘାସର ସାମଗ୍ରୀ, ବିଭିନ୍ନ ପ୍ରକାରର ମସଲାଗୁଣ୍ଡ, ପାମ୍ପଡ଼, ମହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଷ୍ଟଲରେ ପିପିଲି ଚାନ୍ଦୁଆ, ଘର ସଜେଇବା ସାମଗ୍ରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରୁଛି।

ଆଦିବାସୀ ମେଳାରେ ଆଜି ଜନଜାତି ନୃତ୍ୟରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ବେଜୁଣୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢୋଲକ, ଟାମକ, ତିଡ଼ିବିଡ଼ି, ଶିଙ୍ଗା ଭଳି ମୁଖ୍ୟ ବାଦ୍ୟଯନ୍ତ୍ରରେ ବଣ୍ଡାନୃତ୍ୟ, ନାଗରା, ମହୁରୀ ଓ ଢୋଲ ମୁଖ୍ୟ ବାଦ୍ୟଯନ୍ତ୍ରରେ ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ସଉରାମାନଙ୍କ ମିରିଆ ନୃତ୍ୟ ଏବଂ ବାଲିପରବ ନୃତ୍ୟ ଆଦି ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଆଦିବାସୀ ମେଳା ପ୍ରତ୍ୟହ ୨.୩୦ ଘଟିକାଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି। ଆଜି ଏହି ମେଳାର ଶେଷ ଦିନ ଅଟେ।

ବୟନ ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Latest News

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.