ଖୋର୍ଦ୍ଧା ପୌର ପରିଷଦରେ ମିଶନ ଶକ୍ତି ମା’ ମାନଙ୍କୁ ସାଇକେଲ ପ୍ରଦାନ

Published: Mar 2, 2023, 7:00 pm IST

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜୟୀ ରାଜଗୁରୁ ଟାଉନ ହଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ଗୋଷ୍ଠୀ ସହାଭାଗିତାରେ ଉତ୍ସବ ପାଳନ କାର୍ଯ୍ୟକ୍ରମ ଓ ସାଇକେଲ ବିତରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରରେ ଶୁଭାରମ୍ଭ ହେବା ପରେ ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଏକ ବୈଠକ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୌର ପରିଷଦ ଅଧ୍ୟକ୍ଷା କନକ ମଞ୍ଜରୀ ମହାନ୍ତି, ପୌର ପରିଷଦ ଉପାଧ୍ୟକ୍ଷ, ସମସ୍ତ ୱାର୍ଡମେମ୍ବର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବା ସହ ସାଇକେଲ ବଣ୍ଟା ଯାଇଛି।

ମହିଳା ମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟକ ହେବ, ବୋଲି ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ସୁନ୍ଦର ପ୍ରଚେଷ୍ଟା। ଖୋର୍ଦ୍ଧା ମୁନିସିପାଲିଟିରେ କାମ କରୁଥିବା ୪୫ ଜଣ ମହିଳା ଯଥାକ୍ରମେ ସ୍ଵଚ୍ଛସାଥି, ଜଳ ସାଥି, ସ୍ଵଚ୍ଛ ସୁପର ଭାଇଜର, M. C. C, MRF, ଆହାର ଓ ମିଶନ ଶକ୍ତି ମା’ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି।

Related posts