Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କ ଶପଥରେ ଯୋଗଦେବେ ଦିଦି
ଆଜିର ଖବର

ମୋଦିଙ୍କ ଶପଥରେ ଯୋଗଦେବେ ଦିଦି

May 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟିଏମସି
ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

ବିଜେପିରେ ଐତିହାସିକ ବିଜୟ ପରେ ଶପଥ ଗ୍ରହଣ ଉତ୍ସବକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏହି ଶପଥ ଗ୍ରହଣ ଉତ୍ସବକୁ ଏଥର ବିମ୍ସଟେକର ଦେଶ ଅର୍ଥାତ ନେପାଳ, ଭୂଟାନ, ମିଆଁମାର,ଶ୍ରୀଲଙ୍କା ଓ ଥାଇଲାଣ୍ଡର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଆମନ୍ତ୍ରିତ କରାଯାଇଛି। ଏହା ସହିତ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ, ରଜନୀକାନ୍ତ ତଥା ଓ୍ବାଇଏସ୍‌ କଂଗ୍ରେସର ଜଗନ ମୋହନ ରେଡ୍ଡି ପ୍ରମୁଖଙ୍କୁ ନିମନ୍ତ୍ରଣ ଦିଆଯାଇଛି। ତେବେ ସବୁଠୁ ଚର୍ଚ୍ଚାର କଥା ହେଉଛି ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମଇ ୩୦ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ। ଚଳିିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍‌ସି ଓ ବିଜେପିର ଜବରଦସ୍ତ ଟକ୍କର ଲାଗିଥିଲା। ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟି ଆସନ ପାଇଥିବାବେଳେ ୨୨ଟି ଆସନ ଟିଏମ୍‌ସି ପାଇଛି। କେବଳ ଏତିକିରେ ସୀମିତ ରହିନାହିଁ ବଙ୍ଗଳା ରାଜନୀତି। ଆଜି ମୁକୁଲ ରାୟଙ୍କ ପୁତ୍ର ଶୁଭ୍ରାଂଶୁ ରାୟଙ୍କ ସମେତ ୨ ଟିଏମ୍‌ସି ବିଧାୟକ ବିଜେପିରେ ମିଶିଛନ୍ତି। ମୋଦିଙ୍କ ଲହର ପଶ୍ଚିମବଙ୍ଗରେ ହଡକମ୍ପ ସୃଷ୍ଟି କରିଥିବାବେଳେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଦିଦିଙ୍କ ଆଗମନ ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026
Latest News

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026

ୟୁପିରେ SIR ଦ୍ଵାରା କଟିଲା ୨.୮୯ କୋଟି ନାମ: ପୂର୍ବରୁ ଥିଲେ କେତେ ଭୋଟର?

April 11, 2026

ପଶ୍ଚିମବଙ୍ଗରେ ବିଜେପି ର କିଏ ହେବେ ମୁଖ୍ୟମନ୍ତ୍ରୀ?: ଅମିତ ଶାହଙ୍କ ବଡ଼ ଘୋଷଣା

April 11, 2026

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.