Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୧୩ ରେ ରାଜଭବନ ଘେରାଉ କରିବ କଂଗ୍ରେସ 
ଆଜିର ଖବର

ମାର୍ଚ୍ଚ ୧୩ ରେ ରାଜଭବନ ଘେରାଉ କରିବ କଂଗ୍ରେସ 

March 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତବର୍ଷର କୋଟି କୋଟି ଜନସାଧାରଣଙ୍କ ଏଲଆଇସିରେ ସଂଚିତ ଅର୍ଥ ଏବଂ ବ୍ୟାଙ୍କ ମାନଙ୍କରେ ଜମାରାଶିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାପ ଯୋଗୁଁ ଅତି ଚଂଚକତା କରି ଆଦାନୀ ଗ୍ରୁଫ ଅଫ କମ୍ପାନୀ ମାନଙ୍କରେ ହଜାର ହଜାର କୋଟି ପୁଞ୍ଜି ବିନିଯୋଗ କରାଯାଇଛି। ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଜି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌ର ସମସ୍ତ ସେୟାର ଗୁଡ଼ିକ ବହୁ କମ୍ ମୂଲ୍ୟରେ ଖରିଦାରୀ ହେଉଛି।

ଏପରିକି ଏହି ସମସ୍ତ କମ୍ପାନୀର ସେୟାର ଗୁଡ଼ିକର ମୂଲ୍ୟ ଏତେ ହ୍ରାସ ପାଇଛି ଯଦ୍ୱାରା କି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ମାନଙ୍କ ସହିତ ଏଲଆଇସି ର ହଜାର ହଜାର କୋଟି ଟଙ୍କା କ୍ଷତି ସହିଲେଣି। ଆଶଂକା କରାଯାଉଛି ଏହି କ୍ଷତି ଆସନ୍ତା ଦିନମାନଙ୍କରେ ଆହୁରି ବହୁତ ଅଧିକ ହୋଇଯିବ। ଏହାଦ୍ୱାରା ଭାରତ ବର୍ଷର କୋଟି କୋଟି ଜନାତଙ୍କର ବହୁ ଆର୍ଥିକ କ୍ଷତି ଘଟିବ ଏସବୁ ଜାଣିସୁଣି ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ଏ ବାବଦରେ ପାଟି ଖୋଲୁ ନାହାନ୍ତି। ୨୦୧୪ ମସିହା ବେଳକୁ ଆଦାନୀ ବିଶ୍ୱ ଧନୀ ତାଲିକାରେ ୬୦୯ ନମ୍ବର ଥିଲା ବେଳେ ୨୦୨୨ ମସିହା ଜାନୁଆରୀ ମାସ ୨୪ ତାରିଖ ସୁଦ୍ଧା ଆଦାନୀ ବିଶ୍ୱର ବର୍ଷର ଦ୍ୱିତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ। କିନ୍ତୁ ତାଙ୍କର ବେନାମୀ କାରବାର ଏବଂ ତାଙ୍କ କମ୍ପାନୀ ଗୁଡ଼ିକର ଆର୍ଥିକ ସ୍ଥିତିର ସଂପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବାପରେ ତାଙ୍କର ସ୍ଥାନ ଆଜି ୪୦ତମ ସ୍ଥାନରେ ପଂହଚିଛି ଏପରିକି ସେ ଯେଉଁ ସ୍ୱଳ୍ପମିଆଦି ଋଣ ଏବଂ ଦୀର୍ଘ ମିଆଦି ଋଣର ପରିଷୋଧ କରିବାପାଇଁ ତାଙ୍କ ପାଖରେ ଆବଶକୀୟ ଅର୍ଥ ନାହିଁ ବୋଲି ଜଣାପଡ଼ିଲାଣି।

ଆଜି ପ୍ରଦେଶ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପୌରହିତରେ ଆସନ୍ତା ମାର୍ଚ୍ଚମାସ ୧୩ ତାରିଖ ଦିନ ରାଜ୍ୟ କଂଗ୍ରେସ ଆଦାନୀ-ମୋଦି ସଂପର୍କ ଯୋଗୁଁ ଭାରତ ବର୍ଷର ଅର୍ଥନୀତି ଏବଂ ଭାରତୀୟ ବ୍ୟାଙ୍କ ଓ ଏଲଆଇସିର ପ୍ରଚୁର କ୍ଷତି ଯୋଗୁଁ ଭାରତ ବର୍ଷର କୋଟି କୋଟି ଜନସାଧାରଣଙ୍କ ଅର୍ଥ କିଭଳି ମୋଦି ସରକାର ନିଜର ବନ୍ଧୁ ଆଦାନୀଙ୍କୁ ଟେକି ଦେଇଛନ୍ତି ତାହାକୁ ବିରୋଧ କରି ରାଜଭବନ ଘେରାଉ କରାଯିବା ନିଷ୍ପତିକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହା ସହିତ ଗ୍ୟାସର ଅହେତୁକ ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଦୁଷ୍କର୍ମ ଇତ୍ୟାଦି ସମସ୍ୟାକୁ ନେଇ କଂଗ୍ରେସ ଦଳ ରାଜ ଭବନ ଘେରାଉ କରିବ ବୋଲି ନିଷ୍ପତି ନିଆଗଲା।

ଏହି ପ୍ରସ୍ତୁତି ବୈଠକରେ ଶିବାନନ୍ଦ ରାୟ, ରବି ମଲ୍ଲିକ, ବିଭୁତି ମିଶ୍ର, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ସୁରେଶ କୁମାର ମହାପାତ୍ର, ବିଶ୍ୱଜିତ ଦାଶ, ଜୟନ୍ତ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ମନୋଜ ସାହୁ, ଶ୍ରୀନିବାସ ରାଉତରାୟ, ଜୟନ୍ତ ଭୋଇ, ବେଣୁ ଭୋଇ, ରଜନୀ ମହାନ୍ତି, ୟାସିର ନୱାଜ, ଚିନ୍ମୟ ସୁନ୍ଦର ଦାସ, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ମିତ୍ରଭାନୁ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଲଲାଟେନ୍ଦୁ ଦାଶ, ଜୟକୃଷ୍ଣ ପଟ୍ଟନାୟକ, ସନ୍ତୋଷ ନନ୍ଦ, କିଷାନ ପଣ୍ଡା, ପ୍ରଦୀପ୍ତ କୁମାର ଦାସ, ସୁବ୍ରତ ଦାସ, ସୁଦୀପ୍ତ କର, ପ୍ରଦୀପ ସ୍ୱାଇଁ, ପ୍ରଣତୀ ମିଶ୍ର, କନକ ମଲ୍ଲିକ, ବଟକୃଷ୍ଣ ରାଉତରାୟ, ରଞ୍ଜିତ ପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

କଂଗ୍ରେସ ଭାରତୀୟ ଷ୍ଟକ ବଜାର ରାଜଭବନ ଘେରାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୧୮ ରୁ କଟକରେ ଆନ୍ତର୍ଜାତିକ ବାଣିଜ୍ୟମେଳା: ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ହେବେ ସାମିଲ

September 17, 2026

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ପୋଲିସଙ୍କୁ ଆକ୍ରମଣ, ୬ ଗିରଫ

September 17, 2026
Latest News

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.