ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ, ଉପମୁଖ୍ୟମନ୍ତ୍ରୀ ହେଲେ ବିଜେପିର ୟାନଥୁଙ୍ଗୋ

Published: Mar 7, 2023, 2:44 pm IST

ନୂଆଦିଲ୍ଲୀ: ଆଜି ନେଫ୍ୟୁ ରିଓ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ କୋହିମାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମା ଉପସ୍ଥିତ ଥିଲେ।

ତେବେ ମେଣ୍ଟରେ ସାମିଲ ବିଜେପିର ୟାନଥୁଙ୍ଗୋ ପ୍ୟାଟନ୍ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଉଲ୍ଲେଖ ଥାଉ କି ନାଗଲ୍ୟାଣ୍ଡ ବିଧାନସଭାରେ ଏନଡିପିପି ଏବଂ ବିଜେପି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ହାସଲ ହୋଇଥିଲା। ଏନଡିପିପି ୪୦ ଏବଂ ବିଜେପି ୨୦ ଟି ଆସନରେ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ଏନଡିପିପି ଏବଂ BJP ଯଥାକ୍ରମେ ୨୫ ଏବଂ ୧୨ ଟି ଆସନ ଜିତିଥିଲେ।

Related posts