Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି
ଆଜିର ଖବର

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି

March 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ। ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି କହିଛନ୍ତି ସୋଆ ଉପସଭାପତି ଶାଶ୍ୱତି ଦାସ।

ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତି ଦାସ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଇଚ୍ଛା ଶକ୍ତି ଓ ଦକ୍ଷତା ଯୋଗୁଁ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍‌: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର୍ ଜେଣ୍ଡର ଇକ୍ୱାଲିଟି” ବିଷୟରେ ମତ ରଖି ଶ୍ରୀମତି ଦାସ କହିଛନ୍ତି ଯେ ବିଜ୍ଞାନ ଅନେକ ମାତ୍ରାରେ ଆଗେଇଛି ଓ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ୍ ଜ୍ଞାନ କୌଶଳ ସବୁ କାମକୁ ସହଜ କରିଛି। ଏ ଦିଗରେ ବିଶ୍ୱରେ ନାରୀମାନେ ପଛୁଆ ନୁହଁନ୍ତି। ବିଶ୍ୱର ପ୍ରତିଟି ଗବେଷଣା ଓ ଉଦ୍‌ଭାବନର ପ୍ରଚ୍ଛଦରେ ଡିଜିଟାଲ୍ ଜ୍ଞାନ କୌଶଳର ଅବଦାନ ଯଥେଷ୍ଟ। ଏସବୁ ଉଦ୍ଭାବନରେ କେବଳ ଯେ ପୁରୁଷମାନେ ଭାଗୀଦାର ସେ କଥ।। ନୁହେଁ ବରଂ ବିଶ୍ୱର ପ୍ରତି କୋଣ ଅନୁକୋଣରୁ ନାରୀମାନେ ବି ଉଦ୍‌ଭାବନ, ଆବିଷ୍କାର ତଥା ନୂତନ ଜ୍ଞାନ କୌଶଳରେ ନିଜକୁ ସାବ୍ୟସ୍ତ ଏବଂ ପ୍ରମାଣିତ କରିପାରିଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ରଖିଥିବା ବେଳେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ସୋଆ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହିଳାମାନଙ୍କର ସମାନତା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ୍‌ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଉପସଭାପତି ଶ୍ରୀମତି ଦାସ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହାଉସ୍ କିପିଂ ବିଭାଗର ଆଟେନ୍‌ଡାଂଟ ମାମୁନି ମହାନ୍ତି, ହାଉସ୍ କିପିଂ ଆସିଷ୍ଟାଂଟ ଜୟନ୍ତୀ ବେହେରା, ଫାର୍ମାସିଷ୍ଟ କୁମାରୀ ସୁନନ୍ଦିନୀ ମହାପାତ୍ର, ଆସିଷ୍ଟାଂଟ ନର୍ସିଂ ସୁପରିଟେଣ୍ଡେଂଟ ପ୍ରଣତି ବେହେରା, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ମାନସୀ ଜେନା, ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଜୁନିୟର ପ୍ରୋଗ୍ରାମ୍ କୋର୍ଡିନେଟର ଶୁଭ୍ରସୀମା ମହାନ୍ତି, ଲୋକସମ୍ପର୍କ ବିଭାଗର ଏକ୍‌ଜିକ୍ୟୁଟିଭ୍ କୁମାରୀ ସିପ୍ରା ମହାନ୍ତି, ଏକ୍‌ଜିକ୍ୟୁଟିଭ୍ ଟ୍ରେନି କୁମାରୀ ମୋନାଲିସା ବାରିକ, ପ୍ରମେୟ ଆଣ୍ଡ ନ୍ୟୁଜ୍ ୭ ଡିଜିଟାଲ୍‌ର ସିନିୟର୍ କଂଟେଂଟ ଏଡିଟର୍ ପ୍ରତିଭା ପ୍ରିୟଦର୍ଶିନୀ, ପ୍ରମେୟ ରିପୋର୍ଟର କୁମାରୀ ସସ୍ମିତା ମଲ୍ଲ ଏବଂ ନ୍ୟୁଜ୍‌୭ ସିନିୟର ରିପୋର୍ଟର ସମୀକ୍ଷା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶାଶ୍ୱତି ଦାସ ଶିକ୍ଷା ଓ ଅନୁସନ୍ଧାନ ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.