Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା

March 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥ ଅଧୀନରେ ଥିବା ରେଳ ଷ୍ଟେସନ ଗୁଡିକର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଇଆସୁଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଯଥା ଭୁବନେଶ୍ୱର, ଭୁବନେଶ୍ୱର ନୂଆ, ପୁରୀ, କଟକ ଷ୍ଟେସନର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଷ୍ଟେସନଗୁଡିକର ସାମଗ୍ରିକ ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପର ନିର୍ମାଣ ସମୟରେ ଉପୁଜୁଥିବା ବାଧାକୁ ଏଡ଼ାଇବାପାଇଁ ତୃଣମୂଳ ସ୍ତରରୁ ପ୍ରସଙ୍ଗ ଗୁଡିକର ସମାଧାନ କରିବା ପାଇଁ ସମସ୍ତ ସହଭାଗୀ ମାନଙ୍କ ସହିତ ସଠିକ୍ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାବେଳେ ଲକ୍ଷ୍ୟ ଧାର୍ଯ୍ୟ କାର୍ଯ୍ୟଗୁଡିକୁ ସଠିକ ସମୟରେ ପୂର୍ଣ୍ଣ କରିବାକୁ ଅଧିକ ଗୁରୁତ୍ୱାରୋପ କରିଥିଲେ।

ପୁରୀ ଷ୍ଟେସନର ପୁନଃ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ କାର୍ଯ୍ୟ ପାଇଁ ଦୋକାନ, ଅନୁସନ୍ଧାନ କାଉଣ୍ଟର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ସେହିଭଳି କଟକ ରେଳ ଷ୍ଟେସନରପୁନଃ ନିର୍ମାଣ ପାଇଁ ମୃତ୍ତିକା ଅନୁସନ୍ଧାନ/ପରୀକ୍ଷା ଚାଲୁରହିଛି। ଏହା ବ୍ୟତୀତ ଭୁବନେଶ୍ୱର ନୂଆ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଯୋଜନା ଚାଦନ୍ତ ହୋଇସାରିଛି।

ପୂର୍ବତଟ ରେଳପଥ ମନୋଜ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକ ଭବନଠାରେ ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସାକ୍ଷାତ

July 20, 2026

ଦୈନିକ ରାଶିଫଳ: ଜୁଲାଇ ୨୦ ରେ କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?, ଜାଣନ୍ତୁ

July 20, 2026

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026
Latest News

ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଅମିତ ଶାହ

July 20, 2026

ଲୋକ ଭବନଠାରେ ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସାକ୍ଷାତ

July 20, 2026

ଦୈନିକ ରାଶିଫଳ: ଜୁଲାଇ ୨୦ ରେ କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?, ଜାଣନ୍ତୁ

July 20, 2026

ବ୍ୟର୍ଥ ଗଲା ରୋହିତ ଶର୍ମାଙ୍କ ଶତକୀୟ ପାଳି: ଲର୍ଡସରେ ବିଜୟ ସହିତ ସିରିଜ ଜିତିଲା ଇଂଲଣ୍ଡ

July 20, 2026

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.