Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଯେ, ପୂର୍ବ ତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି।

ଏହି ଅବସରରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ପୂର୍ବ ତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି। ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି। ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତ୍ତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଅଛି।

ପୂର୍ବତଟ ରେଳପଥର ପ୍ରଦର୍ଶନ ବିଷୟରେ ଏହି ଅବସରରେ ଶ୍ରୀ ଶର୍ମା ମଧ୍ୟ ସୂଚନା ଦେଇଛନ୍ତି। ସେ ସୂଚନାଦେଇ କହିଛନ୍ତି ଯେ ପୂର୍ବ ତଟ ରେଳପଥ 200 ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର 295 ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ 15 ଦିନ ପୂର୍ବରୁ ପୁରାଣ ହୋଇପାରିଛି। ଚଳିତ ବର୍ଷ 136.65 କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ 37.3 କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି – ମାନେଶ୍ଵର (15.00 କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା – ବୋଡଭାରା (7.30 କିଲୋମିଟର) – କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଲିଗୁଡା – ଆରାକୁ- ଗୋରାପୁର (21.619 କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ 14 ଟି ରେଳ ଧାରଣା ତଳ ଉପମାର୍ଗ, 07 ରୋଡ଼ ଓଭର ବ୍ରିଜ ଏବଂ 07 ଫୁଟ ଓଭର ବ୍ରିଜ, ନୂତନ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏହାପୂର୍ବରୁ ଶ୍ରୀ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ୱାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହିତ ଅଭିବାଦନ ଆଦାନ ପ୍ରଦାନ କରିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଦେଶଭକ୍ତି ଗୀତ ଏବଂ ନୃତ୍ୟ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଥିଲା ଯାହା ସମାବେଶକୁ ଭାବପ୍ରବଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍-ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ଵର: ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଉଭୟ ପାର୍ଶ୍ୱରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଖୋର୍ଦ୍ଧା ରୋଡ-ବଲଙ୍ଗୀର ରେଳ ଲାଇନ ପ୍ରକଳ୍ପର ଖୋର୍ଦ୍ଧା ରୋଡ-ଦଶପଲ୍ଲା ରେଳ ସେକ୍ସନ ନୀରିକ୍ଷଣ କରି ଚାଲୁରହିଥିବା ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ସହିତ ନିରାପତ୍ତା ଏବଂ ଯାତ୍ରୀ ସୁବିଧା ଗୁଡିକର ସମୀକ୍ଷା କରିଛନ୍ତି।

ଶ୍ରୀ ଶର୍ମା ତାଙ୍କ ନୀରିକ୍ଷଣ ସମୟରେ ବିଭିନ୍ନ ଯାତ୍ରୀ ସୁବିଧା, ପାର୍କିଂ କ୍ଷେତ୍ରର ବିକାଶ, ଚଳପ୍ରଚଳ ଅଞ୍ଚଳ, ଲ୍ୟାଣ୍ଡସ୍କିପିଙ୍ଗ ଇତ୍ୟାଦିର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଥିବାବେଳେ ଦଶପଲ୍ଲା ରେଳ ଷ୍ଟେସନରେ ବିଭିନ୍ନ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ଏକ ଜନ କୈନ୍ଦ୍ରିକ ପ୍ରକଳ୍ପ ଯାହାକୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି। ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବା ସହିତ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗକୁ ବୃଦ୍ଧି କରିବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 152.8 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି। ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ 47 କି.ମି. ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ସରିଛି। 2024 ରେ ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ 73 କିଲୋମିଟର ରେଳ ଲାଇନ ମଧ୍ୟ ସଂପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ଧାର୍ଯ୍ୟ ରଖିଛି।

Categories
ଆଜିର ଖବର

ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21 ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି।

ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି।  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ  ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି।

ଏହା ବ୍ୟତୀତ, ପୂର୍ବତଟ ରେଳପଥକୁ ଗୋଟିଏ ବ୍ୟକ୍ତିଗତ ପୁରସ୍କାର “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମଧ୍ୟ ପ୍ରଦାନ କରାଯାଇ ଅଛି। ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମାନ୍ୟବର ରେଳ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ରେଳ କର୍ମଚାରୀଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଜି (15 ଡିସେମ୍ବର, 2023) କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରେଳ କର୍ମଚାରୀଙ୍କୁ ନୂଆ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ ଠାରେ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର -୨୦୧୩ ପୁରସ୍କାର / ଶିଲ୍ଡ ପ୍ରଦାନ କରିଛନ୍ତି। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଜୋନାଲ ରେଳବାଇ / ପିଏସୟୁ ମାନଙ୍କୁ ମଧ୍ୟ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି।

ରେଳ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଏବଂ ରେଳ ଓ ବୟନ ମନ୍ତ୍ରୀ ଦର୍ଶନା ଜାରଦୋଶଙ୍କ ସହିତ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୋର୍ଡ ସଦସ୍ୟ ମାନେ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକ ମାନେ ତଥା ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟମାନେ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରିଥିଲେ।

ମୋଟ ଉପରେ, ବିଭିନ୍ନ ଜୋନାଲ ରେଳ, ଉତ୍ପାଦନ ୟୁନିଟ୍ ଏବଂ ରେଳ ପିଏସୟୁର 100 ରେଳ କର୍ମଚାରୀଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 21 ଟି ଦକ୍ଷତା ଶିଲ୍ଡ ଉଲ୍ଲେଖନୀୟ ସେବା ପାଇଁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ପକ୍ଷରୁ ମଧୁମେହ ସଚେତନତା ଓ ପଦଯାତ୍ରାର ଆୟୋଜନ

ଭୁବନେଶ୍ବର: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଏବଂ ରେଳପଥ ପ୍ରମୁଖ ଚିକିତ୍ସା ନିର୍ଦେଶକ ଆଶିଷ ମୁଖାର୍ଜୀଙ୍କ ନେତୃତ୍ୱରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଏହି ଅବସରରେ ଖାଦ୍ୟ ଖାଇବା ପୂର୍ବ ରକ୍ତ ନମୁନା ମଧ୍ୟ୍ୟ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିକ୍ଷା କରାଯାଇଥିଲା।

ଏହି ଅବସରରେ ପୂର୍ବ ତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମଧୁମେହ ସଚେତନତା ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା।  ବହୁ ସଂଖ୍ୟା ରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ଏହି କାର୍ଯ୍ୟକ୍ରମରୁ ମଧୁମେହ ରୋଗୀଙ୍କ ଖାଦ୍ୟ ଶୈଳୀ ବିଷୟରେ ଶିକ୍ଷା ଲାଭ କରିଥିଲେ।

ଏହା ପୂର୍ବରୁ, ସକାଳୁ ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ଏକ ୱାକାଥନର ଶୁଭାରମ୍ଭ କରି ରେଳସଦନ ଠାରୁ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଇ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ -୨୦୨୩ ଉଦଯାପିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଆଜି ଶେଷ ହୋଇଛି। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏବଂ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ସମସ୍ତ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏହି ଅବସରରେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ପେଣ୍ଟିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କ ସହିତ ବିଭିନ୍ନ ସ୍କୁଲ/କଲେଜ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସତର୍କତା ସଚେତନତା ସପ୍ତାହ -୨୦୨୩ କୁ ସ୍ମରଣୀୟ କରିବା ପାଇଁ ରେଳପଥର ସତର୍କତା ବିଭାଗ ପକ୍ଷରୁ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରାଯାଇଥିଲା ଯାହାକି ଭବିଷ୍ୟତରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସେବା ଆଣିବାରେ ସାହାଯ୍ୟ କରିବ।

ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏହି ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି।

ରାଷ୍ଟ୍ରୀୟ ଏକତା ଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ସକାଳେ ରେଳବାଇ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ଅଧିକାରୀମାନଙ୍କୁ ନେଇ ଆୟୋଜିତ “ରନ୍ ଫର୍ ୟୁନିଟି” ରାଲିକୁ ସବୁଜ ପତାକା ଦେଖାଇ ମହାପ୍ରବନ୍ଧକ ଶ୍ରୀ ଶର୍ମା ଶୁଭାରମ୍ଭ କରିଥିଲେ।

ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ସହିତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ପାଳନ

ଭୁବନେଶ୍ଵର: ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି। ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ।

ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା।  ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ ‘ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ’ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ – ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିଥିଲେ।

ଏହା ବ୍ୟତୀତ ପ୍ରବନ୍ଧ, ବିତର୍କ, କ୍ଷୁଦ୍ରଗଳ୍ପ ଲେଖା ଏବଂ ନୋଟିଙ୍ଗ୍ ଏବଂ ଡ୍ରାଫ୍ଟିଙ୍ଗ୍ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା ଯେଉଁଥିରେ ରାଜଭାଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥର ରାଜଭାଷା ବିଭାଗ ଏକ କବି ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଠାରେ ପ୍ରମୋଦ ସୋନି, କିଶନ ଖଣ୍ଡେଲୱାଲ ଏବଂ ରାମ ଶଙ୍କର କିଶୋର ଶର୍ମାଙ୍କ ପରି ଜଣାଶୁଣା କବିମାନେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ କବିତା ମାଧ୍ୟମରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋରଞ୍ଜନ କରାଇଥିଲେ।

ଏହି ଉଦଯାପନୀ ଉତ୍ସବ ଅବସରରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଉପମୁଖ୍ୟ ରାଜଭାଷା ଅଧିକାରୀ ଆଶୁତୋଷ କୁମାର ଶୁକ୍ଲା ଏବଂ ରାଜଭାଷା ଅଧିକାରୀ ୟଲୀନା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ

ଭୁବନେଶ୍ଵର: ଭାରତୀୟ ରେଳବାଇ ପକ୍ଷରୁ ୧୬ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ୍ୟ ଦେଶସାରା ପାଳନ କରାଯାଉଅଛି। ଏଥିପାଇଁ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ କରି ରେଳ ଷ୍ଟେସନ ପରିସର, ଟ୍ରେନ, କାର୍ଯ୍ୟାଳୟ, ୱIର୍କଶପ, ମରାମତି ଡିପୋ, ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାସସ୍ଥଳୀ ଅଞ୍ଚଳମାନଙ୍କରେ ପରିଚ୍ଛନ୍ନତା ପ୍ରତି ବ୍ୟାପକଭାବେ ସ୍ୱତନ୍ତ୍ର ଧ୍ୟାନ ଦେଉଅଛି।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ପୂର୍ବାହ୍ନରେ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ରେଳପଥ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଅବସରରେ ଶପଥ ପାଠ କରାଇ ସ୍ୱଚ୍ଛତା ପ୍ରତି ଶ୍ରମଦାନ କରିବା ସହିତ ନିଜେ ଅଳିଆ ନଫିଙ୍ଗିବା କିମ୍ବା କାହାକୁ ଏହା ନକରିବା ପାଇଁ ପ୍ରବର୍ତ୍ତାଇବା; ନିଜଠାରୁ, ନିଜ ପରିବାରରୁ, ନିଜ ଅଞ୍ଚଳରୁ ଏବଂ କାର୍ଯ୍ୟସ୍ଥଳରୁ ପରିଚ୍ଛନ୍ନତା ଆରମ୍ଭ କରିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରବର୍ତ୍ତାଇବାକୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ରେଳ ମଣ୍ଡଳ ମାନଙ୍କରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଅବସରରେ ଶପଥ ପାଠ କରାଇଥିଲେ। ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ମାନଙ୍କରେ କର୍ମଚାରୀମାନେ ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ଅବସରରେ ଶପଥ ଗ୍ରହଣ କରିଥିଲେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳ ଷ୍ଟେସନ ଏବଂ ଆବାସିକ ଅଞ୍ଚଳକୁ ପରିଷ୍କାର, ସ୍ୱାସ୍ଥ୍ୟପ୍ରଦ ରଖିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ପକ୍ଷ୍ୟର ବ୍ୟାପକ କାର୍ଯ୍ୟକ୍ରମରେ ରେଳଯାତ୍ରୀ, ରେଳବ୍ୟବହାରକାରୀ, ସହଭାଗୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରୁଥିବାବେଳେ ସ୍ୱଚ୍ଛତା ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।

ରେଳବାଇ ପରିସରରେ ଏଣେତେଣେ ଅଳିଆ ନଫୋପାଡିବା, ଯାତ୍ରା ସମୟରେ ସ୍ୱଚ୍ଛତା, ରେଳବାଇ ୟାର୍ଡ଼ ଓ ସଫେଇ ସ୍ଥାନ, ରେଳଧାରଣା ଏବଂ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଆଣିବା ସହିତ ଯାତ୍ରୀମାନଙ୍କ ଠାରୁ ସ୍ୱଚ୍ଛତା ସମ୍ବନ୍ଧରେ ପଚାରି ବୁଝିବା ସହିତ ସେମାନଙ୍କର ମତାମତ ଗ୍ରହଣ କରିବା, ଜଳ ଯୋଗାଣ ସ୍ଥଳ, ପାଣି ଟ୍ୟାପ, ପାନୀୟ ଜଳ ଇତ୍ୟାଦିର ତଦାରଖ କରିବା ଏବଂ କୋଚିଂ ଡିପୋ, ଟ୍ରେନ, ଷ୍ଟେସନ ଠାରେ ଟଏଲେଟ ମାନଙ୍କରେ ପାଣି ନିଷ୍କାସନ ପଥ ଠିକ କରିବା ଇତ୍ୟାଦି ପ୍ରତି ଧ୍ୟାନଦେବାକୁ ଏହି ସ୍ୱଚ୍ଛତା ପକ୍ଷରେ ପଦକ୍ଷେପ ନିଆଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ

 ଭୁବନେଶ୍ଵର: ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ।

ହିନ୍ଦୀ ଦିବସ ମହତ୍ୱପୂର୍ଣ୍ଣ କାରଣ ଏହା ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରେ ଯାହା ଭାରତରେ ଭାଷା ସମ୍ପ୍ରଦାୟ ମାନଙ୍କୁ ଏକତ୍ର କରିଥାଏ। ହିନ୍ଦୀର ସଂସ୍କୃତି ଓ ଐତିହ୍ୟ ଏବଂ ଆମ ସଂସ୍କୃତିରେ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଏ। ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଆଲୋକ ସହାୟ ଏହି ଶପଥ ଗ୍ରହଣ ଉତ୍ସବକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ

​​ ଭୁବନେଶ୍ଵର: ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ସାଂସଦ ଭର୍ତ୍ତୁହାରୀ ମହତାବ (ସାଂସଦ / ଲୋକସଭା / କଟକ), ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ / ଲୋକସଭା / ଶ୍ରୀକାକୁଲମ), ସୁଜିତ କୁମାର, (ସାଂସଦ / ରାଜ୍ୟସଭା)ଙ୍କ ସହିତ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଏହି ବୈଠକ ରେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ।

ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ନୂତନ ଟ୍ରେନ ପ୍ରଚଳନ, ଟ୍ରେନ ମାନଙ୍କ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା, ଟ୍ରେନର ସମ୍ପ୍ରସାରଣ ଇତ୍ୟାଦି ବିଷୟବସ୍ତୁ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସମେତ ପୂର୍ବ ତଟ ରେଳପଥର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ର ସଚିବ ତଥା ପୂର୍ବ ତଟ ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି ବୈଠକକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ତାଳଚେର ଅଂଚଳ ପରିଦର୍ଶନ ଓ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ଗୁଡିକ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ.ଏସ. ବାଜୱା ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ଶର୍ମା ମଧ୍ୟ ଉନ୍ନତ ରେଳ ଚଳାଚଳ ପାଇଁ ତାଳଚେର ଅଞ୍ଚଳର ରେଳ ସାଇଡିଂ ନିରୀକ୍ଷଣ କରିବା ସହିତ ସହଭାଗୀ ଏବଂ ଶିଳ୍ପସଂସ୍ଥା ଗୁଡିକ ହିତ ପାଇଁ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଟ୍ରାଫିକ ସୁବିଧା କାର୍ଯ୍ୟ ସମୀକ୍ଷା କରି ମହାପ୍ରବନ୍ଧକ ଏହି ଅଂଚଳରେ ରେଳ ଚଳାଚଳ କ୍ଷେତ୍ରରେ ବ୍ୟାଘାତ ନହେବା ସୁନିଶ୍ଚିତ କରାଇବାପାଇଁ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ରେଳ ସଦନ ଓ ଏହାର ସମସ୍ତ ରେଳ ମଣ୍ଡଳ ଠାରେ ସଦଭାବନା ଦିବସ ପାଳନ କରାଯାଇଅଛି। ରେଳ ସଦନ ଠାରେ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ବରେ ରେଳବାଇ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ଭାବନାତ୍ମକ ଏକତା ଓ ସଦଭାବନା ପାଇଁ କାର୍ଯ୍ୟକରିବା ସହିତ ହିଂସା ବିନା ବାର୍ତ୍ତାଳାପ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୂରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ନେଇଥିଲେ।

ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀମତୀ ଜ୍ଯୋତି ଏହି ଶପଥ ପାଠ ଉତ୍ସବକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ବିହାର ଠାରେ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କଲେ ଇକୋରୋ ସଭାପତି

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କରୁଛନ୍ତି। ପାର୍କରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି ଯାହା ଦ୍ୱାରା ପିଲାମାନେ ମଜା ନେବା ସହିତ ଶାରୀରିକ ବ୍ୟାୟାମ ଉପଭୋଗ କରିବେ।

ଏହା ବ୍ୟତୀତ, ଶ୍ରୀମତୀ ଶର୍ମା ଇକୋରୋ ଦ୍ୱାରା ପରିଚାଳିତ ଫୁଲୱାରି ସ୍କୁଲ୍ ର ନବୀକରଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିଥିଲେ। ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶ୍ରୀ ଶର୍ମା ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବାବେଳେ ହିରାକୁଦ୍ ରେଳ ଷ୍ଟେସନ୍ ର ପୁନଃ ବିକାଶ ପାଇଁ ନିରୀକ୍ଷଣ କରିଥିଲେ।

ପ୍ରକଳ୍ପଗୁଡିକର ସମୀକ୍ଷା କରିବା ଏବଂ ହିରାକୁଦ୍ ଷ୍ଟେସନ୍ ନିରୀକ୍ଷଣ ଏବଂ ନିର୍ମାଣାଧୀନ ROH ନିରୀକ୍ଷଣ କରିବା ସହିତ ଶ୍ରୀ ଶର୍ମା ସଂପୃକ୍ତ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା ଏବଂ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ସରଲା ରୋଡ୍ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି ଏବଂ 149.37 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଆକଳନ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ, ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଏବଂ ରାଇଟ୍ସ (RITES) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୋଟାମୋଟି ଭାବେ, ଏହି ପ୍ରକଳ୍ପର 65% ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ସମାପ୍ତ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ଚାଲୁରହିଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ଶ୍ରୀ ବୈଷ୍ଣବ ଅଗ୍ରାଧିକାର ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରାଇବା ଏବଂ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଜନିତ ସୁବିଧା ପ୍ରଦାନ କରାଇବ।

ଏହା ବ୍ୟତୀତ, ମନୋଜ ଶର୍ମା ହିରାକୁଦ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ରେଳ ଭିତ୍ତିଭୂମି ବିକାଶର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଖୁବ ଶୀଘ୍ର ହୀରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।

ସମୀକ୍ଷା ବୈଠକରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଙ୍କ ସହିତ ରେଳ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଏବଂ RITES ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି।

ତାଳଚେର ଏବଂ ସୁନାଖଣି ମଧ୍ୟରେ ୧୭.୬୨ କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି। ସୁନାଖଣି-ସାମଲ-ପାରାବିଲ ମଧ୍ୟରେ ୧୬.୩୧ କି.ମି. ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଅଛି। ଜମି ଅଧିଗ୍ରହଣରେ ବିଳମ୍ବ ଏବଂ ଅନେକ ଜମି ସମ୍ବନ୍ଧୀୟ ବିବାଦ ଏବଂ ଅଦାଲତ ମାମଲାଗୁଡ଼ିକର ବଳବତ୍ତର ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଘଟାଉଥିଲା ଯାହା ବର୍ତ୍ତମାନ ସମାଧାନ ପନ୍ଥାରେ ଅଛି ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟାକରଣ ସ୍ପଷ୍ଟ ହେବା ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ଉନ୍ନତ ଯାତାୟାତ ଗତିବିଧି ତଥା ହିତାଧିକାରୀ ଏବଂ ଶିଳ୍ପସଂସ୍ଥାକୁ ସୁବିଧା ଯୋଗାଇଦେବା ପାଇଁ ଶ୍ରୀ ଶର୍ମା ତାଳଚେରରେ ରେଳ ସାଇଡିଙ୍ଗ ନୀରିକ୍ଷଣ କରିଥିଲେ। ଟ୍ରାଫିକ୍ ଓ ଟ୍ରେନ ଯାତାୟାତ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳରେ ଅସୁବିଧା ମୁକ୍ତ ଟ୍ରାଫିକ୍ ଗତିବିଧି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର-ଭଦ୍ରକ୍ ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ​ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି।

ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ଷ୍ଟେସନ ମାନଙ୍କରେ ଭିତ୍ତିଭୂମି ସମ୍ବନ୍ଧୀୟ ତଥା ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ଯାତାୟତ ସୁବିଧା ସମୀକ୍ଷା କରିଥିଲେ ଏବଂ ଟ୍ରେନ୍ ଚଳାଚଳ ସୁଗମ ତଥା ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ତଥା ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥ ଅଧୀନରେ ଥିବା ରେଳ ଷ୍ଟେସନ ଗୁଡିକର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଇଆସୁଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଯଥା ଭୁବନେଶ୍ୱର, ଭୁବନେଶ୍ୱର ନୂଆ, ପୁରୀ, କଟକ ଷ୍ଟେସନର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଷ୍ଟେସନଗୁଡିକର ସାମଗ୍ରିକ ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପର ନିର୍ମାଣ ସମୟରେ ଉପୁଜୁଥିବା ବାଧାକୁ ଏଡ଼ାଇବାପାଇଁ ତୃଣମୂଳ ସ୍ତରରୁ ପ୍ରସଙ୍ଗ ଗୁଡିକର ସମାଧାନ କରିବା ପାଇଁ ସମସ୍ତ ସହଭାଗୀ ମାନଙ୍କ ସହିତ ସଠିକ୍ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାବେଳେ ଲକ୍ଷ୍ୟ ଧାର୍ଯ୍ୟ କାର୍ଯ୍ୟଗୁଡିକୁ ସଠିକ ସମୟରେ ପୂର୍ଣ୍ଣ କରିବାକୁ ଅଧିକ ଗୁରୁତ୍ୱାରୋପ କରିଥିଲେ।

ପୁରୀ ଷ୍ଟେସନର ପୁନଃ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ କାର୍ଯ୍ୟ ପାଇଁ ଦୋକାନ, ଅନୁସନ୍ଧାନ କାଉଣ୍ଟର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ସେହିଭଳି କଟକ ରେଳ ଷ୍ଟେସନରପୁନଃ ନିର୍ମାଣ ପାଇଁ ମୃତ୍ତିକା ଅନୁସନ୍ଧାନ/ପରୀକ୍ଷା ଚାଲୁରହିଛି। ଏହା ବ୍ୟତୀତ ଭୁବନେଶ୍ୱର ନୂଆ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଯୋଜନା ଚାଦନ୍ତ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଛଅ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ଗୋରଖନାଥ ଷ୍ଟେସନର ପଏଣ୍ଟସମ୍ୟାନ୍ ଅଜିତ ବାହିରା ଓ ଇଚ୍ଛାପୂରମ ଷ୍ଟେସନର ପଏଣ୍ଟସମ୍ୟାନ୍ ଜି ରାମବାବୁ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ୍ ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ଜଗନ୍ନାଥ ରଣାଙ୍କ ସହିତ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଇଶିଙ୍ଗା ଷ୍ଟେସନର ଟ୍ରାକ ମେଣ୍ଟେନର ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନର ଟ୍ରାକ ମେଣ୍ଟେନର ମଦନ କୁମାର ସିଂ ସେମାନଙ୍କର କାର୍ଯ୍ୟରତ ସମୟରେ ଚଳନ୍ତା ଟ୍ରେନ ଗୁଡିକର ହଟ ଆକ୍ସିଲ ଚିହ୍ନଟ କରି ଟ୍ରେନ ଚଳାଚଳରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ପାରିଥିବାରୁ ସେମାନଙ୍କୁ ମହାପ୍ରବନ୍ଧକ ଶ୍ରୀ ଶର୍ମା ବିଶେଷ ଭାବେ ସମ୍ମାନିତ କରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର କଣ୍ଟ୍ରୋଲରେ କାର୍ଯ୍ୟ କରୁଥିବା ସିନିୟର ସେକ୍ସନ୍ ଇଞ୍ଜିନିୟର ଏସ୍ କେ ମହାପାତ୍ର ହଟ୍ ଆକ୍ସିଲ ରିପୋର୍ଟ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଦ୍ୱାରା ଟ୍ରେନ୍ କୁ ମାର୍ଗରେ ଅଟକରଖାଯାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା।

ଉପରୋକ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡରଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ​

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ସମ୍ବଲପୁର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଅଞ୍ଚଳ ସହିତ ଅନୁଗୁଳ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଜରପଡା ଷ୍ଟେସନ ଠାରୁ ଝାରସୁଗୁଡା ରୋଡ଼ ଷ୍ଟେସନ ମଧ୍ୟରେ ରେଳ ମାର୍ଗ ସହିତ ଅନ୍ୟାନ ଭିତ୍ତିଭୂମି ନିରୀକ୍ଷଣ କରିବା ସହ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ଏହି ଅଞ୍ଚଳରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀ ଶର୍ମା ୱିଣ୍ଡୋ ଟ୍ରେଲିଂ ସହିତ ଜରପଡା ଠାରୁ ଝାରସୁଗୁଡା ରୋଡ୍ ମଧ୍ୟରେ ଥିବା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରି ଏହି ମାର୍ଗରେ ଥିବା ଷ୍ଟେସନ ମାନଙ୍କରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ସହିତ ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ଟ୍ରାଫିକ୍ ସୁବିଧା କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ।

ମହାପ୍ରବନ୍ଧକ ସରଲା ଠାରେ ନିୟମିତ ମରାମତି ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା (ଫ୍ରେଟ ଟ୍ରେନ ଏକ୍ଜାମିନେସନ ଉଇଥ ଆରଓଏଚ ଫାସିଲିଟି) ପାଇଁ ନିର୍ମାଣ ସ୍ଥାନ ଯାଞ୍ଚ କରିଥିଲେ ଓ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ସମୀକ୍ଷା କରିଥିବାବେଳେ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ନିର୍ମାଣାଧୀନ ରେଳ ପ୍ରକଳ୍ପ ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ।  ସମୀକ୍ଷା ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ବିନୀତ ସିଂହଙ୍କ ସହିତ ସମ୍ବଲପୁର ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଶ୍ରୀ ଶର୍ମାଙ୍କୁ ତାଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳ ଅଧିକାରୀ ମାନଙ୍କୁ ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ଭାଗିଦାରୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସମାପନ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହିତ ସେ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସହଭାଗୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ଓ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।