Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ପାଳନ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ପାଳନ

September 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି। ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ।

ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା।  ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ ‘ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ’ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ – ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିଥିଲେ।

ଏହା ବ୍ୟତୀତ ପ୍ରବନ୍ଧ, ବିତର୍କ, କ୍ଷୁଦ୍ରଗଳ୍ପ ଲେଖା ଏବଂ ନୋଟିଙ୍ଗ୍ ଏବଂ ଡ୍ରାଫ୍ଟିଙ୍ଗ୍ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା ଯେଉଁଥିରେ ରାଜଭାଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥର ରାଜଭାଷା ବିଭାଗ ଏକ କବି ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଠାରେ ପ୍ରମୋଦ ସୋନି, କିଶନ ଖଣ୍ଡେଲୱାଲ ଏବଂ ରାମ ଶଙ୍କର କିଶୋର ଶର୍ମାଙ୍କ ପରି ଜଣାଶୁଣା କବିମାନେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ କବିତା ମାଧ୍ୟମରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋରଞ୍ଜନ କରାଇଥିଲେ।

ଏହି ଉଦଯାପନୀ ଉତ୍ସବ ଅବସରରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଉପମୁଖ୍ୟ ରାଜଭାଷା ଅଧିକାରୀ ଆଶୁତୋଷ କୁମାର ଶୁକ୍ଲା ଏବଂ ରାଜଭାଷା ଅଧିକାରୀ ୟଲୀନା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଇକୋର ପୂର୍ବତଟ ରେଳପଥ ମନୋଜ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.