ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ପାଳନ

Published: Sep 28, 2023, 10:37 pm IST

ଭୁବନେଶ୍ଵର: ପୂର୍ବତଟ ରେଳପଥ ରାଜଭାଷା ବିଭାଗ ଦ୍ୱାରା ରାଜଭାଷା ପଖୱାଡା ଏହାର ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ହୋଇଯାଇଅଛି। ସମାପନ ସମାରୋହରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ମହିଳା କଲ୍ୟାଣ ସଂଗଠନ (ଇକୋର) ର ସଭାପତି ଦିବ୍ୟା ଶର୍ମାଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ରେଳ କର୍ମଚାରୀଙ୍କୁ ପୁରସ୍କାର ବିତରଣ କରିଥିଲେ।

ଭାରତ ସରକାରଙ୍କ ସରକାରୀ ଭାଷା ନୀତି ଅନୁଯାୟୀ ହିନ୍ଦୀ ଦିବସ ଅବସରରେ ରାଜଭାଷା ପକ୍ଷ ପାଳନ କରାଯାଉଛି। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିବା।  ପୂର୍ବତଟ ରେଳପଥର ବିଭିନ୍ନ ବିଭାଗରେ ‘ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ’ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜଭାଷା କର୍ମଚାରୀମାନେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସ ଓ ପଖୱାଡା ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ସରକାରୀ ଭାଷାରେ – ହିନ୍ଦୀରେ କାମ କରିବାକୁ ଉତ୍ସାହିତ କରିଥିଲେ।

ଏହା ବ୍ୟତୀତ ପ୍ରବନ୍ଧ, ବିତର୍କ, କ୍ଷୁଦ୍ରଗଳ୍ପ ଲେଖା ଏବଂ ନୋଟିଙ୍ଗ୍ ଏବଂ ଡ୍ରାଫ୍ଟିଙ୍ଗ୍ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିଲା ଯେଉଁଥିରେ ରାଜଭାଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଧିକାରୀ ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥର ରାଜଭାଷା ବିଭାଗ ଏକ କବି ସମ୍ମିଳନୀ ଆୟୋଜନ କରିଥିଲେ ଯେଉଁଠାରେ ପ୍ରମୋଦ ସୋନି, କିଶନ ଖଣ୍ଡେଲୱାଲ ଏବଂ ରାମ ଶଙ୍କର କିଶୋର ଶର୍ମାଙ୍କ ପରି ଜଣାଶୁଣା କବିମାନେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ କବିତା ମାଧ୍ୟମରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମନୋରଞ୍ଜନ କରାଇଥିଲେ।

ଏହି ଉଦଯାପନୀ ଉତ୍ସବ ଅବସରରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ଉପମୁଖ୍ୟ ରାଜଭାଷା ଅଧିକାରୀ ଆଶୁତୋଷ କୁମାର ଶୁକ୍ଲା ଏବଂ ରାଜଭାଷା ଅଧିକାରୀ ୟଲୀନା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Related posts