ପୂର୍ବ ତଟ ରେଳପଥ ପକ୍ଷରୁ ମଧୁମେହ ସଚେତନତା ଓ ପଦଯାତ୍ରାର ଆୟୋଜନ

Published: Nov 14, 2023, 3:17 pm IST

ଭୁବନେଶ୍ବର: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ମଧୁମେହର ସଚେତନତା ପାଇଁ ପୂର୍ବ ତଟ ରେଳପଥ ର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଏବଂ ରେଳପଥ ପ୍ରମୁଖ ଚିକିତ୍ସା ନିର୍ଦେଶକ ଆଶିଷ ମୁଖାର୍ଜୀଙ୍କ ନେତୃତ୍ୱରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ଖାଦ୍ୟ ସମ୍ବନ୍ଧିୟ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଏହି ଅବସରରେ ଖାଦ୍ୟ ଖାଇବା ପୂର୍ବ ରକ୍ତ ନମୁନା ମଧ୍ୟ୍ୟ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିକ୍ଷା କରାଯାଇଥିଲା।

ଏହି ଅବସରରେ ପୂର୍ବ ତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ମଧୁମେହ ସଚେତନତା ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା।  ବହୁ ସଂଖ୍ୟା ରେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାର ଏହି କାର୍ଯ୍ୟକ୍ରମରୁ ମଧୁମେହ ରୋଗୀଙ୍କ ଖାଦ୍ୟ ଶୈଳୀ ବିଷୟରେ ଶିକ୍ଷା ଲାଭ କରିଥିଲେ।

ଏହା ପୂର୍ବରୁ, ସକାଳୁ ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ଏକ ୱାକାଥନର ଶୁଭାରମ୍ଭ କରି ରେଳସଦନ ଠାରୁ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଇ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ।

Related posts