Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ

March 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଛଅ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ଗୋରଖନାଥ ଷ୍ଟେସନର ପଏଣ୍ଟସମ୍ୟାନ୍ ଅଜିତ ବାହିରା ଓ ଇଚ୍ଛାପୂରମ ଷ୍ଟେସନର ପଏଣ୍ଟସମ୍ୟାନ୍ ଜି ରାମବାବୁ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ୍ ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ଜଗନ୍ନାଥ ରଣାଙ୍କ ସହିତ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଇଶିଙ୍ଗା ଷ୍ଟେସନର ଟ୍ରାକ ମେଣ୍ଟେନର ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନର ଟ୍ରାକ ମେଣ୍ଟେନର ମଦନ କୁମାର ସିଂ ସେମାନଙ୍କର କାର୍ଯ୍ୟରତ ସମୟରେ ଚଳନ୍ତା ଟ୍ରେନ ଗୁଡିକର ହଟ ଆକ୍ସିଲ ଚିହ୍ନଟ କରି ଟ୍ରେନ ଚଳାଚଳରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ପାରିଥିବାରୁ ସେମାନଙ୍କୁ ମହାପ୍ରବନ୍ଧକ ଶ୍ରୀ ଶର୍ମା ବିଶେଷ ଭାବେ ସମ୍ମାନିତ କରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର କଣ୍ଟ୍ରୋଲରେ କାର୍ଯ୍ୟ କରୁଥିବା ସିନିୟର ସେକ୍ସନ୍ ଇଞ୍ଜିନିୟର ଏସ୍ କେ ମହାପାତ୍ର ହଟ୍ ଆକ୍ସିଲ ରିପୋର୍ଟ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଦ୍ୱାରା ଟ୍ରେନ୍ କୁ ମାର୍ଗରେ ଅଟକରଖାଯାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା।

ଉପରୋକ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡରଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ​

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପୂର୍ବତଟ ରେଳପଥ ମନୋଜ ଶର୍ମା ରେଳ କର୍ମଚାରୀ ପୁରସ୍କୃତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026
Latest News

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.