Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ପୋଲ ନିର୍ମାଣ, କାଗଜ ପତ୍ର ରେ ଶେଷ କିନ୍ତୁ ବାସ୍ତବ ଚିତ୍ର ଭିନ୍ନ
ଆଜିର ଖବର

କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ପୋଲ ନିର୍ମାଣ, କାଗଜ ପତ୍ର ରେ ଶେଷ କିନ୍ତୁ ବାସ୍ତବ ଚିତ୍ର ଭିନ୍ନ

March 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଜୁନାଗଡ ବ୍ଲକ ଅନ୍ତର୍ଗତ ବନ୍ଦୋଗୁଡା ଠାରୁ ସୋରିଷମାଳ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସୂଚନା ଫଳକ ଅନୁସାରେ ଗତ ୩୦.୧୨.୨୦୨୧ ରେ ଆରମ୍ଭ ହୋଇ ୨୯.୦୯.୨୦୨୨ ରେ ଶେଷ ହୋଇ ଯାଇଥିବା ବେଳେ ବାସ୍ତବରେ ଅଦ୍ୟାବଧି କାର୍ଯ୍ୟ ଚାଲିଥିବାର ଦେଖା ଯାଉଛି। କାର୍ଯ୍ୟ ସ୍ଥଳରେ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବା ହେତୁ ସମ୍ପୃକ୍ତ ଠିକାଦାର ନିଜ ମନ ଇଚ୍ଛା କାମ କରୁଥିବାର ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରୁଛନ୍ତି।

ରାସ୍ତାରେ ଥିବା ପୋଲରେ ଅଟକଳ ଅନୁସାରେ ବିନା କୌଣସି ବୈଷୟିକ କୌଶଳରେ ଆବଶ୍ୟକ ପରିମାଣର ଲୁହ ଛଡ, ସିମେଣ୍ଟ, ଗେଟି ପଥର, ବାଲି ଇତ୍ୟାଦିର ମିଶ୍ରଣ କରାଯାଇ ନ ଥିବା ସନ୍ଦେହ ପ୍ରକାଶ ପାଉଛି। ଯାହା ଫଳରେ ଉକ୍ତ ପୋଲର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୋଲ ସଂଳଗ୍ନ ରାସ୍ତା ର ସ୍ଥାୟିତ୍ବ ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହେଉଥିବା ବେଳେ ପାର୍ଶସ୍ଥ ଖମ୍ବ ସବୁ ଭାଙ୍ଗି ତଳେ ପଡି ଯାଇଥିବା ଦେଖା ଯାଉଛି। ସେଥିରୁ ଉକ୍ତ ରାସ୍ତା ଓ ଖମ୍ବ ର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାସ୍ତା ର ନିର୍ମାଣ ନିମ୍ନ ମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ରାସ୍ତା ଉପରେ ପକାଯାଇଥିବା ପିଚୁ ହାତରେ ଘଷି ଦେଲେ ଉଠି ଯାଉଥିବା ବେଳେ ତାହା ମଧ୍ୟ ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହେବା ସହିତ ଏହାର ଗୁଣ ବତ୍ତା ଉପରେ ସନ୍ଦେହ ପ୍ରକାଶ ପାଉଛି।

ଏହି ବନ୍ଦୋଗୁଡା ଠାରୁ ସୋରିଷମାଳ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନ ସାଧାରଣରେ ଦୃଢ ଦାବି ହେଉଛି। ଏହି କାର୍ଯ୍ୟ ରେ ସରକାରୀ ପାଣ୍ଠି ର ବାଟ ମାରଣା ହୋଇଥିବାର ସମ୍ଭାବନାକୁ ଏଡାଇ ଡିଆ ଯାଇ ନ ପାରେ। ତେଣୁ ସେସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି।

କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Latest News

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.