
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ଗୁଡିଆଳି ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟି ୧୫ ବଖରା ଘର ପୋଡି ଧ୍ୱଂସ ହୋଇଯାଇଥିବା ବେଳେ ୯ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ବିଦ୍ୟୁତ ତାର ସଟସର୍କିଟ୍ ଯୋଗୁଁ ଏହି ଭଳି ଘଟଣା ଘଟିଛି। ଏହି ପରିସ୍ଥିତିରେ ନିଆଁ ଲିଭାଇବା ପାଇଁ ଗ୍ରାମବାସୀ ବହୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ ପାରିନଥିଲେ।
ଖବର ପାଇ କୋଦଳା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରି ନିଆଁ ଲିଭାଇଥିଲେ। ସ୍ଥାନୀୟ ଜନ ପ୍ରତିନିଧି ଓ ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଅଭାବନୀୟ ଘଟଣା ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ଓ ବର୍ତ୍ତମାନ ପରିସ୍ଥିତିରେ ସର୍ବସ୍ବାନ୍ତ ହୋଇଯାଇଥିବା ପରିବାରକୁ ତୁରନ୍ତ ସାହାଯ୍ୟ ଓ ସହାୟତା କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
Tags: ଘର ପୋଡ଼ି, ବେଗୁନିଆ ପଡ଼ା ବ୍ଳକ