ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୧କୁ  ଫେରିବେ ଅନୁ

Published: May 29, 2019, 11:45 am IST

ମିଠୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ୍‌ଙ୍କୁ ସଙ୍ଗୀତଭିତ୍ତିକ ରିଅଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ର ସିଜିନ୍‌ ୧୦ର ବିଚାରକ ପଦରୁ ବାହାର ହେବାକୁ ପଡ଼ିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ  ଅନୁ ପୁଣି ଥରେ ଇଣ୍ଡିଆନ୍‌ ଆଇଡଲର ଏକାଦଶ ସଂସ୍କରଣକୁ ଫେରିବେ। କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ତାଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଶ୍ୱେତା କହିଥିଲେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ଏଭଳି ଘଟଣା ଘଟିଥିଲା। ଏହାପରେ ଅନ୍ୟମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ।

Related posts