
ଭୁବନେଶ୍ବର: ଆସୁଛି ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ବିଜୁଳି-ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।
ସେତିକି ନୁହେଁ ଏହାର ପ୍ରଭାବ ୧୬ ଏବଂ ୧୭ ରେ ମଧ୍ୟ ରହିବ ବୋଲି କୁହାଯାଇଛି। ଫଳରେ ଏହି ଦୁଇଦିନ ଧରି ରାଜ୍ୟରେ କେତେକ ସ୍ଥାନରେ ବିଜୁଳି-ଘଡଘଡି-ବର୍ଷା ସହ ଝଡ-ପବନ ସମ୍ଭାବନା ରହିଛି।
ଏହାର ପ୍ରଭାବରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।