Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଞ୍ଜିଗଡ ତହସିଲଦାରଙ୍କ ଗାଡି ଦୁର୍ଘଟଣା ଘଟାଇଥିବା ଚର୍ଚ୍ଚା, ବାଇକ ଚାଳକ ଗୁରୁତର
ଆଜିର ଖବର

ଲାଞ୍ଜିଗଡ ତହସିଲଦାରଙ୍କ ଗାଡି ଦୁର୍ଘଟଣା ଘଟାଇଥିବା ଚର୍ଚ୍ଚା, ବାଇକ ଚାଳକ ଗୁରୁତର

March 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ତଦାରଖ କରୁଥିବା ବେଳେ ଲାଞ୍ଜିଗଡ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ଘଟାଇଥିବାର ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ ଗାଡି ବୋଲି ସାତଖୁନ ମାଫ କି ବୋଲି ଆଲୋଚନା ହେଉଛି। ଏପଟେ ତହସିଲଦାର ଅନ୍ତର୍ଦ୍ଧାନ, ଗୁରୁତର ବ୍ୟକ୍ତିଙ୍କ ଡାକ୍ତରଖାନାରେ ଜୀଵନ ମରଣ ସହ ସଂଗ୍ରାମ କରୁଛି।

ଗତ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୃନ୍ଦାବହାଲକୁ ଆସି ବିଜୁ ଏକ୍ସପ୍ରେସରାସ୍ତାର ଉଦଘାଟନ କରିଥିଲେ। କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ପଦାଧିକାରୀ ଏଠାରେ ଲାଗିପଡିଥିଲେ। ହେଲେ ବାଟରେ ଯିବା ବେଳେ ଘଟିଲା ଅଭାବନୀୟ ଘଟଣା। ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଗାଡି ଜଣେ ନିରୀହ ଲୋକଙ୍କୁ ଏହି ବିଜୁ ଏକ୍ସପ୍ରେସ ରାସ୍ତାରେ ଦୁର୍ଘଟଣା ଘଟାଇଦେଲା।

ଦୁର୍ଘଟଣା ଘଟିଥିବା ବ୍ୟକ୍ତି ଏବେ ଜୀଵନ ମରଣ ସହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି। ଏପଟେ ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ ଗାଡି ବୋଲି ମାଫକରାଯାଇଥିବା ଶୁଣିବାକୁ ମିଳୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ମହୁଳମୁଣ୍ଡା ଗ୍ରାମର ରାମେଶ୍ୱର ନାଏକ ଗତ ମାର୍ଚ୍ଚ ୪ ତାରିଖ ଦିନ ଖାଲିଆକାନି ପେଟ୍ରୋଲ ପମ୍ପରୁ ବାଇକରେ ପେଟ୍ରୋଲ ପୁରାଇ ଘରକୁ ଫେରୁଥିବା ସମୟରେ ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଜିପ ରାମେଶ୍ୱରଙ୍କୁ ବିଜୁ ଏକ୍ସପ୍ରେସ ରାସ୍ତାରେ ଧକ୍କା ଦେଇଥିଲା। ଗୁରୁତର ଭାବେ ରାମେଶ୍ୱରଙ୍କୁ ପ୍ରଥମେ ଧର୍ମଗଡ଼, ଭବାନୀପାଟଣା ଓ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ରାମେଶ୍ୱରଙ୍କ ଗୋଡ ଓ ପଞ୍ଜରା ହାଡ଼ ଭାଙ୍ଗି ଯାଇଛି। ବର୍ତ୍ତମାନ ମଧ୍ୟ ସେ ଜୀଵନ ମରଣ ସହ ସଂଗ୍ରାମ କରୁଛନ୍ତି।

ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନଙ୍ଗା ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ସମୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ତଦାରଖ ପାଇଁ ତାଙ୍କ ସରକାରୀ ଗାଡିରେ ଆସିଥିଲେ। ଏହି ଜିପ ଗାଡିନଂ ଓଆର୦୮ ଡ଼ି ୦୮୬୮ ଗାଡିକୁ ୧୫ ବର୍ଷ ୯ ମାସ ଚାଲୁଛି। ଏହି ଗାଡ଼ିର ଫିଟନେସ ମଧ୍ୟ ନାହିଁ। ସରକାରଙ୍କ ମଧ୍ୟ ବିଚିତ୍ର ନିୟମ। ଯଦି ଜଣେ ବେସରକାରୀ ଲୋକ ଯଦି ଫିଟନେସ ନଥିବା ଗାଡି ଚଢ଼ିବ ତାହେଲେ ଧରପଗଡ଼ କରି ଫାଇନ ଆଦାୟ କରିବେ, ଯଦି ସରକାରୀ ଗାଡିର ଫିଟନେସ ନ ଥିବ ତାହେଲେ ସବୁ ମାଫ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ ତହସିଲଦାର ଦୁର୍ଘଟଣା ଘଟାଇ ୧୫ଦିନ ଧରି ଛୁଟିରେ ନିଜ ଗାଁକୁ ପଳାଇ ଯାଇଛନ୍ତି। ସାହାଯ୍ୟ ତ ଦୁରର କଥା ସମବେଦନା ମଧ୍ୟ ଟିକେ ନାହିଁ। ଏପଟେ ରାମେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀଵନ ମରଣ ସହ ସଂଗ୍ରାମ କରୁଛନ୍ତି। ବର୍ତ୍ତମାନ ରାମେଶ୍ୱରଙ୍କ ପୁଅ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଘରେ କେଵଳ ଅଜାଙ୍କ ସହିତ ରହୁଛନ୍ତି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାପାଙ୍କ କଥା ଭାବି ଭାବି ପାଠ ପଢ଼ାରେ ମଧ୍ୟ ମନ ରହୁନଥିବା ସେ କହିଛନ୍ତି। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି।

ବାଇକ ଚାଳକ ଗୁରୁତର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.