Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ୪ରୁ ୫ଜଣ ଗ୍ଲୁକୋମା ପିଡ଼ୀତ ଚିହ୍ନଟ
ଆଜିର ଖବର

ଏମ୍ସ ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ୪ରୁ ୫ଜଣ ଗ୍ଲୁକୋମା ପିଡ଼ୀତ ଚିହ୍ନଟ

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବରେ ପ୍ରାୟ ୭୮ ନିୟୁତ ଗ୍ଲୁକୋମା (କଳାମୋତିଆ) ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ନିୟୁତ କେବଳ ଭାରତରେ ବାସକରୁଛନ୍ତି। ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ଚାରିରୁ-ପାଞ୍ଚ ଜଣ ଗ୍ଲୁକୋମା(କଳାମୋତିଆ)ରେ ଚିହ୍ନଟ ହେଉଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।

ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ପକ୍ଷରୁ ଗତକାଲି ଆୟୋଜିତ ବିଶ୍ୱ ଗ୍ଲୁକୋମା (କଳାମୋତିଆ) ସପ୍ତାହ ପାଳନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ କହିଛନ୍ତିଯେ ଅଧିକାଂଶ ଲୋକ ଶେଷ ଅବସ୍ଥାରେ ହିଁ ଏହି ରୋଗରେ ପିଡ଼ୀତ ଥିବା ଚିହ୍ନଟ ହେଉଛନ୍ତି। ଫଳରେ ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ଆରମ୍ଭରୁ ଏହି ରୋଗ ଚିହ୍ନଟ ହେଲେ ଏଥିରୁ ରକ୍ଷା ମିଳିପାରିବ। ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ରୋଗୀମାନଙ୍କ ସହିତ ଆଲୋଚନା କରିବା ସହିତ ୪୦ରୁ ଅଧିକ ବୟସ୍କ ବ୍ୟକ୍ତି, ପରିବାରରେ ପୂର୍ବରୁ କାହାର କଳାମୋତିଆ ଥିଲେ କିମ୍ବା ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପିଡ଼ୀତ ରୋଗୀମାନେ ଗ୍ଲୁକୋମାରୁ ରକ୍ଷା ପାଇଁ ନିୟମିତ ପରୀକ୍ଷା କରାଇବା ଆବଶ୍ୟକବୋଲି ପରାମର୍ଶ ଦେଇଥିଲେ। ଏଥିସହିତ କଳାମୋତିଆ ରୋଗୀମାନଙ୍କୁ ଔଷଧ କିଟ୍ ବାଣ୍ଟିଥିଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।

ପ୍ରତିବର୍ଷ ମାର୍ଚ୍ଚର ଦ୍ୱିତୀୟ ସପ୍ତାହକୁ ବିଶ୍ ଗ୍ଲୁକୋମା ସପ୍ତାହ ଭାବରେ ପାଳନ କରାଯାଇଥାଏ। ଏହାମାଧ୍ୟମରେ ଏହି ବିପଦପୂର୍ଣ୍ଣ ରୋଗ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥାଏ। ଏହି ରୋଗ ବିଳମ୍ବରେ ଚିହ୍ନଟ ହେଲେ ଚିକିତ୍ସାରେ ସମ୍ପୂର୍ଣ୍ଣ ଭଲ ହେବା ସମ୍ଭବ ହୋଇନଥାଏ। ଚଳିତ ବର୍ଷ ଏହି ସପ୍ତାହ ପାଳନର ବିଷୟ ରହିଛି “ବିଶ୍ୱ ଉଜ୍ଜ୍ୱଳ, ଦୃଷ୍ଟି ରକ୍ଷା କର”।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍ ଡ. ପ୍ରଶାନ୍ତ ରାଘବ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡ. ସୁଚେତା ପରିଜା, ଡ. ଭାଗବତ ନାୟକ, ଡ. ସନ୍ଦିପ କୁମାର ସାହୁ ପ୍ରମୁଖ ଏହି ରୋଗର କାରଣ, ଚିହ୍ନଟ ଏବଂ ନିରାକରଣ ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ସେହିପରି ଏମ୍ସ ଭୁବନେଶ୍ୱରରେ ଉଭୟ ଶିଶୁ ଏବଂ ବୟସ୍କଙ୍କ ପାଇଁ ଲେଜର ଅସ୍ତ୍ରୋପଚାର ସୁବିଧା ଉପଲବ୍ଧ ଥିବା ପ୍ରକାଶ କରିଥିଲେ। ଏଥିସହିତ ଏଠାରେ ଗ୍ଲୁକୋମା ଚିହ୍ନଟ ପାଇଁ ପେରିମେଟ୍ରି, ଓସିଟି, ୟୁବିଏମ୍ ଭଳି ସମସ୍ତ ପ୍ରକାରର ଉନ୍ନତ ପରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ରହିଛି। ଏହି ଅବସରରେ ବରିଷ୍ଠ ପ୍ରାଧ୍ୟାପକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡ. ବିଜ୍ଞା ପଣ୍ଡା, ଡ. ବୃତେନ୍ଦୁ ମହାରଣା, ଡ. ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ତଥା ରାଜ୍ୟ ବାହାରୁ କଳାମୋତିଆ ରୋଗରେ ପିଡ଼ୀତ ହୋଇ ଶହ ଶହ ବ୍ୟକ୍ତି ଏମ୍ସକୁ ଚିକିତ୍ସା ପାଇଁ ଆସୁଛନ୍ତି। ଲିଙ୍ଗଗତ ନିର୍ବିଶେଷରେ ୪୦ ବର୍ଷରୁ ଉର୍ଦ୍ଧ୍ବରୁ ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ଇଣ୍ଟ୍ରୋକୋକୁଲାର ଯାଞ୍ଚ କରିବା ଉଚିତ। ସେହିପରି ବିଭିନ୍ନ ଚକ୍ଷୁ ରୋଗ ପାଇଁ ଷ୍ଟେରଏଡ୍ ବ୍ୟବହାରକୁ ମଧ୍ୟ ଏଡ଼ାଇବା ଉଚିତ୍। ଗ୍ଲୁକୋମା ରୋଗରେ ପିଡ଼ୀତ ଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ଏବଂ ପରିବାରବର୍ଗ ମଧ୍ୟ ବାରମ୍ବାର ଚକ୍ଷୁ ଯାଞ୍ଚ କରିବା ଉଚିତ୍। କାରଣ ସେମାନଙ୍କଠାରେ ଗ୍ଲୁକୋମା ହେବାର ସମ୍ଭାବନା ଅଧିକ ଥାଏ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026
Latest News

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ କଳାକୃତି ନିର୍ମାଣ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

June 29, 2026

‘ପିଏମ୍ ଫ୍ୟାମିଲି କେୟାର୍ ଟ୍ରାକର୍’ ପାଇଲଟ୍ ପ୍ରକଳ୍ପକୁ ଉଦଘାଟନ କଲେ ଅମିତ ଶାହ

June 29, 2026

WhatsApp ୟୁଜରଙ୍କ ପାଇଁ ବଡ଼ ସତର୍କବାଣୀ! ୱେବ୍‌ ଓ ଡେସ୍କଟପ୍‌ରେ ମାଲୱେର ଆକ୍ରମଣ, ଜାରି ହେଲା ଆଲର୍ଟ

June 29, 2026

ଝାରପଡା ଜେଲରେ କଏଦୀ ମୃତ

June 29, 2026

ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର! ସଂଘର୍ଷ ରୋକିବାକୁ ସହମତ ଆମେରିକା-ଇରାନ, ଦୋହାରେ ହେବ ଶାନ୍ତି ଆଲୋଚନା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.