ଡିଜି ଯାତ୍ରୀମାନଙ୍କ ତଥ୍ୟ ନିରାପଦ ୱାଲେଟରେ ରହୁଛି: ଜ୍ୟୋତିରାଦିତ୍ୟ ସିନ୍ଧିଆ

Published: Mar 16, 2023, 9:39 pm IST

ନୂଆଦିଲ୍ଲୀ: ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲ ଗଚ୍ଛିତ ହୋଇ ରହିଥାଏ। ଏହା କୌଣସି କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତି ଜରିଆରେ ରୁହେ ନାହିଁ। ଡିଜି ଯାତ୍ରା ପ୍ରକ୍ରିୟାରେ ଯାତ୍ରୀଙ୍କ ବ୍ୟକ୍ତିଗତ ଚିହ୍ନଟ ଯୁକ୍ତ ତଥ୍ୟ (ପିଆଇଆଇ) କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତିର କୌଣସି ବ୍ୟବସ୍ଥା ନ ଥାଏ। ସମସ୍ତ ତଥ୍ୟ ଗୋପନୀୟ ଓ ତାହା ସେମାନଙ୍କ ସ୍ମାର୍ଟଫୋନରେ ଗଚ୍ଛିତ ହୋଇ ରହିଥାଏ। ଏହା କେବଳ ଯାତ୍ରୀ ଓ ଯାତ୍ରା କରୁଥିବା ବିମାନ ବନ୍ଦର ମଧ୍ୟରେ ସୀମିତ ଥାଏ, ଯାହାଫଳରେ ଯାତ୍ରୀଙ୍କ ଡିଜି ଯାତ୍ରା ଆଇଡିର ବୈଧତା ଯାଞ୍ଚ କରାଯାଇଥାଏ। ବିମାନ ଯାତ୍ରା କରିବାର ୨୪ଘଣ୍ଟା ମଧ୍ୟରେ ଏହି ତଥ୍ୟ ବିମାନ ଘାଟି ସୂତ୍ରରୁ ଛଡା ଯାଇଥାଏ। ଏହି ତଥ୍ୟକୁ ଯାତ୍ରୀ ସିଧାସଳଖ ସେୟାର କରିଥାନ୍ତି। କେବଳ ତାହା ଯାତ୍ରୀ ତାଙ୍କ ମୂଳ ବିମାନ ବନ୍ଦରରୁ ଯାତ୍ରା କଲାବେଳେ ସେୟାର କରିଥାନ୍ତି।

ଏହାର ଗୋପନୀୟତା ଦୃଷ୍ଟିରୁ ଏହି ତଥ୍ୟକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ଏହି ପ୍ରକ୍ରିୟା ଇଚ୍ଛାଧୀନ ଏବଂ ସହଜ, ହଇରାଣ ବିହିନ ଓ ସ୍ୱାସ୍ଥ୍ୟପ୍ରତି  ବିପଦବିହୀନ ଯାତ୍ରା ଯାତ୍ରୀଙ୍କୁ ପ୍ରଦାନ କରିଥାଏ।

ମାର୍ଚ୍ଚ ୧୫, ୨୦୨୩ ଦିନ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ “ ଯାତ୍ରୀମାନଙ୍କ ବ୍ୟକ୍ତିଗତ ତଥ୍ୟ କୌଣସି କେନ୍ଦ୍ରୀୟ ତଥ୍ୟ ଭଣ୍ଡାର ବା ଡିଜି ଯାତ୍ରା ଫାଉଣ୍ଡେସନରେ ରଖାଯାଉନାହିଁ। ତଥ୍ୟ ଯାତ୍ରୀଙ୍କ ନିଜସ୍ୱ ଫୋନ ଡିଜି ଯାତ୍ରା ନିରାପଦ ୱାଲେଟରେ ଏହା ରହୁଛି। ଏକଥା ସୁନିଶ୍ଚିତ ଯେ କୌଣସି ତଥ୍ୟ ସଂଗ୍ରହ କରାଯାଉନାହିଁ କି ଜମା ରଖାଯାଉନାହିଁ। (ପିଆଇବି)

Related posts