Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଗ ଟିକାକରଣ ଅଭିଯାନ: ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ହେଲା ଟିକାକରଣ
ଆଜିର ଖବର

ରୋଗ ଟିକାକରଣ ଅଭିଯାନ: ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ହେଲା ଟିକାକରଣ

March 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗାଈ
ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଆରମ୍ଭ ହେଲା ଏକ ଅନନ୍ୟ ପ୍ରକଳ୍ପ

ନୂଆଦିଲ୍ଲୀ: ପାଦ ଏବଂ ପାଟି ରୋଗ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅବଧିରେ, ଦେଶରେ ପ୍ରାୟ ୨୪ କୋଟି ଗୋରୁ ଓ ମଇଁଷି ମାନଙ୍କୁ  ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଛି। ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୨୫.୮ କୋଟିରୁ ୯୫% ରୁ ଅଧିକ ଗୋରୁମାନଙ୍କୁ ଟିକାକରଣ କରାଯିବା ଫଳରେ ଗୋରୁମାନଙ୍କର ଗୋଷ୍ଠୀ ପ୍ରତିରକ୍ଷା ସ୍ତରରେ ବହୁତ ଆଗରେ ରହିଛି। ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି), ଭାରତ ସରକାର, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର/ ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପଶୁପାଳକ ମାନଙ୍କର ସହଯୋଗ ଫଳରେ ଏହି ନୂତନ କୀର୍ତିମାନରେ ପହଞ୍ଚିବା ସମ୍ଭବ ହୋଇ ପାରିଛି।

ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ୧୦୦% ଆର୍ଥିକ ଅନୁଦାନ ପ୍ରାପ୍ତ ଯାହାକି ଏଫଏମଡି ବିରୋଧରେ କେନ୍ଦ୍ର ସ୍ତରରେ ଟିକା ଆହରଣ କରୁଛି ଏବଂ ରାଜ୍ୟମାନଙ୍କୁ ଯୋଗାଣ କରୁଛି ଏବଂ ଟିକାକରଣ ଦେୟ, ଆନୁଷଙ୍ଗିକ ସାମଗ୍ରୀ, ସଚେତନତା ସୃଷ୍ଟି, ଶୀତଳ ପ୍ରବାହ ଶୃଙ୍ଖଳା ଭିତ୍ତିଭୂମି ଇତ୍ୟାଦି ମଧ୍ୟ ପ୍ରଦାନ କରୁଛି। ପଶୁପାଳନ କରୁଥିବା ମାଲିକମାନଙ୍କୁ ସେମାନଙ୍କ ପଶୁ ମାନଙ୍କୁ ଟିକାକରଣ କରିବା ପାଇଁ ବିଭିନ୍ନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ପଦକ୍ଷେପ ମାଧ୍ୟମରେ ଜାଗ୍ରତ ଏବଂ ସଚେତନ ହେବା ସହିତ ଏହି ସୁବିଧା ପାଇବା ପାଇଁ ନିକଟସ୍ଥ ପ୍ରାଣୀଧନ ସ୍ୱାସ୍ଥ୍ୟ କର୍ମୀ/ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଡିଏଏଚ୍‌ଡି ମଧ୍ୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ଅଧିକ ପ୍ରାଣୀ ସ୍ୱାସ୍ଥ୍ୟ କର୍ମୀ/ପାରାଭେଟମାନଙ୍କୁ ତାଲିମ ପ୍ରଦାନ କରିବାରେ ସହଯୋଗ କରୁଛି।

ଆଶା କରାଯାଉଛି ଯେ, ଏଭଳି ନିରନ୍ତର ପ୍ରୟାସ କରାଯିବା ଦ୍ୱାରା ଦେଶରୁ ଗୋରୁମାନଙ୍କ ପାଦ ଏବଂ ପାଟି ରୋଗକୁ ନିୟନ୍ତ୍ରଣ କରିବା ଏବଂ ବିଲୋପ କରିବାର ଲକ୍ଷ୍ୟ ହାସଲ ହେବ ଯାହା ପଶୁପାଳକ/ପଶୁରକ୍ଷକମାନଙ୍କର ଆୟ ବୃଦ୍ଧି ତଥା ପ୍ରାଣୀଧନ ଉତ୍ପାଦଗୁଡ଼ିକ କ୍ଷେତ୍ରରେ ଭାରତର ବାଣିଜ୍ୟକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ।

ପାଦ ଏବଂ ପାଟି ରୋଗ (ଏଫ୍‌ଏମ୍‌ଡି) ପଶୁମାନଙ୍କର ଏକ ପ୍ରମୁଖ ରୋଗ। ବିଶେଷତଃ ଭାରତରେ ଗୋରୁ ଏବଂ ମଇଁଷିମାନଙ୍କ କ୍ଷେତ୍ରରେ ଏହା ଦେଖାଦେଇଥାଏ ଏବଂ ଏହା ଯୋଗୁଁ ଦୁଗ୍ଧ ଉତ୍ପାଦନ ହ୍ରାସ ହେତୁ ପଶୁପାଳକମାନଙ୍କ ପାଇଁ ବିପୁଳ ଆର୍ଥିକ କ୍ଷତି ଘଟିଥାଏ। ଏହି ସମସ୍ୟାର ସମାଧାନ ପାଇଁ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍‌ଡି) ୨୦୧୯ରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଏଡିସିପି) ଆରମ୍ଭ କରିଛି ଯାହା ବର୍ତ୍ତମାନ ପଶୁପାଳନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇଛି। ଟିକାକରଣ ମାଧ୍ୟମରେ ପାଦ ଏବଂ ପାଟି ରୋଗ (ଏଫ୍‌ଏମ୍‌ଡି)କୁ ନିୟନ୍ତ୍ରଣ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ଏହା ଧୀରେ ଧୀରେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ। ଏହା ଦ୍ୱାରା ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଶେଷରେ ପଶୁଜାତ ଦ୍ରବ୍ୟର ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିବ। ସମ୍ପ୍ରତି ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଗୋରୁ ଏବଂ ମଇଁଷି ମାନଙ୍କୁ ଟିକାକରଣ ସମ୍ପନ୍ନ କରାଯାଉଛି।

ଟିକାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026

ଘରେ ପଶି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ

September 12, 2026
Latest News

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026

୮୦ ଦଶକ ଫଟୋ ଟ୍ରେଣ୍ଡ୍‌ର ମୋହ: ଗୋଟିଏ ଫଟୋ ପାଇଁ ଖର୍ଚ୍ଚ ହେଉଛି ଲିଟର ଲିଟର ପାଣି

September 12, 2026

ଟାଙ୍ଗିଆରେ ହାଣି ବଡଭାଇକୁ ହତ୍ୟା

September 12, 2026

ଅଫିସରଙ୍କ ନିର୍ଯାତନା ଅଭିଯୋଗ: ଆନନ୍ଦପୁରରେ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

September 12, 2026

ଘରେ ପଶି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.