Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଏନଜିଇଏଲ’ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବ ଏନଟିପିସି ଲିମିଟେଡ
ଆଜିର ଖବର

‘ଏନଜିଇଏଲ’ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବ ଏନଟିପିସି ଲିମିଟେଡ

March 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ (ଏନଜିଇଏଲ)ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବା ଲାଗି ଏନଟିପିସି ଲିମିଟେଡକୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ପାଇଁ ରହିଥିବା ବର୍ତ୍ତମାନର କ୍ଷମତା ଭାରଅର୍ପଣ ମାର୍ଗଦର୍ଶିକାକୁ ଏନଟିପିସି ପାଇଁ କୋହଳ କରାଯିବ। ଯାହାଫଳରେ ଏନଟିପିସି ଲିମିଟେଡ୍‌ ଏନଜିଇଏଲରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ପରିମାଣରେ ନିବେଶ କରିପାରିବ। ସୂଚନାଯୋଗ୍ୟ ଯେ, ଏନଜିଇଏଲ ହେଉଛି ଏନଟିପିସି ଲିମିଟେଡର ଏକ ସହାୟକ କମ୍ପାନୀ।

ସେହିପରି ଏନଜିଇଏଲ ଲିମିଟେଡ ନିଜର ମୋଟ୍‌ ସମ୍ପତ୍ତିର ୧୫% ସୀମା ପର୍ଯ୍ୟନ୍ତ ଅର୍ଥ ଏନଟିପିସି ରିନୁଏବଲ ଏନର୍ଜି ଲିମିଟେଡ (ଏନଆରଇଏଲ) ଏବଂ ଏହାର ଅନ୍ୟ ଯୌଥ ଉଦ୍ୟୋଗ/ସହାୟକ ଉଦ୍ୟୋଗରେ ନିବେଶ କରିପାରିବ। ଏହି ନିବେଶ ପରିମାଣ ବର୍ତ୍ତମାନର ମୌଦ୍ରିକ ସୀମା ୫,୦୦୦ କୋଟି ଟଙ୍କାରୁ ୭୫,୦୦ କୋଟି ଟଙ୍କାରୁ ଅଧିକ ହେବ । ଏନଟିପିସି ଲିମିଟେଡ ଦ୍ୱାରା ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲକ୍ଷ୍ୟକୁ ପୂରଣ କରିବା ଲାଗି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏହି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି।

କପ୍‌ – ୨୬ରେ କରିଥିବା ନିଜର ପ୍ରତିବଦ୍ଧତା ଅନୁଯାୟୀ, ଭାରତ ବିକାଶ ଲକ୍ଷ୍ୟ ହାସଲ କରିବା ସହିତ ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ଦିଗରେ ଅଗ୍ରସର ହେଉଛି । ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନ କ୍ଷମତାକୁ ୫୦୦ ଗିଗାୱାଟରେ ପହଞ୍ଚାଇବା ଲାଗି ଦେଶ ଲକ୍ଷ୍ୟ ରଖିଛି। ଏନଟିପିସି ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗ ଏବଂ ଅଗ୍ରଣୀ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ହୋଇଥିବା କାରଣରୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ନିବେଶ ଜରିଆରେ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ଲାଗି ଲକ୍ଷ୍ୟ ରଖିଛି। ଏହା ଦେଶକୁ ଉପରୋକ୍ତ ଉଦ୍ଦେଶ୍ୟ ପୂରଣରେ ସହାୟକ ହେବା ସହିତ ୨୦୭୦ ସୁଦ୍ଧା ‘ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସ୍ତର’ ବା ନେଟ ଜିରୋ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରିବ। ‘ନେଟ୍‌ ଜିରୋ’ ଦିଗରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଯୋଗଦାନ ସ୍ୱରୂପ ଭାରତ ସରକାର ନିକଟରେ ଅନୁଷ୍ଠିତ୍‌ କପ୍‌ ୨୬ ଶିଖର ସମ୍ମିଳନୀରେ ‘‘ପଞ୍ଚାମୃତ’’ ଘୋଷଣା କରିଥିଲେ। ଏହି ଘୋଷଣା ଅନୁରୂପ ପରବର୍ଦ୍ଧିତ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି।

ଏନଟିପିସିର ଅକ୍ଷୟ ଶକ୍ତି ଯାତ୍ରାରେ ଏନଜିଇଏଲ ଏକ ଅଗ୍ରଣୀ ସଂସ୍ଥା ଭାବେ ଆଗକୁ ବଢ଼ିବା ଲାଗି ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଏହାର ୨,୮୬୧ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ୧୫ଟି ଅକ୍ଷୟ ଶକ୍ତି ସମ୍ପତ୍ତି ରହିଛି ଯାହାକି କାର୍ଯ୍ୟକ୍ଷମ/ବାଣିଜ୍ୟିକ ପରିଚାଳନା ତାରିଖ (ସିଓଡି) ପର୍ଯ୍ୟାୟରେ ରହିଛି। ନିଜର ସହାୟକ କମ୍ପାନୀ ଏନଆରଇଏଲ (ଏନଟିପିସି ଅକ୍ଷୟ ଶକ୍ତି ଲିମିଟେଡ) ସହାୟତାରେ ପ୍ରତିଯୋଗିତାମୂଳକ ନିଲାମୀ ଏବଂ ସବୁଜ ଶକ୍ତି ବ୍ୟବସାୟ କ୍ଷେତ୍ରରେ ରହିଥିବା ଏକାଧିକ ପ୍ରଗତିଶୀଳ ସୁଯୋଗରେ ଅଂଶଗ୍ରହଣ କରି ଏନଟିପିସି ନିଜର ଅକ୍ଷୟ ଶକ୍ତି କ୍ଷମତାକୁ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିଛି। ଆଜିର କ୍ୟାବିନେଟ ନିଷ୍ପତ୍ତିରେ ଏନଟିପିସିକୁ ଦିଆଯାଇଥିବା ରିହାତି ଏକ ସବୁଜ ଅର୍ଥବ୍ୟବସ୍ଥା ଭାବେ ବିଶ୍ୱସ୍ତରରେ ଭାରତର ଛବି ସୁଧାରିବାରେ ସହାୟକ ହୋଇପାରିବ। ଏହା ମଧ୍ୟ ଭାରତର ଊର୍ଜା ଉତ୍ପାଦନ ପଦ୍ଧତିରେ ବିବିଧତା ଆଣିବା ସହିତ ପାରମ୍ପରିକ ଉତ୍ସ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ କୋଇଲା ଆମଦାନୀ ଉପରେ ବ୍ୟୟ ହୋଇଥିବା ରାଜସ୍ୱକୁ କମାଇବ। ଆହୁରି, ଏହାଦ୍ୱାରା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାରେ ସହାୟକ ହେବ।

ଅକ୍ଷୟ ଶକ୍ତି ପ୍ରକଳ୍ପ ନିର୍ମାଣ ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ପର୍ଯ୍ୟାୟରେ ସ୍ଥାନୀୟ ଲୋକମାନଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏନଜିଇଏଲ ଏନଟିପିସି ଲିମିଟେଡ କେନ୍ଦ୍ର କ୍ୟାବିନେଟ କମିଟି ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ବାତିଲ ହେଲା କିଛି ଟ୍ରେନ  

August 6, 2025

ଭାରତ ଉପରେ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ଏହି ବଡ଼ ବୟାନ: ପାକିସ୍ତାନ ଏବଂ ଚୀନ୍ ପାଇଁ ଝଟକା

August 6, 2025
Latest News

ପାକିସ୍ତାନର ପ୍ରତ୍ୟେକ ହିଂସାତ୍ମକ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ: ସିଡିଏସ୍

August 6, 2025

ମୋହାଲିରେ ଅକ୍ସିଜେନ ପ୍ଲାଣ୍ଟରେ ସିଲିଣ୍ଡର ବିସ୍ଫୋରଣ, ୨ ମୃତ, ୩ ଆହତ

August 6, 2025

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି ଏବଂ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ବାତିଲ ହେଲା କିଛି ଟ୍ରେନ  

August 6, 2025

ଭାରତ ଉପରେ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ଏହି ବଡ଼ ବୟାନ: ପାକିସ୍ତାନ ଏବଂ ଚୀନ୍ ପାଇଁ ଝଟକା

August 6, 2025

ଶରଦ ପାୱାରଙ୍କୁ ବଡ଼ ଝଟକା!: ଅଜିତ ପାୱାରଙ୍କ NCPରେ ଯୋଗଦେଲେ ଏହି ବଡ଼ ନେତା

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.