Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ ଚିଠି ଲେଖିଲେ ଅରୁଣ ଜେଟ୍‌ଲୀ, କ୍ୟାବିନେଟ୍‌ରେ ସାମିଲ୍‌ ନ କରିବାକୁ ଅନୁରୋଧ
ଆଜିର ଖବର

ମୋଦିଙ୍କୁ ଚିଠି ଲେଖିଲେ ଅରୁଣ ଜେଟ୍‌ଲୀ, କ୍ୟାବିନେଟ୍‌ରେ ସାମିଲ୍‌ ନ କରିବାକୁ ଅନୁରୋଧ

May 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସନ୍ତାକାଲି ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବେ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ! ତେବେ ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ଜେଟ୍‌ଲୀଙ୍କ ଚିଠି। ଅରୁଣ ଜେଟ୍‌ଲୀ ଚଳିତ ଥର ମୋଦିଙ୍କ କ୍ୟାବିନେଟ୍‌ରୁ ବାଦ ପଡ଼ିବା ନେଇ ପ୍ରସ୍ତାବ ରଖିଛନ୍ତି। ଅରୁଣ ଜେଟ୍‌ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ନ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଦେହ ଅସୁସ୍ଥତା କାରଣରୁ ସେ କ୍ୟାବିନେଟ ଦାୟିତ୍ୱ ତୁଲାଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠିକୁ ସେ ଟ୍ୱିଟରେ ସେୟାର ମଧ୍ୟ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଅଫିସିଆଲ ପ୍ୟାଡ୍‌ରେ ଜେଟ୍‌ଲି ଲେଖିଛନ୍ତି ଯେ, କିନ୍ତୁ ଦୀର୍ଘ ୧୮ ମାସ ହେବ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଛି। ଏହା ମଧ୍ୟରେ ସେ ଆଉ କୌଣସି ଦାୟିତ୍ୱ ତୁଲାଇ ପାରିବେ ନାହିଁ ବୋଲି ଚିଠି ଦ୍ୱାରା କହିଛନ୍ତି। ଜେଟ୍‌ଲୀ ଟ୍ୱିଟ୍‌ରରେ ମଧ୍ୟ ଚିଠିକୁ ପୋଷ୍ଟ କରିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରି କହିଛନ୍ତି, ତାଙ୍କ ନେତୃତ୍ୱରେ ଦେଶ ବିକାଶ ଆଡକୁ ଅଗ୍ରସର ହୋଇଛି। ଦଳରେ ତାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। କ୍ଷମତାରେ ଥିବାବେଳେ ମନ୍ତ୍ରୀପଦ ମିଳିଥିଲା। ବିରୋଧୀ ଦଳରେ ଥିବାବେଳେ ବେଳେ ମଧ୍ୟ ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା। ପେଶାରେ ଓକିଲ ଥିବା ଜେଟ୍‌ଲୀ ବିଜେପିର ଖରାପ ସମୟରେ ସଂକଟମୋଚକ ମଧ୍ୟ ସାଜିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.