ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କର୍କଟ ରୋଗରେ ପୀଡିତ, ସ୍ୱାମୀଙ୍କୁ ଲେଖିଲେ ଭାବପ୍ରବଣ ଚିଠି

Published: Mar 23, 2023, 9:11 pm IST

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କର୍କଟ ରୋଗରେ ପୀଡିତ। ସୂଚନା ଅନୁଯାୟୀ, ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର କର୍କଟ ରୋଗ ହୋଇଛି। ସେ ତାଙ୍କ ଚିକିତ୍ସା ଖବର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ସେ (ନବଜୋତ ସିଂ ସିଦ୍ଧୁ) ସେହି ଅପରାଧ ପାଇଁ ଜେଲରେ ଅଛନ୍ତି, ଯାହା ସେ କରିନାହାନ୍ତି। ସେ ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରତିଦିନ ଅପେକ୍ଷା କରିଛନ୍ତି, ଯିଏ ତାଙ୍କଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ସେହି ଅପରାଧରେ ଜଡିତ ସମସ୍ତ ଲୋକଙ୍କୁ କ୍ଷମା କରାଯିବା ଉଚିତ୍। ପ୍ରତିଦିନ ତୁମକୁ ଅପେକ୍ଷା କରିବା ବୋଧହୁଏ ଅଧିକ କଷ୍ଟ ଦିଏ।

ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ ତୁମକୁ ବାରମ୍ବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଦେଖୁଛି। ସତ୍ୟ ଶକ୍ତିଶାଳୀ କିନ୍ତୁ ଏହା ତୁମକୁ ବାରମ୍ବାର ପରୀକ୍ଷା କରେ। କିନ୍ତୁ ମୁଁ ଦୁଃଖିତ, ମୁଁ ତୁମକୁ ଅଧିକ ସମୟ ଅପେକ୍ଷା କରିପାରିବି ନାହିଁ। କାରଣ ମୋତେ କର୍କଟ ରୋଗ ହୋଇଛି। ଯାହା ଦ୍ୱିତୀୟ ପର୍ଯ୍ୟାୟରେ ଅଛି। ଏଥିପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ, କାରଣ ଏହା ଇଶ୍ବରଙ୍କ ଇଚ୍ଛା।

ଏହି ଟୁଇଟକୁ ଜବାବ ଦେଇ କଂଗ୍ରେସ ପଞ୍ଜାବର ସଭାପତି ଅମରିନ୍ଦର ସିଂ ରାଜା ୱାରିଙ୍ଗ ଲେଖିଛନ୍ତି ଯେ, “ମୁଁ ଦୁଃଖିତ ଯେ, ଆପଣଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା। ଖୁସିର କଥା ଏହା ଠିକ ସମୟରେ ଚିହ୍ନଟ ହୋଇଯାଇଛି। ଆପଣଙ୍କରଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ ଏକ ବର୍ଷ ପାଇଁ କାରାଦଣ୍ଡ ଭୋଗୁଛନ୍ତି।

Related posts