Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନେତ୍ର ଯୋଜନାରେ ହସ୍ତତନ୍ତ ବୁଣାକାରଙ୍କ ଚକ୍ଷୁ ପରୀକ୍ଷା ଶିବିର
ଆଜିର ଖବର

ସୁନେତ୍ର ଯୋଜନାରେ ହସ୍ତତନ୍ତ ବୁଣାକାରଙ୍କ ଚକ୍ଷୁ ପରୀକ୍ଷା ଶିବିର

March 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ତାରାଦେବୀ ତନ୍ତୁବାୟ ସହଯୋଗ ସମିତି ଲିଃ, ସିକୋ ଆନୁକୁଲ୍ୟରେ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ଓ ଆନୁସଙ୍ଗିକ କର୍ମୀମାନଙ୍କ ନିମନ୍ତେ ସର୍ବଭାରତୀୟ ଚକ୍ଷୁସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନେତ୍ର ଯୋଜନାରେ ଆଜି ଏକ ଚକ୍ଷୁ ପରୀକ୍ଷା ଶିବିର ବେଗୁନିଆଁ ବ୍ଲକର ହୀରାପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ ସହଯୋଗିତାରେ ଆୟୋଜନ ହୋଇଯାଇଅଛି।

ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ସିକୋ, ହଜ, ହୀରାପୁର, ରାୟମୂଳ ପାଟଣା, ଗୌଡିଆପଡା, ଖଡିପଦର, ଛତ୍ରପଡା, କଲରାଝର, ମୁକ୍ତାପୁର ଆଦି ଗ୍ରାମର ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ତଥା ଆନୁସଙ୍ଗିକ ୨୦୨ ଜଣ କର୍ମୀ ନିଜର ନାମ ପଞ୍ଜୀକରଣ କରାଇ ଚକ୍ଷୁ ପରୀକ୍ଷାର ସୁଯୋଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୧ ଜଣ ହିତାଧିକାରୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଆସିଥିବା ଚକ୍ଷୁ ଚିକିତ୍ସକଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଇଛନ୍ତି। ତନ୍ମମଧ୍ୟରୁ ୧୨୧ ଜଣ ବୁଣାକାର ଚଷମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୪୬ ଜଣ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମହକୁମା ଚକ୍ଷୁ ବିଭାଗରେ ଚକ୍ଷୁ ଅସ୍ତ୍ରୋପଚାର କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ଶିବିରକୁ ତାରାଦେବୀ ତନ୍ତୁବାୟ ସହଯୋଗ ସମିତି ଲିଃର ସଭାପତି ଭାସ୍କର ଚନ୍ଦ୍ର ସାହୁ ସ୍ଥାନୀୟ ହୀରାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଆରତ ମାଝୀ, ସହକାରୀ ବୟାନ ଶିଳ୍ପ ନିର୍ଦ୍ଦେଶକ ଖୋର୍ଦ୍ଧାଙ୍କ କାର୍ଯ୍ୟ।ଳୟର କର୍ମଚାରୀ ତଥା ସମିତିର ପରିଚାଳନା ପରିଷଦ ସଭ୍ୟ ଓ କର୍ମଚାରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ହସ୍ତତନ୍ତ ବୁଣାକାରଙ୍କ ନିମନ୍ତେ ସରକାର ପ୍ରଚଳନ କରିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା(ବୁଣାକାରଙ୍କ କର୍ମଶାଳା, ତନ୍ତ ଓ ତନ୍ତ ଉପକରଣ, ତାଲିମ, ବଳିଆ ଯୋଜନା ରେ ସୁଧମୁକ୍ତ ରୁଣ ଏବଂ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ଥିବା କର୍ମଶାଳାକୁ ଇନଭର୍ଟର ଯୋଗାଣ ) ଗୁଡିକ ଉପରେ ବିଭାଗୀୟ କର୍ମଚାରୀ ଉପସ୍ଥିତ ବୁଣାକାରଙ୍କୁ ଅବଗତ କରାଇଥିଲେ। ବିଭାଗୀୟ କର୍ମଚାରୀ ଓ ତାରାଦେବୀ ତନ୍ତୁବାୟ ସହଯୋଗ ସମିତି ଲିଃର କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟାରେ ଉକ୍ତ ଶିବିର ସୂଚାରୁରୂପେ ପରିଚାଳିତ ହୋଇଅଛି।

ଅଂଶଗ୍ରହଣକାରୀ ବୁଣାକାରମାନେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଏହି ପ୍ରଚେଷ୍ଟା ବୁଣାକାରମାନଙ୍କର ଉନ୍ନତି ଦିଗରେ ସହାୟକ ହେଉଥିବାର ହୃଦୟଙ୍ଗମ କରି ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଉକ୍ତ ଶିବିରକୁ ଲକ୍ଷ୍ମୀଧର ସାହୁ ,ବୟନ ଶିଳ୍ପ ନିରୀକ୍ଷକ ଏବଂ ରୋଜାଲିନ ସାହୁ, ବୟନ ତତ୍ୱାବଧାରିକା ସୂଚାରୁରୂପେ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026
Latest News

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.