ଝାରସୁଗୁଡାରେ ଲୋକ ସଂପର୍କ ସ୍ଥାପନକୁ ତୀବ୍ରତର କଲେ ଦୀପାଳି ଦାସ

Published: Mar 25, 2023, 11:33 am IST

ଝାରସୁଗୁଡା: ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡାରେ ଲୋକ ସଂପର୍କ ସ୍ଥାପନକୁ ତୀବ୍ରତର କରିବାରେ ଲାଗିଛନ୍ତି। ପିତା ନବ ଦାସଙ୍କ ମୃତ୍ୟୁ ପରେ ସେ ବର୍ତ୍ତମାନ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ସେ କିଛିଦିନ ଧରି ସେହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ବୁଲି ଜନ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ତାଙ୍କର ଗସ୍ତରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ସୃଷ୍ଟି ହେଉଛି। ବାପାଙ୍କୁ ହତ୍ୟା କରିବା ପରେ ଲୋକଙ୍କର ସହାନଭୂତି ତାଙ୍କ ଉପରେ ଅଜାଡି ହୋଇପଡିଛି। ନିକଟରେ ରାମନବମୀ ଉପଲକ୍ଷେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ସେଠାରେ ଦୀପାଳି ନିଜ ସମର୍ଥକଙ୍କ ସହିତ ଯୋଗ ଦେଇଥିଲେ।

ସେହିପରି ଝାରସୁଗୁଡା ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୧ର ବୁରୋମାଲ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ। ଆଗକୁ ଏହି ଜନସଂପର୍କ ଯାତ୍ରା ଆହୁରି ବୃଦ୍ଧି କରାଯିବ ବୋଲି ଦୀପାଳିଙ୍କ ସମର୍ଥକମାନେ କହିଛନ୍ତି।

Related posts