ମନ୍ଦିର ଛାତ ଭୁଶୁଡ଼ି ୧୩ ମୃତ, କ୍ଷତିପୂରଣ ଘୋଷଣା, ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

Published: Mar 30, 2023, 6:12 pm IST

ଇନ୍ଦୋର: ଇନ୍ଦୋରର ରାମ ନବମୀ ଅବସରରେ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରର ଏକ ବଡ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇଛନ୍ତି। ରାମ ନବମୀ ପୂଜା ସମୟରେ ମନ୍ଦିର ଭିତରେ ଅବସ୍ଥିତ ଷ୍ଟେପୱେଲର ଭୁଶୁଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଛି ଯେଉଁଥିରେ ୧୩ ଟି ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ମୃତକଙ୍କ ପରିବାର ପାଇଁ ୫-୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ଏହା ବ୍ୟତୀତ ଏହି ଘଟଣା ସମ୍ପର୍କରେ ଏକ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଏବଂ ଦୁଃଖ ସମୟରେ ଆମେ ପୀଡିତଙ୍କ ପରିବାର ସହିତ ଅଛୁ ସେ କହିଛନ୍ତି। ଏହା ସହିତ ଇନ୍ଦୋର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଦେବା ପାଇଁ କହିଛନ୍ତି।

Related posts