Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଣ୍ଡୀଗଡ଼ରେ ହର୍ଷୋଲ୍ଲାସରେ ପାଳିତ ହେଲା ଉତ୍କଳ ଦିବସ
ଆଜିର ଖବର

ଚଣ୍ଡୀଗଡ଼ରେ ହର୍ଷୋଲ୍ଲାସରେ ପାଳିତ ହେଲା ଉତ୍କଳ ଦିବସ

April 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chandigada
ଚଣ୍ଡୀଗଡ଼ରେ ହର୍ଷୋଲ୍ଲାସରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡୀଗଡ଼: ଉତ୍କଳ ଦିବସ ଚଣ୍ଡିଗଡର ସେକ୍ଟର 31-ଡି,ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହର୍ଷୋଲ୍ଲାସର ସହ ପାଳିତ ହୋଇଛି। ଏଥିରେ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ହଜାରୁ ଅଧିକ ଓଡ଼ିଆ ଭାଷାଭାଷୀ ଅତି ଉତ୍ସାହର ସହ ଯୋଗ ଦେଇଥିଲେ।

ଏଥିରେ ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତୃଭାଷା ଓଡ଼ିଆର ସୁରକ୍ଷା ଏବଂ ଉତ୍ତରପିଢ଼ିକୁ ଏହା କିଭଳି ଦିଆଯାଇପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହାସହ ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି, ଓଡ଼ିଶାର ସାମଗ୍ରୀକ ବିକାଶ ଦିଗରେ ସମସ୍ତେ ନିଜ କ୍ଷମତା ଓ ଦକ୍ଷତା ମୁତାବକ ଉଦ୍ୟମ କରିବା ଜରୁରୀ ବୋଲିକହିଥିଲେ ସେ। ସେହିଭଳି ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା କହିଥିଲେ ଯେ, ଆମ ସମୃଦ୍ଧ ଗୌରବମୟ ଇତିହାସକୁ ଯଦିଓ ଆମେ ମନେପକାଇବା ଜରୁରୀ, କିନ୍ତୁ ଓଡ଼ିଶାର ଭବିଷ୍ୟତକୁ କିଭଳି ସମୃଦ୍ଧ କରାଯାଇପାରିବ, ସେ ଦିଗରେ କାମ କରିବାର ଆବଶ୍ୟକତା ରହିଛି।

ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଚଣ୍ଡୀଗଡ଼ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଡକ୍ଟର ଆର.କେ.ରଥ, ଉପ-ସଭାପତି ଏସ୍.କେ.ଭୂୟାଁ ଏବଂ ସମ୍ପାଦକ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଅନୀଲ ମଲ୍ଲିକ ଉତ୍ସବ ପରିଚାଳନା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ରହୁଥିବା କୁନି କୁନି ଓଡ଼ିଆ ପିଲା ଏବଂ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ଓଡ଼ିଶୀ, ସମ୍ବଲପୁରୀ, କଥକ ଏବଂ ଭାରତନାଟ୍ୟମ୍। ବନ୍ଦେ ଉତ୍କଳ ଜନନୀ ସଂଗୀତରୁ ଉତ୍ସବର ଆରମ୍ଭ ହୋଇଥିବା ବେଳେ ଏଥିରେ ଶ୍ରୀଜଗନ୍ନାଥାଷ୍ଟକମ୍ ଉପସ୍ଥାପନ କରିଥିଲେ ଭୂମି ଶତରୂପା। ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଏବଂ ଉପସଭାପତି।

ଉତ୍ସବରେ ଅଂଶଗ୍ରହଣ କରିଥିବା ଓଡ଼ିଆମାନେ ଅତି ଆନନ୍ଦିତ ଥିଲେ। ସେମାନଙ୍କ କହିବା କଥା, ଓଡ଼ିଶା ବାହାରେ ସମଗ୍ର ବିଶ୍ୱରେ ଆମର ଏକମାତ୍ର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତୃଭାଷା ଓଡ଼ିଆ। ଏ ଉଭୟେ ଆମକୁ ଏଠାକୁ ଟାଣି ଆଣନ୍ତି। ଏହା ହିଁ ଆମକୁ ଏକାଠି କରାଇ ପାରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଆମାନେ ଏକାଠି ହୋଇ ଉତ୍କଳ ଦିବସ ପାଳନା କରିବା କୌଣସି ମହାର୍ଘ ସୁଯୋଗଠାରୁ କମ୍ ନୁହେଁ।

ଏହି ଉତ୍ସବରେ ପିଲାରୁ ବୁଢ଼ା ସବୁ ବୟସର ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କ ଭିତରେ ଥିଲା ଓଡ଼ିଆ ବୋଲି ନିଜକୁ ଗର୍ବିତ ମନେ କରିବାର ଏକ ନିଆରା ଅନୁଭବ। ପରିଶେଷରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଉତ୍କଳ ଦିବସ ଚଣ୍ଡିଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.