
ଭୁବନେଶ୍ବର: ଆଜି ଓଡିଶାର ଦୁଇଟି ଏନଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ପକ୍ଷରୁ ଏହି ଫଳ ପ୍ରକାଶିତ ହୋଇଛି। ଯେଉଁ ଦୁଇଟି ଏନଏସିରେ ଆଜି ଭୋଟ ଗଣତି ହୋଇଥିଲା ସେ ଦୁଇଟି ହେଲା ବରଗଡର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି।
ଫଳାଫଳ ଅନୁସାରେ ଅତାବିରାରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟ ଲାଭ କରିଛି। ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅତାବିରା ୱାର୍ଡ ନମ୍ବର ୱାନ ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ 18 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ଏହି ଏନଏସିରେ ବିଜେପି ଖାତା ଖୋଲିପାରି ନାହିଁ।
ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ କରିଛନ୍ତି। ହେଲେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ଦୁଃଖର କଥା ଏହି ଏନଏସିରେ କଂଗ୍ରେସ ଖାତା ଖୋଲି ପାରି ନାହିଁ। ଉଭୟ ଏନଏସିରେ ବିଜେଡିର ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି।