Categories
ବିଶେଷ ଖବର ରାଜ୍ୟ ଖବର

ହିନ୍ଦୋଳର ପୂର୍ବତନ ବିଧାୟକଙ୍କ ସମେତ ବହୁ ନେତା ଓ ଖେଳାଳୀ ବିଜେପିରେ ସାମିଲ

ଭୁବନେଶ୍ୱର:  ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡି ନେତା ସତ୍ୟବାଦୀ ନାୟକ, ମାଧବାନନ୍ଦ ବେହେରା, ମୁରଲୀଧର ବେହେରା, ଗଣେଶ୍ୱର ସାହୁ, ବାବା ବେହେରା, ସତ୍ୟାନନ୍ଦ ବେହେରା, ବିଜୟ ବେହେରା, ଭାଗବତ ଜେନାମଣି ପ୍ରମୁଖ ଅନେକ ନେତୃବୃନ୍ଦ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ତଥା ସୁସଂଗଠକ ଶ୍ରୀ ହିମାଂଶୁ ଶେଖର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ସାରଥୀ ଜେନା, ପୂର୍ବତନ ରସୁଲପୁର ବ୍ଲକ ଅଧ୍ୟକ୍ଷ ପ୍ରକାଶ କୁମାର ସାମଲ, ପୂର୍ବତନ ସରପଂଚ ରବିନ୍ଦ୍ର ଦାସ, ସଂଗ୍ରାମ କେଶରୀ ଜେନା ସାମିଲ ହୋଇଛନ୍ତି।

ସେହିପରି ବିଷ୍ଣ ବାରିକ, କୁଳମଣି ପଣ୍ଡା, ପୂର୍ବତନ ସମିତି ସଭ୍ୟ ମାଗୁଣି ବେହେରା, ଧରିତ୍ରୀ ସାମଲ, ବୈରାଗୀ ମଲ୍ଲିକଙ୍କ ସମେତ ଅନୁକର ପ୍ରଧାନ, ମନୋରଂଜନ ବେହେରା, ଶରତ ଚନ୍ଦ୍ର ଧଳ, ନିରଂଜନ ମଲ୍ଲିକ, ପ୍ରମୋଦ ସାହୁ, ବିକ୍ରମ ସାହୁ, ନିଗମ ଲେଙ୍କା, ନକୁଳ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚରଣ ଦେହୁରୀ, ସୁବାଷ ମଲ୍ଲିକ, କ୍ଷୀରୋଦ ସାହୁ, ଦଳଗୋବିନ୍ଦ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ବିଶ୍ୱରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ । ତାଙ୍କ ସହ ସନ୍ତୋଷ କୁମାର ନାୟକ, ଅଶୋକ କୁମାର ବିଶ୍ୱାଳ, ଚିଂଟୁ ଖୁଂଟିଆ, ପ୍ରଭାକର ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଓଡିଶା ହାଇକୋର୍ଟର ଓକିଲ ଶ୍ରୀମତୀ ଚିନୁ ରାଣୀ ପଣ୍ଡା ଓ ଶ୍ରୀମତୀ ଜିନୁ ରାଣୀ; ମାର୍ଶଲ ଆର୍ଟ, ତାଇକୋଣ୍ଡ, କରାଟେ ଏବଂ କିକ୍ ବକ୍ସିଂ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ସୁନାମଧନ୍ୟ ଖେଳାଳୀ ଡ. ଅର୍ଚ୍ଚନା କାନୁନଗୋ, ସମାଜସେବୀ ତଥା ବିଶିଷ୍ଟ ଗୀତିକାର ଏବଂ ଲେଖକ ଶ୍ରୀମତୀ ନିହାରୀକା ପଟ୍ଟନାୟକ; ବରଗଡର ସୁନାମଧନ୍ୟ ଚିକିତ୍ସକ ଡ. ରାମକୃଷ୍ଣ ପୁରୋହିତ ଏବଂ ଜଟଣୀବାସିନ୍ଦା ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଶ୍ରୀ ଅଯୋଧ୍ୟା ଶତପଥୀ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବାର ସମସ୍ତ ନୂତନ ସଦସ୍ୟ କହିଛନ୍ତି ।

ନୂତନ ସଦସ୍ୟମାନେ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରି ବିଜେପିର ସଦସ୍ୟ ହୋଇଥିଲେ । ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଟି ଏନଏସିରେ ବିଜେଡିର ବିଜୟ ନେଇ କଣ କହିଲେ ସାଂଗଠନିକ ସଂପାଦକ ବବି ଦାସ

ଭୁବନେଶ୍ବର: ରାଜ୍ୟର ଆଜି ଦୁଇଟି ଏନଏସି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ପୁରା ବାଜିମାତ କରିଛି। ଏହି ଦୁଇଟି ଏନଏସି ହେଲା ବରଗଡର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ। ଅତାବିରାରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟ ଲାଭ କରିଛି। ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ କରିଛନ୍ତ।

ଏହି ବିଜୟକୁ ନେଇ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳର କର୍ମିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ‘  ଅତାବିରା ଓ ହିନ୍ଦୋଳ ଏନଏସିରେ ବିପୁଳ ବିଜୟ ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ ବରିଷ୍ଠ ନେତୃବୃନ୍ଦ, ପର୍ଯ୍ୟବେକ୍ଷକ ଏବଂ ବିଜୁ ଜନତା ଦଳର ଅଗଣିତ କର୍ମୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।

ସେ ଆହୁରି କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଅତାବିରା ଓ ହିନ୍ଦୋଳରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିବାରୁ ମୁଁ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ସହରବାସୀଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।”

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଏନଏସି ନିର୍ବାଚନରେ ପୋଛି ନେଲା ବିଜେଡି, ବିଜେପି ଓ କଂଗ୍ରେସକୁ ଶୂନ

ଭୁବନେଶ୍ବର: ଆଜି ଓଡିଶାର ଦୁଇଟି ଏନଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ପକ୍ଷରୁ ଏହି ଫଳ ପ୍ରକାଶିତ ହୋଇଛି। ଯେଉଁ ଦୁଇଟି ଏନଏସିରେ ଆଜି ଭୋଟ ଗଣତି ହୋଇଥିଲା ସେ ଦୁଇଟି ହେଲା ବରଗଡର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି।

ଫଳାଫଳ ଅନୁସାରେ ଅତାବିରାରେ ମୋଟ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ବିଜୟ ଲାଭ କରିଛି। ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅତାବିରା ୱାର୍ଡ ନମ୍ବର ୱାନ ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ 18 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ଏହି ଏନଏସିରେ ବିଜେପି ଖାତା ଖୋଲିପାରି ନାହିଁ।

ସେହିପରି ଢେଙ୍କାନାଳ ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡରୁ ୧୧ ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ କରିଛନ୍ତି। ହେଲେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ଦୁଃଖର କଥା ଏହି ଏନଏସିରେ କଂଗ୍ରେସ ଖାତା ଖୋଲି ପାରି ନାହିଁ। ଉଭୟ ଏନଏସିରେ ବିଜେଡିର ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଏନଏସି ନିର୍ବାଚନ

ଭୁବନେଶ୍ବର: ଆଜି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରାଜ୍ୟର ଦୁଇଟି ଏନଏସି ନିର୍ବାଚନ। ଏହି ଦୁଇଟି ହେଲା ବରଗଡ ଜିଲ୍ଲାର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି। ଏହି ଦୁଇ ଏନଏସିରେ ମୋଟ 28ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ସୂଚନା ଦିଆଯାଇଛି।

ଅତାବିରା ଏନଏସିର 12ଟି ୱାର୍ଡ କାଉନସିଲର ପାଇଁ 39 ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଅଧ୍ୟକ୍ଷ ପାଇଁ 4 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ହିନ୍ଦୋଳର 16ଟି କାଉନସିଲର ପଦବୀ ପାଇଁ 50 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ଅଧ୍ୟକ୍ଷ ପାଇଁ ତିନିଜଣ ଅଛନ୍ତି। ଆଜି ସକାଳ 8ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଦୁଇଟି ଏନଏସି ରେ ହେବ ନିର୍ବାଚନ, ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଓଡିଶାର ଦୁଇଟି ଏନଏସି ପାଇଁ ନିର୍ବାଚନ ହେବ। ସେଥିପାଇଁ ଓଡିଶା ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ଏହି ଦୁଇଟି ଏନଏସି ହେଲା ବରଗଡ ଜିଲ୍ଲାର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସି। ଆସନ୍ତା ଏପ୍ରିଲ ୩ ତାରିଖରେ ଏହି ଦୁଇଟିରେ ନିର୍ବାଚନ ହେବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହେବ।

ଏହି ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେବ। ତା’ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଢ଼ୀ ହେବାକୁ ଥିବା ନିର୍ବାଚନ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୨ ଗୋଟି ୱାର୍ଡର ୧୬ଗୋଟି ବୁଥ୍‌ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ ଜଣ । ସେହିପରି ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୬ ଗୋଟି ୱାର୍ଡର ୧୬ ଗୋଟି ବୁଥ୍‌ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ ଜଣ ।

ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ଓ ଉଭୟ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିଛି । ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସେମାନେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠ ଦାଖଲ କରିବେ ।

ଅସଂପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନକରିବା ଦ୍ୱାରା ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ମନୋନୟନ ପ୍ରମାଣପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ କରିଛନ୍ତି ।

ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନ ପତ୍ର ସହ ଦାଖଲ କରିବେ, ନଚେତ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ ଓ ନିର୍ବାଚନ ଫିସ୍‌ରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ବୈଠକରେ ସୂଚନା ଦେଇଛନ୍ତି । କାଉନ୍‌ସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ।

ନିର୍ବାଚନ ସମୟରେ କାଉନ୍‌ସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନି ଚକିଆ ଓ ଚାରିଚକିଆ ଯାନ) ମୋଟରେ ୨ ଗୋଟି ଯାନ ବ୍ୟବହାର କରିପାରିବେ ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ (ଦୁଇ ଚକିଆ ଓ ଚାରିଚକିଆ ଯାନ) ମୋଟରେ ୪ ଗୋଟି ଯାନ ବ୍ୟବହାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ଅଇନ୍‌ ଅଧିକାରୀ ମାଧୁରୀ ମିଶ୍ର, ଭାରତୀୟ ଜନତା ପାର୍ଟିର ଡ. ଜତୀନ୍‌ ମହାନ୍ତି ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟି, ଓଡ଼ିଶାର ସୁଦର୍ଶନ ପ୍ରଧାନ ଉପସ୍ଥିତ ଥିଲେ।

ସେହିପରି ଆମ୍‌ ଆଦ୍‌ମି ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ନାୟକ, କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜ୍ୟ ସଂପାଦକ ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ହିନ୍ଦୋଳରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା ହିନ୍ଦୋଳ ଠାରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି-୦୪ ଜେସି- ୮୫୭୧)ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। କେହି ବି କିଛି ହୋଇ ନଥିବା ଜଣାପଡିଛି। ଚାରମାଳ ପୋଲିସ୍ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରିଛି।