ହିନ୍ଦୋଳରେ ଓଲଟିଲା କୋଇଲା ବୋଝେଇ ଟ୍ରକ୍

Published: Jan 21, 2021, 7:59 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା ହିନ୍ଦୋଳ ଠାରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି-୦୪ ଜେସି- ୮୫୭୧)ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। କେହି ବି କିଛି ହୋଇ ନଥିବା ଜଣାପଡିଛି। ଚାରମାଳ ପୋଲିସ୍ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରିଛି।

Related posts